ad
ଓଡ଼ିଶା

ମାର୍ଚ୍ଚ ୩୧ରୁ ଝାରସୁଗୁଡାରୁ ଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦକୁ ବିମାନସେବା

: ଖୁବଶୀଘ୍ର ମୁମ୍ବାଇ, ଭୁବନେଶ୍ୱର ଓ ରାୟପୁରକୁ ହେବ ବିମାନସେବା

ଝାରସୁଗୁଡା ବିମାନବନ୍ଦରରୁ ସ୍ପାଇଶଜେଟ୍ ଟିକେଟ୍ ବିକ୍ରି ଶୁଭାରମ୍ଭ: ଝାରସୁଗୁଡା ଏୟାରପୋର୍ଟ ଓଡିଶାର ନୂଆ ଅର୍ଥନୀତିକୁ ସମୃଦ୍ଧ କରିବ-ଧର୍ମେନ୍ଦ୍ର ପ୍ରଧାନ
– ଆଜି ପଶ୍ଚିମ ଓଡିଶା ପାଇଁ ବଡ ଭାବନାତ୍ମକ ଦିନ, ଏହି ବ୍ୟବସ୍ଥା ବିଶେତଃ ପଶ୍ଚିମ ଓଡିଶାକୁ ସୁବିଧା ଯୋଗାଇବ
– ଭାରତର ଏୟାର ଫୋର୍ସ ଭାରତୀୟଙ୍କ ସମ୍ମାନ ଓ ମର୍ଯ୍ୟାଦା ବଢାଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୭ ଫେବୃୟାରୀ (ଓଡ଼ିଆ ପୁଅ) – ଉଡାନ-୩ ଯୋଜନାରେ ସ୍ପାଇଶ ଜେଟ୍ ତରଫରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଦେଶର ତିନୋଟି ଜାଗା ଯଥା ଦିଲ୍ଲୀ, କଲକୋତା ଓ ହାଇଦ୍ରାବାଦକୁ ଆଜି ଠାରୁ ଟିକେଟ୍ ବିକ୍ରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଆସନ୍ତା ମାର୍ଚ୍ଚ ୩୧ରୁ ଏହି ସବୁ ସ୍ଥାନରୁ ବିମାନ ସେବା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ଏୟାରପୋର୍ଟର ନାମ ବୀର ସୁରେନ୍ଦ୍ର ସାଏ ନାମରେ ନାମିତ କରି ଏହାକୁ ଲୋକାର୍ପିତ କରିଥିଲେ। ଆଗାମୀ ଦିନରେ ଝାରସୁଗୁଡା ବିମାନବନ୍ଦରର ମୁମ୍ବାଇ, ଭୁବନେଶ୍ୱର ଓ ରାୟପୁର ସହ ମଧ୍ୟ ଯୋଡି ହେବ। ଝାରସୁଗୁଡା ଏୟାରପୋର୍ଟ ଦ୍ୱାରା ନୂଆ ଅର୍ଥନୀତି ଯୋଡାହେବା ସହ ନୂଆ ନୂଆ ଉଦ୍ୟୋଗ ମଧ୍ୟ ଯୋଡିହେବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଏଥିପାଇଁ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ କୃତଜ୍ଞତା ଜଣାଇଛନ୍ତି।

ନୂଆଦିଲ୍ଲୀ ଠାରେ ଝାରସୁଗୁଡା ବିମାନବନ୍ଦରରୁ ସ୍ପାଇଶଜେଟ୍ ଟିକେଟ୍ ବିକ୍ରିର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ପାଇଶ ଜେଟ୍ ଝାରସୁଗୁଡା- ଦିଲ୍ଲୀ- ଝାରସୁଗୁଡା, ଝାରସୁଗୁଡା- ହାଇଦ୍ରାବାଦ-ଝାରସୁଗୁଡା, ଝାରସୁଗୁଡା- କୋଲକାତା-ଝାରସୁଗୁଡା ୬ ଟି ଗନ୍ତବ୍ୟ ସ୍ଥାନକୁ ଯୋଡିବ। ପ୍ରତିଦିନ ବିମାନ ଦିନ ୧.୧୫ରେ ଦିଲ୍ଲୀରୁ ବାହାରି ୩.୧୦ ରେ ଝାରସୁଗୁଡାରେ ପହଁଚିବ। ସେହିପରି ଝାରସୁଗୁଡାରୁ ଅପରାହ୍ଣ ୩.୪୦ରେ ବିମାନ ବାହାରି ୫.୩୫ରେ ଦିଲ୍ଲୀରେ ପହଁଚିବ। ଅପରପକ୍ଷେ ବିମାନଟି ୪.୧୦ରେ ଝାରସୁଗୁଡାରୁ ବାହରି ହାଇଦ୍ରାବାଦରେ ସନ୍ଧ୍ୟା ୬.୦୦ରେ ପହଁଚିବ ଏବଂ ହାଇଦ୍ରାବାଦରୁ ସାଢେ ୬ଟାରୁ ଉଡାଣ କରି ଝାସରୁଗୁଡାରେ ରାତି ୮.୨୦ ସୁଦ୍ଧା ପହଁଚିଯିବ। କଲିକାତାରୁ ଅପରାହ୍ଣ ୨.୨୫ ରୁ ଉଡାଣ କରିବା ପରେ ୩.୫୦ ଝାରସୁଗୁଡା ପହଁଚିପାରିବ ଏବଂ ଝାରସୁଗୁଡାରୁ ରାତି ୮.୪୦ରେ ବାହାରି କଲିକତାରେ ରାତି ୧୦ଟାରେ ପହଁଚିବ। ଯାତ୍ରୀମାନଙ୍କ ପାଇଁ ଏହି ବ୍ୟବସ୍ଥା ଅନେକ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ଭାରତ ସରକାର ଭୁବନେଶ୍ୱରରେ ୯୦୦ କୋଟି ଟଙ୍କା ଖର୍ଚ୍ଚ କରି ନୂଆ ଟର୍ମିନାଲ ମଧ୍ୟ ନିର୍ମାଣ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ଆଜି ଓଡିଶା ତଥା ପଶ୍ଚିମ ଓଡିଶା ପାଇଁ ବଡ ଭାବନାତ୍ମକ ଦିନ। ଏହି ବ୍ୟବସ୍ଥା ବିଶେତଃ ପଶ୍ଚିମ ଓଡିଶାକୁ ସୁବିଧା ଯୋଗାଇବ। ଗତ ଦୁଇ ଦିନ ହେବ ବାୟୁ ସେନାର ବହୁ ଚର୍ଚ୍ଚା ହେଉଛି। ଭାରତର ଏୟାର ଫୋର୍ସ ଭାରତୀୟଙ୍କ ସମ୍ମାନ ଓ ମର୍ଯ୍ୟାଦା ବଢାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top