Home ଓଡ଼ିଶା ୟୁପି ପରେ ଗୁଜୁରାଟ:ଅହମଦାବାଦ ହେବ କର୍ଣ୍ଣାବତୀ!

ୟୁପି ପରେ ଗୁଜୁରାଟ:ଅହମଦାବାଦ ହେବ କର୍ଣ୍ଣାବତୀ!

608

ଅହମଦାବାଦ:ନାମ ବଦଳିକରଣ ପ୍ରକ୍ରିୟା ଏବେ ଉତ୍ତରପ୍ରଦେଶରୁ ଗୁଜୁରାଟକୁ ଡେଇଁଛି।ଯୋଗୀ ସରକାର ଏଲ୍ହାବାଦ ନାମ ବଦଳେଇ ପ୍ରୟାଗରାଜ ଏବଂ ଫୈଜାବାଦ ନାମ ବଦଳେଇ ଅଯୋଧ୍ୟା କରିବା ପରେ ଏବେ ଏହି ନାମ ବଦଳିକରଣ ପରମ୍ପରା ଗୁଜୁରାଟରେ ହେବାକୁ ଯାଉଛି।ଅହମଦାବାଦ ନାମ ପରିବର୍ତ୍ତନ ହୋଇ ହେବ କର୍ଣ୍ଣାବତୀ।ଏନେଇ ଗୁଜୁରାଟର ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲ ସୂଚନା ଦେଇଛନ୍ତି।ନିତିନ କହିଛନ୍ତି ସରକାର ଏଥିପାଇଁ ପ୍ରସ୍ତୁତ ଅଛନ୍ତି।ଯଦି ଏହା ଆଇନଗତ ବାଧା ପାର କରିଯାଏ ଏବଂ ଆବଶ୍ୟକ ସମର୍ଥନ ହାସଲ କରିନିଏ,ତେବେ ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହୋଇଯିବ ବୋଲି ନିତିନ କହିଛନ୍ତି।ଲୋକଙ୍କର ଭାବନାରେ ମଧ୍ୟ ଏହା ଅଛି ଯେ ଅହମଦାବାଦ ନାମ ବଦଳି କର୍ଣ୍ଣାବତୀ ରହୁ ବୋଲି ଡେପୁଟି ସିଏମ ନିତିନ ପଟେଲ କହିଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.