ମିଳିତ ସାମ୍ବାଦିକ ମଞ୍ଚ ପକ୍ଷରୁ ୨୨ରେ ଗଣ ଧାରଣା

ନବରଙ୍ଗପୁର ୧୮-୯ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ନିରାକରଣ ପାଇଁ ଆସନ୍ତା ୨୨ ତାରିଖରେ ମିଳିତ ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରା ସହ ଧାରଣା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ରବିବାର ସ୍ଥାନୀୟ ତୃପ୍ତୀ ଲଜଠାରେ ମଞ୍ଚର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠୀତ ହୋଇଥିଲା। ବୈଠକରେ ଓୟୁଜେ ସଭାପତି ସୁସାନ୍ତ ବେହେରା,ଓଜେୟୁ ସଂଘ ସଭାପତି ବାଙ୍କ ବିହାରୀ ବିଷୋୟୀ, ଓୟୁଡବ୍ଲୁଜେ ସଂଘ ସଭାପତି ଗୌରି ଶଙ୍କର ବେବର୍ତ୍ତା,ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ମହାଙ୍କୁଡ ଓ ବିଶିଷ୍ଟ ସମାଜ ସେବୀ ଜଗନ୍ନାଥ ମହାପାତ୍ର ମଞ୍ଚାସୀନ ହୋଇଥିଲେ। ପୂର୍ଣ୍ଣର୍ଚନ୍ଦ୍ର ମହାଙ୍କୁଡଙ୍କ ସଭାପତିତ୍ୱରେ ଅନୁଷ୍ଠୀତ ଏହି ବୈଠକରେ ବାଙ୍କ ବିହାରୀ ବିଷୋୟୀ ପରିଚାଳନା କରିଥଲେ। ଆସନ୍ତା ୨୨ ତାରିଖ ଦିନ ସକାଳ ୧୦ଟା ସମୟରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ଏ ଅଞ୍ଚଳର ବରପୁତ୍ର ଡଃ ସଦାଶିବ ତ୍ରାପାଠୀଙ୍କ ପ୍ରତିମୂର୍ତ୍ତିରେ ମିଳିତ ମଞ୍ଚ ପକ୍ଷରୁ ମାଲ୍ୟାର୍ପଣ କରାଯିବ। ଏହାପରେ ସଦାଶିବ ପାର୍କ ଠାରୁ ସାମ୍ବାଦିକମାନେ ଏକ ମଟର ସାଇକେଲ ର୍ୟାଲୀରେ ବାହାରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ। ସେଠାରେ ମଞ୍ଚ ପକ୍ଷରୁ ଧାରଣା ଦିଆଯିବା ସହ ୮ଟି ଦାବି ସମ୍ବଳିତ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଏହି ଦାବିପତ୍ରରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା,ସାମ୍ବାଦିକ ଚିହ୍ନଟ,ଇନସୁରେନ୍ସ ଲାଗୁ କରିବା,ମାଗଣା ଚିକିତ୍ସା ଉପଲବ୍ଧ କରିବା,ପେନସନ ଲାଗୁ କରିବା,ସରକାରୀ ଗୃହ ଯୋଗାଇବା,ଏକ୍ରୋଡିସେନ ପଦ୍ଧତିରେ କହୋଳ କରିବା,ବସ୍ ଓ ଟ୍ରେନରେ ଯାତ୍ରା କାଳୀନ ରିହାତୀ ଯୋଗାଇଦେବା ଆଦି ଦାବି ରହିଛି। ଏହି କାର୍ଯ୍ୟକ୍ରମ ପାଇଁ ମଞ୍ଚର କେତେକ ସଦସ୍ୟ ମାନଙ୍କୁ ବିଭିନ୍ନ ଦାୟୀତ୍ୱ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବୈଠକରେ ସର୍ବସମ୍ମତି କ୍ରମେ ମିଳିତ ମଞ୍ଚର ଉପଦେଷ୍ଟା ରୂପେ ବିଷିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କୁ ମନୋନୀତ କରାଯାଇଥିଲା। ବୈଠକ ଶେଷରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *