ଜିଲ୍ଲା ପରିକ୍ରମା

ଜିଲ୍ଲାମାନ୍ୟତା ଦାବି ନେଇ ଯୁବ ନାଗରିକ କମିଟି ତରଫରୁ ଶୋଭାଯାତ୍ରା

ଟିଟିଲାଗଡ ୮-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବି ନେଇ ଅତୀତରେ କେବଳ ପ୍ରତିଶୃତି ଦେଇ ନିରବ ରହିଯାଉଥିବା ପଦାଧିକାରୀଙ୍କ ବିରୋଧରେ ଚାଲିଥିବା ଅନଶନରେ ଆଜି ସ୍ଥାନୀୟ ସଚେତନ ନାଗରିକ କମିଟି ତରଫରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ସ୍ଥାନୀୟ ହାଟପଦା ପଡା ଠାରୁ ପଦଯାତ୍ରାରେ ଏହି ଯୁବ ସଚେତନ ନାଗରିକ କମିଟି ସହର ପରିକ୍ରମା କରି ଧାରଣା ସ୍ଥଳରେ ଯାଇ ପହଞ୍ଚିଥିଲେ। ବିଭିନ୍ନ ସ୍ଲୋଗାନମାନ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦିଆଯାଇଥିବା ଧାରଣା ସ୍ଥଳରେ ଏକ ସଭାର ଆୟୋଜନ କରି ଏହି ଦାବିକୁ ତୁରନ୍ତ ସରକାର ପୂରଣ ନ କଲେ ପରିଣାମ ଭୟଙ୍କର ହେବ ଓ ସରକାର ହିଁ ଦାୟୀ ହେବେ ବୋଲି ଚେତାବନୀ ଦିଆଯାଇଥିଲା। ଯୁବ ନାଗରିକ କମିଟି କର୍ମକର୍ତା ସଂଜୀବ ତ୍ରିପାଠୀ, ଟିକେଲଲ ସେଠ, ସତ୍ୟଜିତ ଷଡ଼ଙ୍ଗୀ, ବିକୀ ଗହୀର ପ୍ରମୁଖ ନେତୃତ୍ୱ ନେଇ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top