ସ୍ୱାଧୀନତାର ୭୦ ବର୍ଷ ପରେ ବି ଅବହେଳିତ ଅବଦଲାପୁର ଓ ପାଞ୍ଚଗଛିଆ ଗ୍ରାମ ସୁବଦିନିଆ ରାସ୍ତା, ନଳକୂପ, ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ଦାବି ନେଇ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ

ଭଦ୍ରକ, ୧୭/୫ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଲକ୍ ଅଧୀନସ୍ଥ ରାନ୍ଦିଆ ଓ ଦଇସିଂ ପଞ୍ଚାୟତର ଅବଦଲାପୁର ଓ ପାଞ୍ଚଗଛିଆ ଗ୍ରାମକୁ ସବୁଦିନିଆ ରାସ୍ତା, ଆବଶ୍ୟକ ନଳକୂପ, ସ୍କୁଲ ଓ ଅଙ୍ଗନୱାଡି ସ୍ଥାପନ ନେଇ ପାଞ୍ଚଟି ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ସ୍ଥାନୀୟ ଅଂଚଳର ଯୁଧିଷ୍ଠିର ପଣ୍ଡା ଓ ମୁନା ଶଙ୍ଖୁଆଙ୍କ ନେତୃତ୍ୱରେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏବଂ ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବାର ଚେତାବନୀ ଦେଇଛନ୍ତି। ତେବେ ସ୍ଥାନୀୟ ଅଧିବାସୀମାନେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦେ୍ର୍ଦଶକ ସନତ ମହାନ୍ତିଙ୍କୁ ଭେଟି ଜିଲାପାଳ ଓ ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉଦେ୍ଦଶ୍ୟରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ରାନ୍ଦିଆ ଓ ଦଇସିଂ ପଞ୍ଚାୟତ ଅଧୀନରେ ଥିବା ଅବଦୁଲାପୁର, ଚାପୁଲା, ମଦନ ଗଡିଆ, ଆଦିବାସୀ ସାହି ଓ ପାଞ୍ଚଗଛିଆ ଗ୍ରାମର ପ୍ରାୟ ହଜାରରୁ ଉର୍ଦ୍ଧ୍ୱ ଅଧିବାସୀମାନେ ଦେଶ ସ୍ୱାଧୀନତା ହେବା ପରଠାରୁ ଦୀର୍ଘ ୭୦ ବର୍ଷ ଧରି ଚିର ଅବହେଳିତ ହୋଇଆସୁଛନ୍ତି। ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ ଗ୍ରାମାଞ୍ଚଳର ବିକାଶ ପାଇଁ ଯେଉଁ ସଡକ ପଥ ଉପରେ ଗୁରୁତ୍ୱ ଦେଇଆସୁଛନ୍ତି, ତାହା ଏଠାରେ ସାତସ୍ୱପ୍ନ ହୋଇଛି। ବରପଦା ଛକଠାରୁ ଅବଦଲାପୁର ଓ ପାଞ୍ଚଗଛିଆ ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନାହିଁ। ଯେଉଁ ରାସ୍ତାଟିଏ ବି ଅଛି, ତାହା ଅଣଓସାରିଆ। ଯେଉଁଥିପାଇଁ ବିଗତ ଦିନମାନଙ୍କରେ ଅଗ୍ନିଶମ ବିଭାଗ ଗାଡି କିମ୍ବା ୧୦୮ ଆମ୍ବୁଲାନ୍ସ ଏହି ଗ୍ରାମମାନଙ୍କୁ ନଆସିପାରିବା ଫଳରେ ଅନେକ ଧନଜୀବନ ହାନି ଘଟିଛି। ବହୁ ବ୍ୟକ୍ତିଙ୍କର ଗୃହକୁ ଅଗ୍ନିକାଣ୍ଡରୁ ରକ୍ଷା କରାଯାଇପାରିନଥିବାବେଳେ ଏହି ଗ୍ରାମର ଟୁଙ୍ଗୁରି ଶଙ୍ଖୁଆଙ୍କ ୧୭ ବର୍ଷର ଝିଅ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ବି ଗାଁ ଭିତରକୁ ଆମ୍ବୁଲାନ୍ତସ ନଆସିପାରିବା କାରଣରୁ ଝିଅର ଶବକୁ ମଧ୍ୟରାତ୍ରରେ ପିତା କାନ୍ଧରେ ବୋହି ବରପଦା ଛକରୁ ଦୀର୍ଘ ୨ କିମି ଅତିକ୍ରମ କରି ଘରକୁ ଆଣିଥିବା ଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି। ଗାଁରେ ପ୍ରାଥମିକ ସ୍କୁଲ କିମ୍ବା ଅଙ୍ଗନୱାଡି କେନ୍ଦ୍ରଟିଏ ନାହିଁ। ଫଳରେ ପିଲାମାନେ ପ୍ରାୟତଃ ପ୍ରାଥମିକ ଶିକ୍ଷାରୁ ବଂଚିତ ରହି ହାତଗଣତି କେତେକ ପିଲା ୨ କିମି ଅତିକ୍ରମ କରି ବରପଦାକୁ ଯିବାକୁ ବାଧ୍ୟ ହୋଇଥାଆନ୍ତି। ରାସ୍ତା ଠିକ୍ନଥିବାରୁ ଏହି ପିଲାମାନେ ବର୍ଷର ୬ ମାସ ସ୍କୁଲ ଯାଇ ଅନ୍ୟ ଦିନେ ଘରେ ରହନ୍ତି। ଅନୁରୂପ ଗାଁରେ ଆବଶ୍ୟକ ଅନୁଯାୟୀ ନଳକୂପ ନାହିଁ। ଯେଉଁ ଗୋଟିଏ ବି ଅଛି, ତାହା ଅଚଳ ହୋଇପଡିରହିଛି। ଗାଁରେ ଦୀର୍ଘବର୍ଷ ଧରି ଏକ ପଞ୍ଚାୟତ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲେ ବି ତାହାର ପୁନରୁଦ୍ଧାର ହୋଇପାରୁନାହିଁ। ଯାହା ଏନ୍ଆରଜିଏସ୍ ଯୋଜନାରେ ଖୋଳାଗଲେ ସ୍ଥାନୀୟ ଲୋକେ ଖରିଫ ଓ ରବିରେ ଫସଲ ପାଇଁ ଜଳସେଚନ ସାଙ୍ଗକୁ ଗରିବ ଲୋକେ ଜବ୍କାର୍ଡ ମାଧ୍ୟମରେ କାମ ପାଇପାରନ୍ତେ। ଏ ସମସ୍ତ ସମସ୍ୟା ସଂପର୍କରେ ଦୁଇଟି ପଞ୍ଚାୟତର ଲୋକେ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଗତବର୍ଷ ମେ ୧୫ ତାରିଖରେ ଜିଲା ପ୍ରଶାସନକୁ ଅବଗତ କରାଇ ବରପଦା ରାସ୍ତା ଅବରୋଧ ଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ ବି କୌଣସି ସୁଫଳ ମିଳିପାରିନାହିଁ। ଏ ସଂପର୍କରେ ସେମାନଙ୍କ ଅଭିଯୋଗ ପତ୍ରକୁ ଆଜି ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ମହାନ୍ତି ଗ୍ରହଣ କରି ବିଭାଗୀୟ ଅଧିକାରୀଙ୍କୁ ପଠାଇ ଆସନ୍ତା ୨/୩ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *