ଓଡ଼ିଶା

ଦୁଇ ବାଇକ ମୁହାଁମିହିଁ ଧକ୍କା ଶଳା ମୃତ ଭିଣୋଇ ଗୁରୁତର – କ୍ଷତି ପୁରଣ ଦାବିରେ ରାଞ୍ଚି ବିଜୟୱାଡ଼ା କରିଡର ରାସ୍ତା ଅବରୋଧ

– ଢେଙ୍କିକୋଟ କରଞ୍ଜିଆ ରାସ୍ତା ଅବରୋଧ
– ପ୍ରତିଶୃତି ପରେ ହଟିଲା ରାସ୍ତା ଅବରୋଧ
ତୁରୁମୁଙ୍ଗା ୯-୪ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲା ସାହରପଡା ବ୍ଲକ ପେଟ୍ରୋଲ ପମ୍ପ ନିକଟରେ ଗତ କାଲି ବିଳମ୍ବିତ ରାତିରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକରେ ଥିବା ଦୁଇଜଣ ଗୁରୁତର ହୋଇଥିଲେ। ତାଙ୍କୁ କରଞ୍ଜିଆ ଉପଖଣ୍ଡ ଡାକ୍ତର ଖାନାରେ ଭର୍ତି କରାଯାଇଥିଲା। ଚିକିତ୍ସା ସମୟରେ ଶଳା ରୂପେଶ୍ୱରଙ୍କ ମୃତ୍ୟୁ ହୋଇଥିବା ବେଳେ ଭିଣୋଇ କ୍ଷେତ୍ରମୋହନକୁ କଟକ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ବରବିଲ ନିକଟ କାରଗିଲ ଛକର ରୂପେଶ୍ୱର ନାଏକ। ତେବେ କ୍ଷତି ପୂରଣ ଦାବି ଏବଂ ହମ୍ପ୍ସ ଦାବିରେ ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ଫଳରେ ବହୁ ଯାତ୍ରୀବାହୀ ବସ ଗାଡି ମୋଟର ଅଟକି ରହିଥିଲା। ଖବର ପାଇ ପାଟଣା ଥାନା ଅଧିକାରୀ ପ୍ରମୋଦୀନୀ ସାହୁ ଘଟଗାଁ ଏସ ଡି ପି ଓ ସିଲିଭୟର୍ସ ଟୋପୋ, ସାହରପଡା ଅତିରିକ୍ତ ତହସିଲଦାର ମୋହିନୀ କୁମାର ନାଏକ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ରେଡକ୍ରସ ତରଫରୁ 10 ହଜାର ଟଙ୍କା ଦିଆଯିବା ପ୍ରତିଶୃତି ପରେ ରାସ୍ତାରୋକ ଉଠି ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା। ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏନ ଏଚ ବିଭାଗର କୌଣସି ପଦକ୍ଷେପ ହେଉ ନଥିବା ଅଭିଯୋଗ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top