ଓଡ଼ିଶା

ପଥର ଖାଦାନରେ ଦୁର୍ଘଟଣା, ୨ମୃତ, ୧ ଗୁରୁତର ଲାଠିକଟା ବ୍ଲକରେ ଚାଲୁଛି ୨୦ରୁ ଉର୍ଦ୍ଧ ବେଆଇନ ଖାଦାନ

ରାଉରକେଲା ୩୧-୩ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଲାଠିକଟା ବ୍ଲକରେ ୨୦ ରୁ ଉର୍ଦ୍ଧ ବେଆଇନ ଖାଦାନ ବହୁ ଦିନରୁ ଚଳାଯାଇ ବେଆଇନ ଭାବେ ପାହାଡ଼ ଫଟାଇ ପଥର ଉତୋଳନ କରାଯାଉଛି। ପଥର ମାଫିଆ ମାନେ ପଥରରୁ ବୋଲଡ଼ର, ଗେଟି, ଚିପସ ଆଦି ତିଆରି କରି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ, ଅପରପକ୍ଷରେ ସରକାରଙ୍କ ରାଜସ୍ୱ ହାନି ହେଉଛି। ଲାଠିକଟା ତହସିଲ କାର୍ଯ୍ୟାଳୟ ପକ୍ଷରୁ କିପରି ଏଗୁଡ଼ିକ ଚଳାଇବା ପାଇଁ ଅନୁମତି ଦିଆଯାଇଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଥର ମାଫିଆ ମାନେ ସ୍ଥାନୀୟ ପୁଲିସ ଓ ତହସିଲର କିଛି କର୍ମଚାରୀଙ୍କୁ ହାତ ବାରିସି କରି ଏହି ପଥର ବେପାର ବର୍ଷ ବର୍ଷ ଧରି ଚଳାଇ ଆସୁଥିବା ବେଳେ, ବହୁ ସମୟରେ ଖାଦାନରେ ଦୁର୍ଘଟଣା ଘଟି ନିରୀହ ଶ୍ରମିକ ବଳି ପଡ଼ିବା ଦେଖିବାକୁ ମିଳୁଛି। ଅପରପକ୍ଷରେ ଏଥିନେଇ ପ୍ରଶାସନ ପକ୍ଷରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଏହାକୁ ନେଇ ଲାଠିକଟା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ଗତକାଲି ଜଲଦା ଠାରେ ଥିବା ଏକ ବେଆଇନ ପଥର ଖାଦାନରେ ମାଟି ଧସି ୨ ଜଣ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ, ଜଣେ ଶ୍ରମିକ ଗୁରୁତର ଆଘାତ ପ୍ରାପ୍ତ ହୋଇଛନ୍ତି। ମୃତ ଶ୍ରମିକ ଦୁଇଜଣ ହେଲେ ସମାସି ଓ ରାମପ୍ରସାଦ ଲୋହାର। ଆହତ ଶ୍ରମିକ ଏଡ଼ଉଇନ ଟପ୍ନୋଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ଦୁର୍ଘଟଣା ଘଟିବା ପରେ ଏହି ଘଟଣାକୁ ନେଇ ଶ୍ରମିକ ମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା। ଘଟଣା ପରେ ବେଆଇନ ପଥର ଖାଦାନର ମାଲିକ ଅମିନ ଦାଶ ଫେରାର ହୋଇଯାଇଥିବା ବେଳେ, ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖି ତଦନ୍ତ ଚଳାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top