Home ଓଡ଼ିଶା ଟ୍ରକ୍ ଧକ୍କାରେ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ

ଟ୍ରକ୍ ଧକ୍କାରେ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ

393

କୋଲାବିରା, ୧୩।୨ (ଓଡିଆ ପୁଅ/ନିଶିତ ବହିଦାର) କୋଲାବିରା ଥାନା ଅର୍ନ୍ତଗତ ଏନଏଚ ୪୯ ଶିରିଆପାଲି ସ୍କୁଲ ନିକଟରେ ଆଜି ଦିନ ୨ଟା ସମୟରେ ଏକ କୋଇଲା ଟ୍ରକ୍ ଜଣେ ବାଇକ ଆରୋହିଙ୍କୁ ସାମନାପଟୁ ଧକ୍କାଦେବା ଫଳରେ ବାଇକ ଚାଲକଙ୍କ ଶୋଚନୀୟ ମୃତ୍ୟୂ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ବ୍ରଜରାଜନଗର ଗଙ୍ଗାଜଳ ଗ୍ରାମର ସନ୍ତୋଷ କେଉଁଟ(୨୫)। ସେ କୋଲାବିରା ଅଂଚଳକୁ କୌଣସି କାମରେ ଆସି ଦିନ ୨ଟା ସମୟରେ ଘରକୁ ବ୍ରଜରାଜନଗର ଫେରୁଥିବା ସମୟରେ ଶିରିଆପାଲି ସ୍କୁଲ ନିକଟରେ ଝାରସୁଗୁଡା ପଟୁ ଦୃତ ଗତୀରେ ଆସୁଥିବା ଓଡି୩୫ଏ୪୬୦୩ ନମ୍ବର ବିଶିଷ୍ଟ ଏକ କୋଇଲା ଟ୍ରକ ସାମନାରେ ଯାଉଥିବା ଏକ ଟେଙ୍କର ଗାଡିକୁ ଅତିକ୍ରମ କରୁଥିବା ସମୟରେ ସାମନାପଟୁ ନିଜ ସାଇଟରେ ଆସୁଥିବା ବାଇକ ଚାଳକକୁ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକ ସନ୍ତୋଷ ଦୁର୍ଘଟଣାଗ୍ରସ୍ଥ ହୋଇ ଘଟଣା ସ୍ଥଳରେହିଁ ସନ୍ତୋଷଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଫେରାର ମାରିବାକୁ ଉଦ୍ୟତ ହେଉଥିବା ସମୟରେ ଉପସ୍ଥିତ ଲୋକେ ଚାଳକକୁ କାବୁ କରିବା ସହ କୋଲାବିରା ଥାନାକୁ ସୂଚନା ଦେଇଥିଲେ। ଖବର ପାଇ କୋଲାବିରା ପୁଲିସ ଘଟଣାସ୍ଥଳକୁ ପହଂଚି ଟ୍ରକକୁ ଜବତ କରିବା ସହ ଡାଇଭର ଈଶ୍ୱର ଖଡିଆ କୁ ଗିରଫ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଥାନାରେ ଏକ ମାମଲା ଋଜ୍ଜୁ କରାଯାଇଛି।।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.