ଆମ ସଂସ୍କୃତି, କଳା ଓ ଐତିହ୍ୟ

ମନୁଷ୍ୟ ଜୀବନ ରହସ୍ୟ ! (ପ୍ରଥମ ଭାଗ)

– ପଙ୍କଜ କୁମାର ପାଣିଗ୍ରାହୀ
ବାଛୁରୀ ଛୁଆ ଟିଏ ଜନ୍ମ ହେବା ପରେ ଇତଃସ୍ତତଃ ବଡ ଜୋରରେ ଦୌଡ଼ି ଦୌଡ଼ି ବ୍ୟତି ବ୍ୟସ୍ତ କରାଇଥାଏ ! ନୂତନ ଭାବେ ଧାରା ପୃଷ୍ଠରେ ପଦାର୍ପଣ କଲାପରେ ଦୁନିଆର ରଙ୍ଗ ରୂପ ରେ ପ୍ରଭାବିତ ହୋଇ ନୂତନତ୍ୱ ଅନୁଭବ ତାକୁ ବିଚଳିତ କରିଥାଏ, ପ୍ରକୃତିର ଅନେକ କିଛି କୌତୁହଳ ଜାଣିବା ପାଇଁ I ହେଲେ ସମୟର ସ୍ରୋତରେ ଧୀରେ ଧୀରେ ସେ ବାନ୍ଧି ହୋଇଯାଏ ମନୁଷ୍ୟର ବଳୟ ଭିତରେ I ଆରମ୍ଭ ହୁଏ ନୂଆ ଏକ ଜୀବନ ତା’ର ! ଖୁଣ୍ଟରେ ବନ୍ଧା ହେବା !ସକାଳେ ଚରା ଭୂମିକୁ ଯାଇ ସନ୍ଧ୍ୟାରେ ଘରକୁ ଫେରିଲାପରେ କିଛି କୁଣ୍ଡା ତୋରାଣି ପିଇ ରାତିରେ ଶୋଇବା ! ପୁଣି ସକାଳେ ସେହି କାମ I ଧୀରେ ଧୀରେ ବଡ ହେବା ପରେ ଛୁଆ ଜନ୍ମ କରି ପାଳନ କର୍ତ୍ତାଙ୍କୁ କ୍ଷୀର ଦେଇ ତାଙ୍କ ବ୍ୟବସାୟରେ ଲାଭ କରାଇବା I ଆଉ ବେଳେ ବେଳେ ଅବସର ସମୟ ପୂର୍ବରୁ ହାଟରେ ବିକ୍ରି ହୋଇ ହଲାଲ ହୋଇ ମଣିଷଙ୍କ ଭୋଜନ ହେବା!

ଠିକ ସେହି ଭଳି ମଣିଷ ଛୁଆଟିଏ ଜନ୍ମ ହେବା ପରେ ପ୍ରାୟ ଅନେକ ବର୍ଷ ପର୍ଯ୍ୟନ୍ତ ତା’ରି ମନରେ ଅନେକ ପ୍ରଶ୍ନ ଉଠୁଥାଏ -“ମୁ” ର ଉତ୍ତର ଖୋଜିବା ପାଇଁ ! ତେଣୁ ଅନେକ ଜିନିଷ କଥା,ବସ୍ତୁ,ଶକ୍ତି ଇତ୍ୟାଦି ଉପରେ ଅନେକ ପ୍ରଶ୍ନ କରିଥାଏ ସେ ତାରି ପରିପାର୍ଶ୍ଵିକ ବ୍ୟକ୍ତିଙ୍କ ପାଖରେ I ବିଶେଷ କରି ମା ଓ ବାପାଙ୍କୁ ବେଶୀ ! ଆଉ ଅନେକ ସମୟରେ ଅନେକ ବସ୍ତୁ ଗୁଡିକ ଉପରେ ଗବେଷଣାତ୍ୱତ୍ମକ ଭାବେ ତାକୁ ଭାଙ୍ଗି ମାଡ ମଧ୍ୟ ଖାଇ ଥାଏ ! ହେଲେ ସେହି ” ମୁଁ ” ର ଉତ୍ତର ସେ ପାଇବାର ସୁଯୋଗ ପାଇପାରେ ନାହିଁ ! କାରଣ ମନୁଷ୍ୟର ବ୍ୟସ୍ତ ବହୁଳତା ଜୀବନ ମଧ୍ୟରେ ପିଲାଟିର ଭବିଷ୍ୟତ (ଏକ ମିଥ୍ୟା ଓ ଭ୍ରାନ୍ତିକର ଉପାଦାନ ଯାହା ପରିବାର ଲୋକ ଚିନ୍ତା କରିଥାନ୍ତି) ଗଠନ ଦିଗରେ ତାକୁ ନିୟୋଜିତ କରାଯାଇ ଥାଏ – ଯଥା ବିଦ୍ୟା ଶିକ୍ଷା ଅର୍ଜନ ଠାରୁ ଆରମ୍ଭ କରି ରୋଜଗାର, ସଂସାର ଗଠନ ଏବଂ ସାଂସାରିକ କର୍ତ୍ତବ୍ୟ ପାଳନ ପର୍ଯ୍ୟନ୍ତ ଯେଉଁଥିରେ ତାର ବାର୍ଦ୍ଧକ୍ୟ ସମୟ ଚାଲିଆସେ ! ହେଲେ ସଂସାରର ସମସ୍ତ ତଥା କଥିତ କର୍ମ ସରିଲାପରେ ଯେଉଁସବୁ ପ୍ରଶ୍ନ ପିଲା ବେଳେ ମନରେ ଉଠି ଥାଏ ପୁଣି ତାହାର ପୁନରାବୃତ୍ତି ହୁଏ ! ହେଲେ କିନ୍ତୁ ଆଶ୍ଚର୍ଯ୍ୟର କଥାଯେ ଆଉ ସମୟ ନଥାଏ ତା’ରି ପାଖରେ ସେହିସବୁ ପ୍ରଶ୍ନ ର ଉତ୍ତର ଖୋଜି ବାହାର କରିବା ପାଇଁ ! ଜଞ୍ଜାଳ ମୟ ଜୀବନ ଭିତରେ ଅନେକ ଦୁଃଖ କଷ୍ଟ ଭୋଗୀ ଶେଷ ନିଶ୍ୱାସ ତ୍ୟାଗ ପୂର୍ବରୁ ନିଜ ଜୀବନ ରହସ୍ୟ ର ସଜ୍ଞା ବୁଝିନପାରି ବ୍ୟତି ବ୍ୟସ୍ତ ହୋଇ କିଛି କୁଚକ୍ରୀ ଜାଲରେ ପଡି ମିଥ୍ୟା ପ୍ରୟାସ ଗୁଡିକୁ ଆପଣେଇ ନେଇଥାଏ ଯାହା ବାସ୍ତବ ନୁହେଁ ! ଏବଂ ନିଜ ମନକୁ ସାନ୍ତ୍ୱନା ଦେଇ ପୁଣି ପୁନର୍ଜନ୍ମ ରେ ଆଉ କିଛି ଅଧିକା କରିବା ପ୍ରୟାସ କରିଥାଏ ମଣିଷ !ହେଲେ ବାସ୍ତବିକ ସେ ନିଜ ଜୀବନର ରହସ୍ୟ ନିଜେ ବୁଝି ପାରେ ନାହିଁ ! କେବଳ ଅନ୍ୟ କାହାଦ୍ୱାରା ପ୍ରଭାବିତ ହୋଇ ଯାହା ସାନ୍ତ୍ୱନା ପାଇଥାଏ ତାହା ହିଁ ତାରି ପାଇଁ ହୋଇଯାଏ ସର୍ବେ ସର୍ବା ! ଆଉ ପୁଣି ତା’ରି ସେହି ଭ୍ରାନ୍ତି ତଥ୍ୟ କୁ ଅନାୟାସ ଭାବେ ପ୍ରଚାର ପ୍ରସାର ଦିଗରେ ଲାଗି ପଡେ ଅନ୍ୟକୁ ପ୍ରଭାବିତ କରିବା ପାଇଁ ! ଆଉ ଏକ ବିଶାଳ ଅନ୍ଧ ବିଶ୍ୱାସ ର ସାମ୍ରାଜ୍ୟ ସୃଷ୍ଟି ହୁଏ ତାରି ପରିବାର ଆଉ ନିକଟ ସମ୍ପର୍କୀୟ ମାନଙ୍କୁ ନେଇ ଯାହା ଆଜିକାର ସମାଜର ଏକ ଜ୍ୱଳନ୍ତ ଉଦାହରଣ !

ହେଲେ ବାସ୍ତବ କ’ଣ ? ସତ୍ୟ କ’ଣ ? ଏହି ପ୍ରଶ୍ନ ଆଜି ପର୍ଯ୍ୟନ୍ତ ପ୍ରଶ୍ନରେ ହିଁ ରହି ଯାଇ ଅଛି ମଣିଷ ପାଖରେ !
ସତ୍ୟ ଏବଂ ବାସ୍ତବତାର ଉତ୍ତର ପାଇନାହାନ୍ତି କେହି ! ସମସ୍ତେ କେବଳ ଅନ୍ଧ ଭାବେ କୁହୁଡି ମଧ୍ୟରେ ପହଁରି ପହଁରି ଜୀବନ ନଈ ପାର କରୁଛନ୍ତି !

ହେଲେ ପ୍ରକୃତିର ରହସ୍ୟ, ଜୀବନ ରହସ୍ୟ, ବାସ୍ତବତା ଜାଣିବା କ’ଣ ସମ୍ଭବ ନୁହେଁ ? ! ନା ମନୁଷ୍ୟ ଜାଣିବା ପାଇଁ ଆଗ୍ରହୀ ନୁହେଁ ? !

ପଙ୍କଜ କୁମାର ପାଣିଗ୍ରାହୀ
Social Forum India.
Bank Colony, Chatrapur,
Ganjam, Odisha-761020.
socialforum.org.in@gmail.com

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top