ଆନ୍ତର୍ଜାତୀୟ

ଆଲଜେରିଆରେ ସେନା ବିମାନ ଦୁର୍ଘଟଣା ଗ୍ରସ୍ତ, ୧୦୦ରୁ ଅଧିକ ଜବାନଙ୍କର ମୃତ୍ୟୁର ଆଶଙ୍କା

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ଆଲଜେରିଆରେ ବୁଧବାରଦିନ ଏକ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ରିପୋର୍ଟ ପ୍ରକାଶ ପାଇଛି। ବିମାନରେ ପ୍ରାୟତଃ ୧୦୦ରୁ ଅଧିକ ସୈନିକ ଯାତ୍ରା କରୁଥିଲେ। ଏମାନଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁର ଖବର ଆସିଛି। ଦୁର୍ଘଟଣାର ସୂଚନା ମିଳୁମିଳୁ ପୁଲିସ, ଫାୟର ବ୍ରିଗେଡ ଏବଂ ଡାକ୍ତରଙ୍କର ଟିମ ଆମ୍ବୁଲାନ୍ସ ସହିତ ମୌକାରେ ପହଁଚିଥିଲା। ଉଦ୍ଧାର କାର୍ଯ୍ୟ ଯୁଦ୍ଧସ୍ତରରେ ଜାରୀ ଅଛି।

ମିଡ଼ିଆ ରିପୋର୍ଟ୍ସ ଅନୁସାରେ, ରାଜଧାନୀ ଅଲ୍ଜୀୟର୍ସରେ ବୁଧବାରଦିନ ୨୦ ମାଇଲ୍ ଦୂର ସ୍ଥିତ ବୌଫାରିକ ଏୟରପୋର୍ଟର ନିକଟରେ ଅଲଜେରିଆର ସେନାର ଏକ ଏୟାରକ୍ରାଫ୍ଟ କ୍ରାସ୍ ହୋଇଛି ବୋଲି।

ସ୍ଥାନୀୟ ସମୟାନୁସାରେ, ଏହି ସୈନ୍ୟ ବିମାନଟି ସକାଳେ ୮ଟା ବେଳେ ଦୁର୍ଘଟଣା ଗ୍ରସ୍ତ ହେଲା। ଦୁର୍ଘଟଣାର ସମୟ ଆଧୁନିକ ହତିଆର ସହ ୧୦୦ରୁ ଅଧିକ ଜବାନ ଯାତ୍ରା କରୁଥିଲେ।

ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ, ମୃତକଙ୍କ ଠିକ୍ ଭାବରେ ସଂଖ୍ୟା ଜଣା ପଡ଼ିନାହିଁ। ସ୍ଥାନୀୟ ରିପୋର୍ଟ୍ସର ଅନୁସାରେ, ବିମାନର ଭସ୍ଣ ଖଣ୍ଡ ଭିତରେ ଅନେକ ମୃତ ଦେହ ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top