ଓଡ଼ିଶା

୦୯ ନଭେମ୍ବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ପାରିବାରିକ ବାତାବରଣ ଆନନ୍ଦପ୍ରଦ ରହିବ। ମିତ୍ର ତଥା ସ୍ନେହୀଜନମାନଙ୍କ ସାଥିରେ ସମ୍ବନ୍ଧ ଭଲ ରହିବ, କିନ୍ତୁ ସଂଧ୍ୟାରେ ସ୍ଵାସ୍ଥ୍ୟ ଟିକେ ଖରାପ ରହି ପାରେ। ଖାଇବା ପିଇବାରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ଅଛି। କଥାବାର୍ତ୍ତା କରିବା ସମୟରେ କାହା ସହିତ ଉଗ୍ରତା ପୂର୍ଣ୍ଣ ଭାଷାର ପ୍ରଯୋଗ ନ ହେଉ, ଏଥିପାଇଁ ଜିହ୍ଵା ଉପରେ ନିୟନ୍ତ୍ରଣ ରଖିବେ। ପରିବାର ତଥା କାର୍ଯ୍ୟକ୍ଷେତ୍ରରେ ସମାଧାନକାରୀ ବ୍ୟବହାର ଆପଣାଇବେ। ଦିନର ଉତ୍ସାହ ତଥା ଊର୍ଜାର ସନ୍ତୁଳନ ରହିବ।

ବୃଷ : ଆଜି ଆପଣ କୌଣସି ବିଷୟକୁ ନେଇକରି ଚିନ୍ତନଶୀଳ ରହି ପାରନ୍ତି। ଥଣ୍ଡା-କାଶ, କଫ କିମ୍ବା ଜ୍ୱର ସମ୍ବନ୍ଧିତ କୌଣସି ଅସୁବିଧା ହୋଇପାରେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହିତ ମନମାଳିନ୍ୟ ହୋଇପାରେ। ପରନ୍ତୁ, ମଧ୍ୟାହ୍ନ ପରେ କିଛି ଅନୁକୂଳତା ରହିପାରେ। କାର୍ଯ୍ୟ କରିବା ପାଇଁ ଉତ୍ସାହରେ ବୃଦ୍ଧି ହୋଇପାରେ। ଆର୍ଥିକ ଲାଭ ହେବ। ସଂଧ୍ୟାରେ ମିତ୍ରମାନଙ୍କ ସହିତ ମିଳିବାକୁ ହେବ। ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ପରିବାରରେ ବାତାବରଣ ଆନନ୍ଦିତ ରହିବ।

ମିଥୁନ : ଆଜି ଆପଣଙ୍କୁ ମିତ୍ରମାନଙ୍କଠାରୁ ଲାଭ ପ୍ରାପ୍ତି ହୋଇପାରେ। ନୂଆ ମିତ୍ର ବନି ପାରନ୍ତି, ଯେଉଁମାନେ କି ଭବିଷ୍ୟତରେ ଆପଣଙ୍କପାଇଁ ଲାଭଦାୟୀ ସିଦ୍ଧ ହୋଇପାରନ୍ତି। ଅପେକ୍ଷାକୃତ ଅଧିକ ଧନଲାଭ ହେବ। ଯାତ୍ରାର ଆୟୋଜନ ହୋଇପାରେ। ସରକାରୀ କାର୍ଯ୍ୟଗୁଡ଼ିକରେ ଲାଭ ହେବ। ପରନ୍ତୁ ମଧ୍ୟାହ୍ନ ପରେ ସାବଧାନ ରହିବାକୁ ଉପଦେଶ। ଧର୍ମ-କର୍ମ କରିବାରେ ଅଧିକ ହାନି ନ ହେଉ, ଏପରି ପରିସ୍ଥିତି ସୃଷ୍ଟି ହୋଇପାରେ।

କର୍କଟ : ଆଜି ଦିନର ପ୍ରାରମ୍ଭରେ କୌଣସି କାର୍ଯ୍ୟକୁ ନେଇକରି ଅବରୋଧର ସାମନା କରିପାରନ୍ତି। କିନ୍ତୁ ଅନ୍ତତଃ ସଫଳତା ପୂର୍ବକ ସେହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ପାରିବେ। କ୍ରୋଧର ମାତ୍ରା ଅଧିକ ରହିବାରୁ କାହା ସାଥିରେ ବିବାଦ ହୋଇପାରେ, କିନ୍ତୁ ମଧ୍ୟାହ୍ନ ପରେ ସ୍ଥିତିରେ ସୁଧାର ଆସିବ। ପରିବାରରେ ମଧ୍ୟ ଆନନ୍ଦର ବାତାବରଣ ରହିବ। ବ୍ୟବସାୟ ସ୍ଥଳରେ ଉଚ୍ଚ ଅଧିକାରୀମାନଙ୍କ ସହିତ ଆବଶ୍ୟକ ଚର୍ଚ୍ଚାରେ ସାମିଲ ହେବାର ସୁଯୋଗ ପ୍ରାପ୍ତ ହେବ।

ସିଂହ : ପରିବାର ତଥା ବ୍ୟବସାୟ କ୍ଷେତ୍ରରେ ଆଜିର ଦିନ ଭଲ ଭାବରେ ବିତିବ, କାରଣ ଦୁଇଟି କ୍ଷେତ୍ର ଉପରେ ଆବଶ୍ୟକ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। କାର୍ଯ୍ୟର ବୋଝ ବଢ଼ିବାରୁ ସ୍ଵାସ୍ଥ୍ୟରେ କିଛି ଶିଥିଲତା ରହିବ ତଥା ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟରେ ସୁଧାର ହେବ। ମିତ୍ରମାନଙ୍କ ସହିତ ମିଳିବାରେ ଆନନ୍ଦ ପ୍ରାପ୍ତ ହେବ। ତାଙ୍କ ସାଥିରେ ଯାତ୍ରା କିମ୍ବା ପର୍ଯ୍ୟଟନର ଆୟୋଜନ ମଧ୍ୟ ହୋଇପାରେ। ଦ୍ୱିପ୍ରହର ପରେ କୌଣସି ସାମାଜିକ କାର୍ଯ୍ୟରେ ଭାଗ ନେବାର ଇଚ୍ଛା ପୂର୍ଣ୍ଣ ହୋଇପାରେ।

କନ୍ୟା : ଆଜି ଆପଣଙ୍କ ମନ ଗଭୀର ଚିନ୍ତନ ଶକ୍ତି ତଥା ରହସ୍ୟମୟ ବିଦ୍ୟା ପ୍ରତି ଆକର୍ଷିତ ହେବ। କାହା ସହିତ ବିବାଦ ନ ହେଉ ଏଥିପାଇଁ ବୁଝି ବିଚାରି କଥା ହେବାର ଉପଦେଶ ଆଜି ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ। ସ୍ଵାସ୍ଥ୍ୟ ଅସୁସ୍ଥ ରହିବ। ମଧ୍ୟାହ୍ନ ପରେ ଯାତ୍ରାର ଆୟୋଜନ କରିପାରନ୍ତି। ଧାର୍ମିକ ତଥା ମାଙ୍ଗଳିକ କାର୍ଯ୍ୟଗୁଡ଼ିକରେ ଯିବାର ପ୍ରସଙ୍ଗ ଉପସ୍ଥିତ ହେବ।

ତୁଳା : ଆଜି ଆପଣ ସାମାଜିକ ତଥା ବାହ୍ୟ କ୍ଷେତ୍ରରେ ପ୍ରଶଂସା ପ୍ରାପ୍ତ କରି ପାରିବେ। କୌଣସି ନିଜ ବ୍ୟକ୍ତିଙ୍କ ସହିତ ମିଶିବାରୁ ମନ ପ୍ରଫୁଲ୍ଲିତ ରହିବ। ଦାମ୍ପତ୍ୟ-ଜୀବନରେ ସୁଖ ଏବଂ ସନ୍ତୋଷ ଅନୁଭବ ହେବ। ମଧ୍ୟାହ୍ନ ଏବଂ ସଂଧ୍ୟାକାଳ ପରେ ବାଣୀ ଏବଂ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବାରେ ଲାଭ ହେବ। ଆଜି ଆପଣଙ୍କୁ ଆଧ୍ୟାତ୍ମିକ ସିଦ୍ଧି ମିଳିବାର ଯୋଗ ଅଛି।

ବିଚ୍ଛା : ଆଜିର ଦିନ ବହୁତ ଆନନ୍ଦମୟ ରହିବ। ବ୍ୟାପାର ସହିତ ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକରେ ଦିନର ବ୍ୟସ୍ତତା ରହିବ ତଥା ସେଥିରେ ଲାଭ ମଧ୍ୟ ହେବ। ଅଧିକ ଲୋକମାନଙ୍କ ସହିତ ଆଜି ମିଶିବାର କାରଣରୁ ବିଚାରର ଆଦାନ-ପ୍ରଦାନ କରିପାରନ୍ତି। ଘର ଏବଂ ଦାମ୍ପତ୍ୟ-ଜୀବନରେ ଆନନ୍ଦ ରହିବ। ସାମାଜିକ କ୍ଷେତ୍ରରେ ଆପଣର କାର୍ଯ୍ୟର ପ୍ରଶଂସା ହେବ। ସଂଧ୍ୟା ପରେ ଜୀବନସାଥୀ ସହିତ ଭଲ ସମୟ ବିତିବ। ବାହନ ସୁଖ ମଧ୍ୟ ମିଳିବ।

ଧନୁ : ଆଜି ଦିନର ପ୍ରାରମ୍ଭ ଟିକେ ନରମ ରହିପାରେ। କୌଣସି କାର୍ଯ୍ୟ ପାଇଁ କିଛି ଅଧିକ ଦୌଡ଼ାଦୌଡ଼ି କରିବାକୁ ପଡ଼ିବ ତଥା ପରିଶ୍ରମ ତୁଳନାରେ ପ୍ରାପ୍ତି ଅଳ୍ପ ହେବ। ପରନ୍ତୁ ମଧ୍ୟାହ୍ନ ଏବଂ ସଂଧ୍ୟାକାଳ ପରେ ଆପଣ ଶାରୀରିକ ତଥା ମାନସିକ ସୁସ୍ଥତା ଅନୁଭବ କରିବେ। ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତିବ। ଆପଣଙ୍କ ହାତରେ କୌଣସି ଧାର୍ମିକ କିମ୍ବା ପୁଣ୍ୟ କାର୍ଯ୍ୟ ହେବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। କୌଣସି ବଡ଼ ଆୟୋଜନରେ ମଧ୍ୟ ସାମିଲ ହେବାର ସୁଯୋଗ ମିଳିବ।

ମକର : ଅଧିକ ସମ୍ବେଦନଶୀଳ ନ ହେବା ପାଇଁ ଆଜି ଆପଣଙ୍କୁ ଉପଦେଶ। ଜମି ଧନ ସମ୍ପତ୍ତି ସମ୍ବନ୍ଧିତ ମାମଲା ଆଦିରେ ଆଜି ବୁଝି ବିଚାରି ଆଗକୁ ବଢ଼ିବାରେ ଲାଭ ହେବ। ସ୍ଵାସ୍ଥ୍ୟ ଟିକେ ନରମ ରହିପାରେ। ସନ୍ତାନ ପକ୍ଷରୁ ଚିନ୍ତା ରହିପାରେ। ସରକାରୀ ତଥା ବରିଷ୍ଠ ଅଧିକାରୀଙ୍କ ଠାରୁ କୌଣସି ବିଷୟରେ ସଫଳତା ମିଳିବ। ଆଜିର ଦିନ କୌଣସି ଲମ୍ବା ଦୂରକୁ ଯାତ୍ରା କରିବାପାଇଁ ପ୍ଲାନ କରିପାରନ୍ତି।

କୁମ୍ଭ : ଆଜି ଆପଣଙ୍କୁ ନୂଆ କାର୍ଯ୍ୟ କରିବାର ପ୍ରେରଣା ଅବଶ୍ୟ ମିଳିବ, କିନ୍ତୁ ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବା କାରଣରୁ ମହତ୍ଵପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ଅନ୍ତିମ ନିର୍ଣ୍ଣୟ ନିଅନ୍ତୁ ନାହିଁ, ଏପରି ଉପଦେଶ। ଲେଖନ ସମ୍ବନ୍ଧିତ କାର୍ଯ୍ୟ ପାଇଁ ଦିନ ଭଲ ଅଟେ। ମଧ୍ୟାହ୍ନ ପରେ କିମ୍ବା ସଂଧ୍ୟାକାଳରେ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ଦ୍ୱନ୍ଦ୍ୱପୂର୍ଣ୍ଣ ପରିସ୍ଥିତିର ଅନୁଭବ ହେବ। କୌଣସି ବାଣୀ ଏବଂ ବ୍ୟବହାରରେ ଆପଣଙ୍କୁ ଆଘାତ ଲାଗିପାରେ। ବାସଗୃହ କିମ୍ବା ଭୂମି ସମ୍ବନ୍ଧିତ ମାମଲା ଉପରେ ଆଜି ବୁଝି ବିଚାରି ନିଷ୍ପତି ନେବାର ଆବଶ୍ୟକତା ଅଛି। ମାନସିକ ବ୍ୟଗ୍ରତା ଦୂର କରିବା ପାଇଁ ଆପଣ ଆଧ୍ୟାତ୍ମିକତାର ଶରଣ ନେଇପାରନ୍ତି।

ମୀନ : ଆଜି ଧନର ଖର୍ଚ୍ଚ ଅଧିକ ହେବା କାରଣରୁ ଆପଣଙ୍କ ମନ ବ୍ୟଗ୍ର ରହିବ। କାହା ସାଥିରେ ମନମାଳିନ୍ୟ କିମ୍ବା ଚିନ୍ତାର ପ୍ରସଙ୍ଗ ନ ହେଉ, ଏହାର ଧ୍ୟାନ ରଖିବାର ଆବଶ୍ୟକତା ଅଛି। ଆର୍ଥିକ ବିଷୟଗୁଡ଼ିକରେ ମଧ୍ୟ ସମ୍ଭାଳି କରି ଚାଲିବାକୁ ଉପଦେଶ। ବ୍ୟବସାୟ କ୍ଷେତ୍ରରେ କଡ଼ା ପ୍ରତିଦ୍ୱନ୍ତିତାର ସାମନା କରିପାରନ୍ତି। ଆଜି କୌଣସି ମୁଖ୍ୟ ବିଷୟ ଉପରେ ବଡ଼ ନିଷ୍ପତି ନେବାକୁ ପଡ଼ିପାରେ। ବିଦେଶରୁ କୌଣସି ଶୁଭ ସମାଚାର ପ୍ରାପ୍ତ ହୋଇପାରେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top