ad
ଅପରାଧ

୯ ବର୍ଷର ଶିଶୁକୁ ୩୬ ବର୍ଷର ମହିଳା ବର୍ଷେ ଧରି କରୁଥିଲା ରେପ‌୍ !

କେରଳ ୧୧-୨ (ଓଡ଼ିଆ ପୁଅ) କେରଳର ତେନିପଲମରେ ଜଣେ ୩୬ ବର୍ଷିୟ ମହିଳା ବିରୁଦ୍ଧରେ ରେପ କେସ ରୁଜୁ ହୋଇଛି। ଖବର ଅନୁଯାୟୀ, ମହିଳା ଜଣକ ୯ ବର୍ଷର ଶିଶୁ ସହିତ ଅନେକ ମାସ ପର୍ଯ୍ୟନ୍ତ ଯୌନ ଶୋଷଣ କରୁଥିଲା ବୋଲି ଅଭିଯାଗ ହୋଇଛି। ଚାଇଲ୍ଡଲାଇନ ଦ୍ୱାରା ଏହି ମାମଲା ରୁଜୁ କରାଯାଇଛି। ମହିଳା ଶିଶୁ ସହିତ ଯୌନ ଶୋଷଣ କରିବା କାରଣରୁ ତା’ର ମାନସିକ ସ୍ଵାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡ଼ିଥିଲା। ତେନିପଲମ ପୁଲିସ ମହିଳା ବିରୁଦ୍ଧରେ ବଳାତ୍କାର କେସ ରୁଜୁ କରି ମହିଳାକୁ ଗିରଫ କରିଛି। ମାମଲା ଗତ ସପ୍ତାହର, ଯେତେବେଳେ ଶିଶୁଟି ଏକ ଲୋକାଲ କ୍ଲିନିକର ଡକ୍ଟର ସାମନାରେ ଏହି କଥା କହିଥିଲା। ତା’ ପରେ ଡାକ୍ତର ଚାଇଲ୍ଡଲାଇନକୁ ଆଲର୍ଟ କରିଥିଲେ, ସେମାନେ ଶିଶୁର ବୟାନ ରେକର୍ଡ କରି ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ପୋକ୍ସୋ ଆକ୍ଟର ଧାରା ୫ ଏବଂ ୬ ଅନୁଯାୟୀ ମାମଲା ରେକର୍ଡ଼ କରିଛି ଏବଂ ତଦନ୍ତ ଆରମ୍ଭ କରିଦେଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top