୦୮ ଜୁନ ଶୁକ୍ରବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ଧର୍ମର କାମକରିବାରେ ଧନ ଖର୍ଚ୍ଚ ହୋଇପାରେ। ଲୋଭରେ ପଡ଼ନ୍ତୁନାହିଁ, ଏହାର ଧ୍ୟାନ ରଖିବେ। ଜମି, ବାସଗୃହ ଆଦିର କାଗଜପତ୍ରକୁ କାହାକୁ ଦେଖାନ୍ତୁ ନାହିଁ। ମାତାଙ୍କର ସ୍ଵାସ୍ଥ୍ୟ ଖରାପ ହୋଇପାରେ।

ବୃଷ : ଆଜି ଆପଣଙ୍କ ଆୟ ଏବଂ ବ୍ୟାପାରରେ ବୃଦ୍ଧି ହେବାର ଯୋଗ ଅଛି। ବ୍ୟାପାରରେ ନୂଆ ଲାଭଦାୟକ ସଂପର୍କ ହେବ। କୁଟୁମ୍ବ ଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ହସ-ଖୁସିରେ ସମୟ ବିତାଇବାର ସୁଯୋଗ ମିଳିବ। ଜୀବନସାଥୀ ସହିତ ସମ୍ବନ୍ଧ ଭଲ ବନିବ। ଭାଇ-ବନ୍ଧୁମାନଙ୍କର ତଥା ବୃଦ୍ଧ ଲୋକମାନଙ୍କରଠାରୁ ଲାଭ ହେବ।

ମିଥୁନ : ଆଜି ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତା ପୂର୍ବକ ସମ୍ପନ୍ନ ହେବ। ଘର, ଅଫିସ୍ ତଥା ସାମାଜିକ କ୍ଷେତ୍ରରେ ଅନୁକୂଳ ବାତାବରଣ ବନିବାରେ ପ୍ରସନ୍ନତା ଅନୁଭବ କରିବେ। ମାନ-ସମ୍ମାନରେ ବୃଦ୍ଧି ହେବ। ଉଚ୍ଚ ପଦାଧିକାରିମାନଙ୍କର ସହଯୋଗପୂର୍ଣ୍ଣ ବ୍ୟବହାର କାରଣରୁ ଆପଣଙ୍କ ପ୍ରଗତିର ମାର୍ଗ ପ୍ରଶସ୍ତ ହେବ।

କର୍କଟ : ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ସହିତ ଭାଗ୍ୟବୃଦ୍ଧିର ସୁଯୋଗ ଆପଣଙ୍କ ପ୍ରସନ୍ନତାକୁ ବୃଦ୍ଧି କରିବ। ବିଦେଶରୁ ଶୁଭ ସମାଚାର ମିଳିବ। ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରାଧାମର ଦର୍ଶନକରି ଆନନ୍ଦିତ ହେବେ। ପାରିବାରିକ ସଦସ୍ୟମାନଙ୍କ ସହିତ ଭଲ ଭାବରେ ସମୟ କଟାଇବେ।

ସିଂହ : ଆପଣଙ୍କୁ ସ୍ଵାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ମାନହାନିର ବିପଦ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ବାହର ଖାଇବା -ପିଇବାରେ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆପଣଙ୍କ ମନରେ ନକାରାତ୍ମକ ବିଚାର ପ୍ରଭାବ ପକାଇବ।

କନ୍ୟା : ସାମାଜିକ ଏବଂ ସାର୍ବଜନିକ କ୍ଷେତ୍ରରେ ଲାଭ ସହିତ ଖ୍ୟାତି ପ୍ରାପ୍ତ ହେବ। ମହିଳା ବର୍ଗମାନଙ୍କଠାରୁ ବିଶେଷ ଲାଭ ହେବ। ଦାମ୍ପତ୍ୟଜୀବନରେ ପରମ ସୁଖର କ୍ଷଣ ଅନୁଭବ ହେବ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ପରିଚୟ ହେବ। ଭାଗିଦାରୀ ପାଇଁ ସମୟ ଅନୁକୂଳ ଅଟେ। ଯାତ୍ରା କରିବାର ସମ୍ଭାବନା ଅଛି।

ତୁଳା : ଆଜି ଚାକିରି ପେଶା ଲୋକମାନଙ୍କର ପାଇଁ ଅତ୍ୟନ୍ତ ଲାଭଦାୟକ ଦିନ ଅଟେ। ତାଙ୍କର କାମରେ ଯଶ ଏବଂ ସଫଳତା ମିଳିବ। ପାରିବାରିକ ବାତାବରଣ ସୌହାର୍ଦ୍ୟ ପୂର୍ଣ୍ଣ ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କର ସମକ୍ଷ ବିଜୟ ମିଳିବ। ଅଫିସ୍ ରେ ସହକର୍ମିମାନଙ୍କର ସହଯୋଗ ମିଳିବ। ସ୍ଵାସ୍ଥ୍ୟ ଭଲ ରହିବ।

ବିଚ୍ଛା : ଆଜି ଆପଣଙ୍କମଧ୍ୟରେ ଶାରୀରିକ ଏବଂ ମାନସିକ ଫୂର୍ତ୍ତି ଏବଂ ସତେଜତାର ଅଭାବ ହୋଇପାରେ। ପରିବାରରେ କ୍ଲେଶ କଳହର ବାତାବରଣ ରହିବାରୁ ଆପଣଙ୍କ ମନ ଦୁଃଖ ହୋଇପାରେ। ମାତାଙ୍କର ସ୍ଵାସ୍ଥ୍ୟ ଖରାପ ହୋଇପାରେ। ମହିଳାବର୍ଗଙ୍କଠାରୁ ଦୂରରେ ରଖିଲେ ଭଲ।

ଧନୁ : ଆପଣଙ୍କ ଆଜିର ସମ୍ପୂର୍ଣ୍ଣ ଦିନ ସୁଖମୟ ବିତିବ। ଅନୁକୂଳ ପରିସ୍ଥିତି ନିର୍ମିତ ହେବା ପାଇଁ ଆପଣ ପ୍ରତ୍ୟେକ କାର୍ଯ୍ୟ ସରଳତା ପୂର୍ବକ ସମ୍ପୂର୍ଣ୍ଣ କରି ପାରିବେ। ମନରେ ପ୍ରସନ୍ନତା ରହିବ। ବ୍ୟାପାରରେ ଆର୍ଥିକ ଲାଭ ପ୍ରାପ୍ତି କରି ପାରିବେ। ଭାଗିଦାରୀରେ ଲାଭ ହେବ। ଭାଇ-ଭଉଣୀମାନଙ୍କ ସହିତ ଭଲ ଭାବରେ ସମୟ ବ୍ୟତୀତ କରିବେ।

ମକର : ମାତାଙ୍କର ସ୍ଵାସ୍ଥ୍ୟକୁ ନେଇକରି ଚିନ୍ତା ହୋଇପାରେ। ଘବରାନ୍ତୁ ନାହିଁ, ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ବାଦ-ବିବାଦରେ ପଡ଼ନ୍ତୁନାହିଁ। ସ୍ଵଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। କାର୍ଯ୍ୟରେ ସଫଳତା ମିଳିବ। ଅନାବଶ୍ୟକ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ। ବିଦ୍ୟାର୍ଥିମାନଙ୍କ ପାଇଁ ପାଠପଢ଼ାରେ କିଛି ଅସୁବିଧା ଆସିପାରେ।

କୁମ୍ଭ : ଆଜି ଆପଣ ଆନନ୍ଦ, ଉତ୍ସାହ ଏବଂ ପ୍ରସନ୍ନତା ଅନୁଭବ କରିବେ। ନୂଆ କାର୍ଯ୍ୟଙ୍କର ପ୍ରାରମ୍ଭ ଲାଭଦାୟକ ପ୍ରମାଣିତ ହେବ। ମିତ୍ରମାନଙ୍କ, ସ୍ଵଜନମାନଙ୍କ ସହିତ ଭୋଜନର ଆନନ୍ଦ ଉଠାଇବାପାଇଁ ସୁଯୋଗ ପ୍ରାପ୍ତ ହେବ। ଯାତ୍ରାର ଯୋଗ ଅଛି। ଲକ୍ଷ୍ମୀଦେବୀଙ୍କର କୃପା ରହିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଧନ ଖର୍ଚ୍ଚ ହୋଇପାରେ।

ମୀନ : ଆନନ୍ଦ-ଉତ୍ସାହ ଏବଂ ତନ-ମନର ପ୍ରସନ୍ନତା ଆପଣଙ୍କ ଦିନରେ ଚେତନା ଏବଂ ଫୂର୍ତ୍ତିର ସଞ୍ଚାର କରିବ। ନୂଆ କାର୍ଯ୍ୟ ହାତକୁ ନେବେ, ତେବେ ସେଥିରେ ସଫଳତା ମିଳିବ। ଧାର୍ମିକ ମାଙ୍ଗଳିକ ପ୍ରସଂଗରେ ଯାଇପାରନ୍ତି। ପରିବାର ସହିତ ମିଷ୍ଟାନ୍ନ ଭୋଜନର ଆନନ୍ଦ ନେବେ। ଯାତ୍ରା କରିବେ। ଦାମ୍ପତ୍ୟଜୀବନ ଆନନ୍ଦମୟ ରହିବ।

Leave a Reply

Your email address will not be published. Required fields are marked *