ଅନୁଗୁଳ

ଏନ୍.ଟି.ପି.ସି କଣିହାଁ ତରଫରୁ ୱାଟର ଫିଲଟର ପ୍ରଦାନ

ତାଳଚେର, ୩୦/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର କଣିହାଁ ତରଫରୁ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଯୋଜନାରେ ମାଙ୍କେଡ଼ିଆ ସାହି, ବଲଙ୍ଗୀ ଏବଂ କଣିହାଁ ଗ୍ରାମରେ ଗତ ୨୯ତାରିଖରେ ୱାଟର ଫିଲଟର ପ୍ରଦାନ କରାଯାଇଛି। ଏନ୍.ଟି.ପି.ସି କଣିହାଁ ପ୍ରକଳ୍ପର ବରିଷ୍ଠ ମହାପ୍ରବନ୍ଧକ(ମାନବ ସମ୍ବଳ) ଏ.କେ.ଦାସ ଏବଂ ଅଧିକାରୀ (ମାନବ ସମ୍ବଳ) ଏମ୍.ଭି.ରାଓ ଉପସ୍ଥିତ ରହି ୫୩ଟି ପରିବାରକୁ ୱାଟର ଫିଲଟର ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ଦାସ ବିଶୁଦ୍ଧ ପାନୀୟ ଜଳ ବ୍ୟବହାରର ଉପକାରିତା ବିଷୟରେ ବୁଝାଇ କହିବାସହ ୱାଟର ଫିଲଟର ବ୍ୟବହାର କରି ଗ୍ରାମବାସୀମାନେ ବିଭିନ୍ନ ଜଳବାହିତ ରୋଗ ଦାଉରୁ ନିଜକୁ ରକ୍ଷା କରିପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ। ଚଳିତ ବର୍ଷା ଋତୁର ଆଗମନ ହୋଇଥିବା ବେଳେ ୱାଟର ଫିଲଟର ବ୍ୟବହାର ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ବୋଲି ସେ କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top