ଓଡ଼ିଶା

୮୬୨ଟି ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ନାହିଁ

ରାୟଗଡା, ୨୦।୪ (ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ରାୟଗଡା ଜିଲାରେ ୮୬୨ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘରନାହିଁ। ବିଭାଗକୁ ଦିଆଯାଇଥିବା କାର୍ଯ୍ୟାବଳୀର ସମିକ୍ଷା, ଘନଘନ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଉଛି। କିନ୍ତୁ ଗତ ୩୧ବର୍ଷ ଧରି ଜିଲାରେ ସମନ୍ୱୀତ ଶିଶୁ ବିକଶ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ଭିତିଭୂମିକୁ ସଜାଡା ଯାଇପାରୁନାହିଁ। କେଉଁଠି ଗୋଷ୍ଟିଘରତ କେଉଁଠି ପାଚିକାର ଦାଣ୍ଡ ପିଣ୍ଡାରେ ଶିଶୁଙ୍କୁ ପ୍ରାକ ଶିକ୍ଷା ଦିଆଯାଉଥିବାବେଳେ ମହିଳାଙ୍କୁ ସ୍କୁଲସହ ସଂଲଗ୍ନ ଘରେ ପରିକ୍ଷା ନିରିକ୍ଷା କରାଯଉଛି। ଦୁର୍ଭାଗ୍ୟର କଥାଯେ, ମହିଳା ତଥା ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ତା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏହି କେନ୍ଦ୍ର ଜରିଆରେ ଭିଆଯାଉଥିବାବେଳେ ସେଥିପ୍ରତି ଅବହେଳା ବିସ୍ମୟ ସୃଷ୍ଟି କରିଛି।

ମହିଳାଙ୍କ ଗର୍ଭସଞ୍ଚାର ଠାରୁ ଆରମ୍ଭକରି ପ୍ରସବ ପର୍ଯ୍ୟନ୍ତ, ଶିଶୁର ଜନ୍ମଠାରୁ ୬ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ସମସ୍ତ ଯୋଜନା ଅଙ୍ଗନବାଡି କେନ୍ଦ୍ରଜରିଆରେ ପୁର୍ଣ୍ଣାଙ୍ଗରୂପ ଦିଆଯାଇଥାଏ। ମାଁର ପେଟରେ ଶିଶୁର ଗଠନ ଠାରୁ ଶିଶୁର ପୁଷ୍ଟିହୀନତା ଭଳି ଗୁରୁତର କାର୍ଯ୍ୟ ଏହି କନେ୍ଦ୍ରମାନଙ୍କ ଜରିଆରେ ନିର୍ବାହ କରାଯାଇଥାଏ। ତେବେ ଗତ ୩୧ବର୍ଷଧରି ଜିଲାରେ କାର୍ଯ୍ୟକରିଆସୁଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରପାଇଁ ଘରଟିଏ ଯୋଗାଇ ଦିଆଯାଇପାରିନାହିଁ। କେନ୍ଦ୍ର ଓ ରାଜ୍ୟସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ସମନ୍ୱୀତ ଶିଶୁ ବିକଶ ଯୋଜନା। ଓଡିଶାରେ ଏହି ଯୋଜନା ୧୯୭୫ ମସିହାରେ ପ୍ରଚଳିତ କରାଯାଇଥିବା ବେଳେ ଦୁର୍ଗମ ରାୟଗଡା ଜିଲରେ ଏହି କାର୍ଯ୍ୟ ଆରମ୍ଭ କରୁକରୁ ୧୯୮୬ ମସିହା ହୋଇଯାଇଥିଲା। ତେବେ ଜିଲାର କୋଲନରା, ଗୁଡାରୀ ଓ ଦୁର୍ଗମ ଚନ୍ଦ୍ରପୁର ୩ଟି ବ୍ଲକରେ ପାଇଲଟ ପ୍ରଜେକ୍ଟ ରୂପେ ନେଇ ଶିଶୁଙ୍କୁ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା। ପ୍ରାରମ୍ଭରେ କିଛି ଲୋକପ୍ରତିନିଧି ତଥା ନିକଟରେ ଥିବା ସ୍କୁଲ ମନଙ୍କରେ ଶିକ୍ଷାଦାନ ଆରମ୍ଭ କରାଗଲା। ଶୁଶୁଙ୍କୁ ଖେଳଖେଳରେ ଶିକ୍ଷାଦନ ସହ ଗୀତନାଚ ଜରିଆରେ ସ୍କୁଲପ୍ରତି ଆକୃଷ୍ଟ କରିବା ଏହି ଯାଜନାର ମୁଳଲକ୍ଷ ରହିଥିଲା। ଗ୍ରାମାଞ୍ଚଳ ସହ ଅଙ୍ଗନବାଡି କର୍ମୀ ଜଡିତ ରହୁଥିବାରୁ ଗାଁରେ ସରକାରଙ୍କ ସ୍ୱାସ୍ଥ

ସ୍ୱାସ୍ଥ୍ୟଗତ ସୂଚନାଦାତା ରୂପେ ଗ୍ରହଣ କରି ୧୯୯୦ମସିହା ବେଳକୁ ଏହି ଯୋଜନାକୁ ବ୍ୟାପକ ରୂପ ଦିଆଗଲା। ଅଙ୍ଗନବାଡି କେନ୍ଦ୍ରରେ ଗର୍ଭୁଣୀଙ୍କ ସ୍ୱାସ୍ଥ୍ୟ ପରିକ୍ଷା ସହ ଶିଶୁର ଯତ୍ନପାଇଁ ସ୍ୱନ୍ତନ୍ତ୍ର ତାଲିମ ଦେଇ ମା ଓ ଶିଶୁର ବିକାଶର କଥା କୁହାଗଲା। କିନ୍ତୁ ଏତକଯାକ ବର୍ଷପରେବି ଜିଲାରେ ଥିବା ୧୯୪୭ଟି ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କ ବସାଉଠା ଓ ଶିକ୍ଷାଦାନ ପାଇଁ ଘରଟିଏ ନିର୍ମାଣ କରାଯାଇପାରିଲାନାହିଁ। କେନ୍ଦ୍ରନାମରେ ରେଷେଇଆଙ୍କ ଘର ବାରଣ୍ଡାରେ ପିଲାଙ୍କୁ ଦୟନୀୟ ଅବସ୍ତାରେ ବସାଇ ଶିକ୍ଷାନୁହେଁ ଦଣ୍ଡ ଦିଆଯାଉଥିବା ଅନୁଭବ ହେଉଛି। ଜିଲା ସମାଜ ମଙ୍ଗଳ ବିଭାଗର ରିପୋଟ ଅନୁଯାଇ ୧୦୭୫ଟି କେନ୍ଦ୍ରପାଇଁ ଘର ରହିଛି। ସେଥିମଧ୍ୟରୁ ୮୬୨ଟି କେନ୍ଦ୍ର ଗୋଷ୍ଟିଘର, ଭଡାଘର ଓ ନିକଟସ୍ଥ ସ୍କୁଲଘରେ ଏପରିକି ରେଷେଇଆଙ୍କ ଘର ବାରଣ୍ଡରେ ଚାଲିଛି। ମିଳିଥିବା ସୂଚନା ଅନୁଯାଇ ବିଷମକଟକ ବ୍ଲକରେ ୬୩ଟି କେନ୍ଦ୍ରରେ ଘର ନଥିବାବେଳେ ଚନ୍ଦ୍ରପୁରରେ ୪୨, ଗୁଡାରୀରେ ୩୩, ଗୁଣପୁର ୯୧, କେସିହପୁରରେ ୬୧, କାଶୀପୁରରେ ୧୯୯, କୋଲନରାରେ ୫୭, ମୁନିଗୁଡାରେ ୬୫, ପଦ୍ମପୁରରେ୪୩, ରାମନାଗୁଡାରେ ୬୫, ରାୟଗଡାରେ ୧୩୩ କେନ୍ଦ୍ରରେ ନିଜର ଘର ନାହିଁ। ଗେଟିଏ ପଟେ ଅଙ୍ଗନବାଡି କେନ୍ଦ୍ର ଜରିଆରେ ଗର୍ଭବତୀ ମାଙ୍କ ବିକାଶର ନାରା, ମମତା ଦିବସ, ଟିକାକରଣ, ସ୍ୱାସ୍ଥ୍ୟ ପରିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ଅଙ୍ଗନବାଡି କେନ୍ଦ୍ରରେ ତୁଲାଯାଉଛି। ତେବେ ଏକ ଅପ୍ରୀତିକର ବାତାବରଣରେ ସୁସ୍ଥ ସ୍ୱାସ୍ଥ୍ୟର ପରିକଳ୍ପାନ ଶାସନକଳର ପରିବାପଣିଆକୁ ଅକ୍ଷେପ କରୁଛି। ହାଲକାତୁଣ୍ଡା ଭଳି ପାହାଡିଆ ଇଲାକରେ ଥିବା ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟନ୍ତ ଗରମ ରନ୍ଧାଖାଦ୍ୟ ପହଞ୍ଚା ଯାଇପାରୁନାହିଁ। ତମାଦି ଛତୁଆ ପିଲାଙ୍କୁ ପରଷା ଯାଉଛି। ଯୋଜନାର କାର୍ଯ୍ୟବଳୀକୁ ଖିଲାପକରି ବର୍ଷବର୍ଷ ଧରି କାମ ତୁଲକରି ନିଆଯାଉଛି। ତେବେ ଭିତିଭୂମି ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡିଙ୍କୁ ପଚାରିବାରେ ଜିଲାରେ ଥିବା ୧୯୪୭ଟି କେନ୍ଦ୍ର ମଧ୍ୟରୁ ଘର ତିଆରି କରିବାପାଇଁ ୧୭୬୯ଟି ଅନୁମେଦନ ହୋଇଛି। ତ୍ୱରାନ୍ୱୀତ ବେଗରେ କାମ ଚାଲିଛି। ଅତିଶିଘ୍ର ସେସବୁର ନିର୍ମାଣ ଶେଷ କରି ଅଙ୍ଗନବାଡି କେନ୍ଦ୍ର ଚାଲୁକରାଯିବ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top