ଓଡ଼ିଶା

ମଦ ମୁକ୍ତ ଅଞ୍ଚଳ ଗଠନ ଉଦ୍ଦେଶ୍ୟକୁ ନେଇ ଶତାଧିକ ମହିଳାଙ୍କ ବୈଠକ

ହରିଚନ୍ଦନପୁର ,ତା୨୫ା୦୫ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମନୋହରପୁର ଗ୍ରାମପଞ୍ଚାୟତକୁ ମଦ ମୁକ୍ତ କରିବା ଉଦ୍ଦେଶ୍ୟ ନେଇ ସରପଞ୍ଚ ସେବତୀ ନାଏକ ,ସଭ୍ୟା ଉପମା ସାହୁଙ୍କ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଓ ଶତାଧିକ ମହିଳା ଏବଂ ପଞ୍ଚାୟତର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ କରିଛନ୍ତି । ଏହି ବୈଠକରେ ବ୍ରଜମୋହନପୁରର ମା ମଙ୍ଗଳା, ରଙ୍ଗାପାଟ, ମା ସରସ୍ୱତୀ, ଶାନ୍ତି ଶକ୍ତି, ଶାନ୍ତି ଅନନ୍ତ, ମା ସନ୍ତୋଷୀ, ମନୋହର ପୁରର ମାଲକ୍ଷ୍ମୀ , ମା ଶାରଳା, ପ୍ରଗତୀ, ସ୍ୱର୍ଣ୍ଣ ତାରିଣୀ, ଚକ୍ରଧରପୁରର ମା ସରସ୍ୱତୀ ,ମା ତାରିଣୀ ,ମା ଗୈାରୀ, ଆଖୁପାଳର ମା ଶକ୍ତି ସମେତ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସମସ୍ତ ସଭ୍ୟା ଯୋଗ ଦେଇଥିଲେ । ଉକ୍ତ ବୈଠକରେ ମନୋହର ପୁର ଗ୍ରାମପଞ୍ଚାୟତକୁ ମଦ ମୁକ୍ତ କରିବାକୁ ନିଷ୍ପତି ନିଆଯାଇଥିଲା ଓ ଲୋକମାନଙ୍କୁ ସଚେତନ କରିବାକୁ ନେଇ ଆସନ୍ତା ଜୁନ ମାସ ୪ତାରିଖରେ ସରପଞ୍ଚ ସେବତୀ ନାଏକଙ୍କ ଅଧ୍ୟକ୍ଷତାରେ ୪୦ରୁ ଉର୍ଦ୍ଧ୍ଵ ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଭ୍ୟା ଯୋଗଦେଇ ଏକ ବିଶାଳ ଶୋଭାଯାତ୍ରା ଦ୍ୱାରା ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମଗୁଡିକ ପରିଭ୍ରମଣ କରିବେ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ପଞ୍ଚାୟତ ମହାସଂଘର ସଭାପତି ନିଆବତୀ ସାହୁ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top