କୋରାପୁଟ ଜିଲ୍ଲାରେ ଅବକାରୀ ଚଢାଉ ; ୨ ଦିନରେ ୮ ଗିରଫ ଓ ୩ ହଜାର ଲିଟର ପୋଚ ନଷ୍ଟ

କୋରାପୁଟ ; ତା୨୧-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ଜୟପୁର ଓ କୋରାପୁଟ ସହରରେ ଅବକାରୀ ବିଭାଗ ଚଢାଉ କରି ୨ ଦିନରେ ୮ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୩ ହଜାର ଲିଟର ପୋଚ ନଷ୍ଟ କରିଥିବା ଜଣାପଡିଛି। ଗତକାଲି ରାଜ୍ୟ ଫ୍ଲାଇିଂ ସ୍କାର୍ଡର ଉପଅଧିକ୍ଷକ ଏସ.ସାମନ୍ତ ଓ ଜିଲ୍ଲା ଅବକାରୀ ବିଭାଗର କର୍ମଚାରୀମାନେ କୋରାପୁଟ ସହରର ହାଟପଦାଠାରେ ଚଢାଉକରି ୬୦ ଲିଟର ଭାଟି ମଦ ଜବତ କରିବା ସହ ଇନ୍ଦୁ ନାୟକ, ବାସନ୍ତି ନାୟକ, ମଧୁ ବେନିଆ ଓ ରାଜୁ ବେନିଆଙ୍କୁ ଗିରଫ କରାଯାଇଥିଲା ବୋଲି କୋରାପୁଟ ଅବକାରୀ ଉପଅଧିକ୍ଷକ ଦଣ୍ଡପାଣି ବେହେରା ସୂଚନା ଦେଇଥିଲେ।ଜୟପୁରର କଳାଗୁଡାଠାରେ ଆଜି ଚଡାଉ କରି ୩ ହଜାର ପୋଚ ନଷ୍ଟ କରାଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ।ପୁରୁଣାପାଣି ଗ୍ରାମରେ ପାନ ହରିଜନ ୭ଲିଟର ରନ୍ଧାମଦ ରଖିଥିବାରୁ ଗିରଫ କରାଯାଇଥିବା ବେଳେ ୧୦ ଲିଟର ରନ୍ଧାମଦ ରଖିଥିବା ମେଟା ମୁଦୁଲିଙ୍କୁ ଗିରଫ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ।ଜୟପୁର ଟାଉନର ଖଗପତି ନାୟକ ୬୦ ଲିଟର ରନ୍ଧାମଦ, ୨୦ ଲିଟର ଭାଟିମଦ ଓ ୩୯ ଲିଟର ବିଅର ରଖିଥିବାରୁ ଗିରଫ କରାଯାଇଥିବା ବେଳେ ପିଆରପେଟାର ନାଲା ନାଗୁ ୪.୮୬ ଲିଟର ବିଦେଶୀ ମଦ ଓ ୫.୨ ଲିଟର ବିଅର ରଖିଥିବାରୁ ଗିରଫ କରାଯାଇଥିବା ଶ୍ରୀ ବେହେରା ସୂଚନା ଦେଇଥିଲେ।ଏହି ଚଢାଉରେ କୋରାପୁଟ ଅବକାରୀ ନିରୀକ୍ଷକ ମଦନମୋହନ ଧାଙ୍କଡା ମାଝି, ଜୟପୁର ନିରୀକ୍ଷକ ତେଜରାଜ ଜାନି, ଜୟପୁର ଏସଆଇ ପବିତ୍ର ମୋହନ ମାଝି, କୋରାପୁଟ ମିବାଇଲ ସ୍କାର୍ଡ ଏସଆଇ ସୋମନାଥ ବାଗ, ବ୍ରହ୍ମପୁରର ଇଆଇ ଓ ଇଡିର ନିରୀକ୍ଷକ ପ୍ରଦୀପ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *