ଅପରାଧ

ବଳାତ୍କାରୀଙ୍କୁ ୭ବର୍ଷ କାରାଦଣ୍ଡ

ରାୟଗଡା, ୩୦।୪(ଓଡିଆ ପୁଅ/ ରବିନ୍ଦ୍ର ପାଟଖଣ୍ଡାଳ)- ରାୟଗଡା ଜିଲା ଅତିରିକ୍ତ ସେସନ୍ସ ଜଜ ଡ. ଇନ୍ଦୁଶର୍ମା ଏକ ବଳାକ୍ରାର ମାମଲାର ବିଚାରକରି ଅଭିଯୁକ୍ତ ସସା ଉଲାକାଙ୍କୁ ଦୋଷୀ ସାବ୍ୟସ୍ଥ କରିଛନ୍ତି। ଅଭିଯୁକ୍ତଙ୍କୁ ୭ବର୍ଷ କାରାଦଣ୍ଡ ସହ ୧୫ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ରାୟ ପ୍ରଦାନ କରିଛନ୍ତି। ଜରିମନା ଟଙ୍କା ଜମାନକରିପାରିଲେ ଅଭିଯୁକ୍ତଙ୍କୁ ଆଉ ୬ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲଙ୍କ ଠାରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାଇ ରାୟଗଡା ଥାନା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ଉଲକାତୁଣ୍ଡା ଗାଁର ଜୌନିକ ମହିଳା ୨୦୧୭ ମସିହା ଜାନୁୟାରୀ ୪ତାରିଖ ରାତିପ୍ରାୟ ୧୧ଟା ବେଳେ ପରିଶ୍ରା କରିବାକୁ ଘରୁ ବାହାରକୁ ଆସିଥିଲେ। ମହିଳା ଜଣଙ୍କୁ ଏକଲା ପାଇ ସେହି ଗାଁର ସସା ଉଲାକାଙ୍କ ମୁଣ୍ଡକୁ ପାପଚିନ୍ତା ପଶିଥିଲା। ମହିଳାଙ୍କ ପାଟିକୁ ବନ୍ଦକରି ଗାଁ ମୁଣ୍ଡକୁ ଉଠାଇ ନେଇଯାଇଥିଲେ। ସେଠାରେ ଜୋରାଜବରଦସ୍ତ ବଳାକ୍ରାର କରିଥିଲେ। ଏହାକୁ ନେଇ ସମ୍ପୃକ୍ତ ମହିଳା ରାୟଗଡା ଥାନାରେ ମାମଲା ରୁଜୁ କରିଥିଲେ। ଅଭିଯୋଗକୁ ଭିତିକରି ତଦନ୍ତକାରୀ ଅଧିକାରୀ ୯/୧୭ ପଞ୍ଜିକରଣ କରିବା ସହ ତଦନ୍ତ ଆରମ୍ଭ ହୋଇଥିଲା। ପିଡିତା ମହିଳାଙ୍କ ବୟାନ ଓ ୯ଜଣଙ୍କୁ ସାକ୍ଷୀରଖି ପୁଲିସ ସମସ୍ତ ତଦନ୍ତ ରିପୋଟ ମାନ୍ୟବର କୋର୍ଟକୁ ପ୍ରଦାନ କରିଥିଲେ। ଅଭିଯୁକ୍ତଙ୍କ ନାମରେ ଚାର୍ଜଫ୍ରେମ କରିବାହସ ମାମଲାର ବିଚାର ରାୟଗଡା ସ୍ଥିତ ଅତିରିକ୍ତ ସେସନ୍ସ କୋର୍ଟରେ ଆରମ୍ଭ ହୋଇଥିଲା। ସରକାରଙ୍କ ପକ୍ଷରୁ ଓକିଲ ରବିପ୍ରସାଦ ମହାପାତ୍ର ଲଢ଼ୁଥିବାବେଳେ ଅଭିଯୁକ୍ତ ସସା ଉଲାକଙ୍କ ପକ୍ଷରୁ ଆଇନଜିବୀ ସୁଶାନ୍ତ କୁମାର ଖୋସଲା ଲଢ଼ୁଥିଲେ। ସମସ୍ତ ୯ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ଶୁଣିବାପରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିବା ପୂର୍ବରୁ ସସା ଉଲାକା ୧ବର୍ଷ ଧରି ଫେରାର ହୋଇଯାଇଥିଲେ। ତେବେ ଅନ୍ୟଏକ ବାଳିକାଙ୍କ ସହ ହୋଇଥିବା ମାମଲରେ କୋରାପୁଟ ଜିଲା ବନ୍ଧୁଗାଁ ପୁଲିସ ତାଙ୍କୁ ଗରିଫକରିବାପରେ ବିଚାରଧିନ ହାଜତକୁ ପଠାଇଥିଲା। ଏହା ଜାଣିବାପରେ ସେସା ଉଲାକାଙ୍କୁ କୋର୍ଟରେ ଉପସ୍ଥପନା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ତାଙ୍କୁ ରାୟଗଡା କୋର୍ଟକୁ ଅଣାଯାଇଥିଲା। କୋର୍ଟ ସସା ଉଲାକାଙ୍କୁ ଦେଷୀ ସାବ୍ୟସ୍ତ କରିବାସହ ଦଫା ୩୭୬ପ୍ରକାରେ ବିଚାରପତି ଡ. ଇନ୍ଦୁ ଶର୍ମା ୭ବର୍ଷ ସଜା ଭୋଗିବାକୁ ରାୟ ଦେଇଛନ୍ତି। ଏହାବାଦେ ଅଭିଯୁକ୍ତଙ୍କ ଠାରୁ ୧୫ ହଜାର ଟଙ୍କା ଜରିମନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେ ନଦେଇପରନ୍ତି ତେବେ ଆଉ ୬ ମାସ ସଜା କଟେଇବାକୁ ରାୟ ଦେଇଥିବା ଓକିଲ ରିବପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top