ଓଡ଼ିଶା

୦୬ ଜୁନ୍ ବୁଧବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କୁ ଶାସନ ଦ୍ଵାରା ସମ୍ମାନିତ କରାଯିବାର ସମ୍ଭାବନା ଅଛି। ଯଦି ଆପଣ କୌଣସି ବ୍ୟକ୍ତି, ବ୍ୟାଙ୍କ କିମ୍ବା ସଂସ୍ଥାରୁ ଋଣ ନେବାକୁ ଚାହୁଁଛନ୍ତି ତେବେ କଦାପି ନିଅନ୍ତୁ ନାହିଁ। ଆଜି ପତ୍ନୀଙ୍କ ପକ୍ଷରୁ ଉତ୍ତମ ସହଯୋଗ ପ୍ରାପ୍ତ ହୋଇପାରେ। ରାତ୍ରି ସମୟ ଆମୋଦ-ପ୍ରମୋଦରେ ବିତିବ।

ବୃଷ : ଆଜିର ଦିନ ଆପଣ ବ୍ୟସ୍ତ ରହିବେ, ଅଧିକ ଦୌଡ଼ଦୌଡ଼ି କରିବାରେ ସାବଧାନ ରୁହନ୍ତୁ। ଆପଣଙ୍କ ନିର୍ଣ୍ଣୟ ନେବାର କ୍ଷମତାରୁ ଆପଣଙ୍କୁ ଆଜି ଲାଭ ମିଳିପାରେ। ରହିଯାଇଥିବା କାର୍ଯ୍ୟଗୁଡ଼ିକ ପୂରଣ ହେବ। କୌଣସି କାମରେ ଅର୍ଥ ବିନିଯୋଗ କରିବାକୁ ପଡ଼ିଲେ ହୃଦୟ ଖୋଲିକରି, ଆଗକୁ ଚାଲନ୍ତୁ ଭରପୂର ଲାଭ ମିଳିବ।

ମିଥୁନ : ଆଜି ଆପଣ ଅଯଥା ଖର୍ଚ୍ଚରୁ ବଞ୍ଚନ୍ତୁ। ସାମାଜିକ କ୍ରିୟା କଳାପରେ ବ୍ୟବଧାନ ଆସିପାରେ। କିଛି ଅକସ୍ମାତ୍ ଲାଭ ହେବାରୁ ଆପଣଙ୍କ ଧର୍ମ, ଆଧ୍ୟାତ୍ମ ପ୍ରତି ରୁଚି ସୁଦୃଢ଼ ହେବ। ସନ୍ତାନମାନଙ୍କ ପକ୍ଷରୁ ହର୍ଷବର୍ଦ୍ଧକ ସମାଚାର ମିଳିବ।

କର୍କଟ : ଭାଗ୍ୟ ଦୃଷ୍ଟିରୁ ଆଜିର ଦିନ ଉତ୍ତମ ରହିବ। ଆପଣଙ୍କ ପରିଶ୍ରମର ଫଳ ଭଲ ମିଳିବ। ଆପଣ ନିଜର ମାନମର୍ଯ୍ୟାଦା ଏବଂ ଆମୋଦ ପ୍ରମୋଦ ପାଇଁ ଧନ ଖର୍ଚ୍ଚ କରିବେ। ଯେଉଁଥିରେ ଆପଣଙ୍କ ପାଖରେ ଥିବା ଶତ୍ରୁର ବ୍ୟଥା ବଢ଼ାଇବ। ମାତା-ପିତାଙ୍କର ଆଜି ବିଶେଷ ଧ୍ୟାନ ରଖିବେ।

ସିଂହ : ଆଜିର ଦିନରେ ମିଶ୍ରିତ ଫଳ ମିଳିବ। ଶ୍ୱଶୁରଘର ପକ୍ଷରୁ ଆଜି ଅସନ୍ତୋଷର ସଂକେତ ମିଳିବ। ମଧୁର ବାଣୀର ପ୍ରୟୋଗ କରନ୍ତୁ ଅନ୍ୟଥା ସମ୍ବନ୍ଧ ଖରାପ ହୋଇପାରେ। ଯଦି ନେତ୍ର ସମ୍ବନ୍ଧିତ କୌଣସି କଷ୍ଟ ଅଛି ତେବେ ସେଥିରେ ସୁଧାର ହେବା ନିଶ୍ଚତ ଅଟେ।

କନ୍ୟା : ଆଜି ଆପଣଙ୍କମଧ୍ୟରେ ନିର୍ଭୀକତାର ଭାବ ରହିବ ତଥା ସାହସ ପୂର୍ବକ ନିଜର କଠିନ କାର୍ଯ୍ୟ ଗୁଡ଼ିକ ସମ୍ପନ୍ନ କରିବାରେ ସକ୍ଷମ ରହିବେ। ଆପଣଙ୍କୁ ନିଜର ମାତା-ପିତାଙ୍କର ସୁଖ ସହଯୋଗ ଯଥେଷ୍ଠ ରୂପରେ ପ୍ରାପ୍ତ ହେବ। ବ୍ୟର୍ଥ ବ୍ୟୟର ଯୋଗ ମଧ୍ୟ ଅଛି। ବ୍ୟାପାରରେ ଧନ ଲାଭ ହେବ।

ତୁଳା : ଆଜିର ଦିନ ଆପଣଙ୍କପାଇଁ ଶୁଭ ଫଳଦାୟୀ। ଆପଣଙ୍କ ଅଧିକାର ସଂପତ୍ତିରେ ବୃଦ୍ଧି ହେବ। ଆପଣ ଅନ୍ୟମାନଙ୍କର ଭଲ ଭାବିବେ ଏବଂ ହୃଦୟଭରି ସେବା ମଧ୍ୟ କରିବେ। ଆଜି ନୂଆ କାର୍ଯ୍ୟଗୁଡ଼ିକ ଯଦି କରିବାକୁ ପଡ଼େ ତେବେ ଶୁଭ ରହିବ।

ବିଚ୍ଛା : ଆଜି ଆପଣଙ୍କ ମନ ଅଶାନ୍ତ ଏବଂ ଚିନ୍ତିତ ରହିବ। ବ୍ୟାପାର ବୃଦ୍ଧି ପାଇଁ କରାଯାଇଥିବା ପ୍ରୟାସ ନିଷ୍ଫଲ ହୋଇପାରେ। ଯଦି କୌଣସି ବାଦ ବିବାଦ ଲମ୍ବିତ ଅଛି ତେବେ ସେଥିରେ ସଫଳତା ମିଳିବାର ସଂପୂର୍ଣ୍ଣ ସମ୍ଭାବନା ଅଛି।

ଧନୁ : ଆଜି ଆପଣଙ୍କ ବିଦ୍ୟା, ବୁଦ୍ଧି, ଜ୍ଞାନର ବୃଦ୍ଧି ହେବ। ଭାଗ୍ୟର ମଧ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ, ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସଂନ୍ଧ୍ୟା କାଳରୁ ନେଇକରି ରାତ୍ରି ପର୍ଯ୍ୟନ୍ତ ପେଟର ଯନ୍ତ୍ରଣା ହେବାର ସମ୍ଭାବନା ଅଛି। ସାବଧାନ ରୁହନ୍ତୁ ତଥା ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର : ଆଜି ଆପଣଙ୍କୁ ବହୁମୂଲ୍ୟ ବସ୍ତୁ ପ୍ରାପ୍ତି ସହିତ ଏପରି ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ସାମନାରେ ଆସିବ। ନିଜର ବ୍ୟବସାୟରେ ଆପଣଙ୍କ ମନ ଲାଗିବ ଏବଂ ସ୍ଥଗିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କୌଣସି ନୂଆ କାର୍ଯ୍ୟରେ ଅର୍ଥ ବିନିଯୋଗ କରିବାକୁ ପଡ଼ିଲେ ଅବଶ୍ୟ କରନ୍ତୁ, ଭବିଷ୍ୟତରେ ଲାଭ ହେବ।

କୁମ୍ଭ : ଆଜିର ଦିନ ବୁଦ୍ଧି ବିବେକରେ ନୂଆ-ନୂଆ ଖୋଜ କରିବାରେ କଟିବ। ଆପଣ ସୀମିତ ଏବଂ ଆବଶ୍ୟକତାନୁସାରେ ହିଁ ବ୍ୟୟ କରନ୍ତୁ। ସାଂସାରିକ ସୁଖ ଭୋଗ, ଚାକରମାନଙ୍କର ସୁଖ ସମ୍ପୂର୍ଣ୍ଣ ରୂପରେ ମିଳିବ।

ମୀନ : ଆଜି ଅଷ୍ଟମ ଭାବରେ ଶତ୍ରୁ ରାଶିଙ୍କର ବୃହଷ୍ପତି ହେବାର କାରଣରୁ ବହୁତ ସମୟରେ ଲଟକି ରହିଥିବା ବିବାଦର ସମାଧାନ ହେବ। ଖୁସିମିଜାଜ ବ୍ୟକ୍ତିତ୍ଵ ହେବାର କାରଣରୁ ଅନ୍ୟ ବ୍ୟକ୍ତି ଆପଣଙ୍କ ସହିତ ସମ୍ବନ୍ଧ ବନାଇବା ପାଇଁ ଚେଷ୍ଟା କରିବେ। ସାମାଜିକ ସମ୍ମାନ ମିଳିବାରୁ ଆପଣଙ୍କ ମନୋବଳ ବଢ଼ିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top