ଓଡ଼ିଶା

ଦୃର୍ଗମ ଇଲାକାରେ ଜିଲ୍ଲାପାଳ, ଗ୍ରାମବାସୀଙ୍କ ସହ ତଳେ ବସି ସମସ୍ୟା ଗୁଡିକ ଶୁଣି ସମାଧାନ କଲେ, ଫେରିବା ସମୟରେ ସିଡିଏମଙ୍କ ଗାଡି ପାହାଡିଆ ରାସ୍ତାରେ ସାଇଟ୍ ହୋଇଗଲା

ହରିଚନ୍ଦନପୁର,ତା ୨୬.୦୪,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରାସୋଳ ଗ୍ରାମ ପଞ୍ଚାୟତର ଦୃଗମ ଅଞ୍ଚଳ ଆଳୁତୁମା ଗ୍ରାମ ନିକଟସ୍ଥ ଡଙ୍ଗାଧର ଠାରେ କେନ୍ଦୁଝର ନୂତନ ଜିଲ୍ଲାପାଳ ଆଷିସ ଠାକରେ ଗ୍ରାମବାସୀଙ୍କ ସହ ତଳେ ବସି ସମସ୍ୟା ଗୁଡିକର ସମାଧାନର ପ୍ରତିସୃତି ଦେଲେ । ଜିଲ୍ଲାପାଳଙ୍କ ସହ ଡିଏସଡ୍ଲୁ ,ସିଡିଏମଓ,ଡିଏଫଓ,ଆରଡ୍ଲୁଏସଏସ ଜେଇ, ଡିଏମଏଫ,ଏକ୍ସଜୁଟିଭ ଇନଜିନିୟର,ରୁରାଲ ୱାର୍କ ଡିଭିଜନ,ପବ୍ଲିକ ହେଲଥ ଅଫିସର, ଜିଲ୍ଲା ସୋସିଆଲ ୱାଲଫାୟାର ଅଫିସର ଏବଂ ହରିଚନ୍ଦନପୁର ବିଡିଓ ସୁଶାନ୍ତ କୁମାର ପତି ଯୋଗ ଦେଇଥିଲେ । ସୂଚନା ଅନୁଯାୟୀ ସ୍ୱାଧିନତାର ଅନେକ ବର୍ଷ ବିତିଯାଇଥିଲା ପରେବି ଅନେକ ବ୍ଲକର ଅନେକ ଗ୍ରାମ ଦୃର୍ଗମ ଅପହଞ୍ଚ ଅବସ୍ଥାରେ ରହିଛି । ସେହିଭଳି ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ରାସୋଳ ଗ୍ରାମପଞ୍ଚାୟତର ଆଳୁତୁମା, ଖସାପଦା, ଦନ୍ତିଆ, ତେନ୍ତୁଳିପାଳ, ଡଙ୍ଗାଧର, ଡିହପାଳ, ଲିପିଙ୍ଗ, ଜାମୁବାହାଳୀ,ପଞ୍ଚମ ଭଳି ଅନେକ ଗାଁ ଗୁଡିକ ଆଜି ପ୍ରର୍ଯ୍ୟନ୍ତ ଦୃର୍ଗମ ଅପହଞ୍ଚ ଇଲାକା ଭାବରେ ପରିଲକ୍ଷିତ ହୋଇଛି । ଏହି ଗ୍ରାମ ଗୁଡିକରେ ରହୁଥିବା ଆଦିବାସୀ ଶ୍ରେଣୀର ଲୋକମାନଙ୍କ ପାଖରେ ସରକାରଙ୍କ ମୈାଳିକ ସୁବିଧା ଅପହଞ୍ଚ ହୋଇ ରହିଯାଇଥିବାକୁ ନେଇ ରାସୋଳ ଗ୍ରାମପଞ୍ଚାୟତର ସରପଞ୍ଚ ନାରଣ ପୂର୍ତି ଜିଲ୍ଲାପାଳଙ୍କୁ ଏଅଞ୍ଚଳ ଗୁଡିକ ପରିଦର୍ଶନ କରାଇଥିଲେ । ଜିଲ୍ଲାପାଳଙ୍କୁ ପାଖରେ ପାଇ ଗ୍ରାମବାସୀମାନେ ଏକତ୍ରିତ ହୋଇ , ଜଙ୍ଗଲ ଜମି ପଟ୍ଟା, ପାନୀୟ ଜଳ, ରାସ୍ତାଘାଟର ବ୍ୟବସ୍ଥା, ଶିକ୍ଷା , ସ୍ୱାସ୍ଥ୍ୟ, ବିଦ୍ୟୁତ କରଣ, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଭଳି ଅନେକ ସମସ୍ୟା ବାବଦରେ ଜଣାଇଥିଲେ ।ଡଙ୍ଗାଧର, ଲିପିଙ୍ଗ, ଜାମୁବାହାଳୀ ସାହିର ୬୨ଜଣ ପରିବାରକୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ ,ପଞ୍ଚମ ଗ୍ରାମର ୫୩ଜଣ ପରିବାରକୁ ଏଫଆରଏ ପଟ୍ଟା ପ୍ରଦାନ , ଖସାପଦା ଗ୍ରାମର ୩୫ଜଣ ପରିବାରକୁ ଏଫଆରଏ ପଟ୍ଟା ପ୍ରଦାନ, ତେନ୍ତୁଳିପାଳ ଗ୍ରାମର ୩୨ଜଣ ପରିବାରକୁ ଏଫଆରଏ ପଟ୍ଟା ପ୍ରଦାନ, ବଳିପର୍ବତ ଗ୍ରାମର ୧୮୩ଜଣ ପରିବାରର ଜଙ୍ଗଲଜମି ନାହିଁ ତେଣୁ ସେହି ୧୮୩ଜଣ ପରିବାରକୁ ଏଫଆରଏ ପଟ୍ଟା ପ୍ରଦାନ ଏବଂ ରାସୋଳ ଗ୍ରାମର ୫୫ଜଣ ଏସସି/ଏସଟି ଲୋକମାନଙ୍କୁ ପଟ୍ଟା ପ୍ରଦାନ କରାଯିବାକୁ ନେଇ ଦାବି ହୋଇଥିଲା । ଆଳୁତୁମା, ଖସାପଦା, ତେନ୍ତୁଳିଗୋଠ ,ପୋଖରୀଖମଣ, ରଙ୍ଗମାଟିଆ, ଡଙ୍ଗାଧର, ଜାମୁବାହାଳୀ, ଜନ୍ତିଆ, ତେନ୍ତୁଳିପାଳ, କେନ୍ଦୁପତ୍ରି ସାହି, ଦେହୁରୀ ସାହି, ବୋଡର ଛକ ନିକଟରେ ଉଭର ହେଡ ପାଣି ଟାଙ୍କି କରାଯିବାକୁ ନେଇ ଦାବି ହୋଇଥିଲା । ପଞ୍ଚମ ଗ୍ରାମର ଖଜୁରିଆ,ଢିପା ସାହି,ଟିକର ସାହି,ଓ ବଳିପର୍ବତର ରମ୍ଭାନଗର ସାହିରେ , ନୂଆ ସାହି , ଓ ଆଳୁତୁମାର ଡଙ୍ଗାଧର ସାହି,ଡିହପାଳ ଠାରେ ଆଡିବନ୍ଧ ନିର୍ମାଣ ପାଇଁ ଦାବି ହେବା ସହ ଖସାପଦା ଗ୍ରାମର ବାଲିନାଳରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରିବାକୁ ଦାବି ହେଉଛି । ପଞ୍ଚମ ଗ୍ରାମ,ଟିକର ସାହି,ଖଜୁରିଆ, ତିନିପୋଲିଆ, ଖସାପଦାର ତେନ୍ତୁଳିଗୋଠ ଓ ପୋଖରୀ ଖମଣ ସାହିରେ ସୋଲାର ଲାଇଟ ପ୍ରକଳ୍ପ କରିବାକୁ ଦାବି ହୋଇଛି । ବଳିପର୍ବତର ମୁଣ୍ଡା ସାହି ଓ ଡାହାର ସାହି,ପଞ୍ଚମର ଖସାପଦା ଓ ରାସୋଳ ଗ୍ରାମରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଖୋଲିବା ସହ ବ୍ରାହ୍ମଣୀପାଳ ଠାରେ ଗୋଟିଏ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବାର ଦାବି ହୋବା ସହ ବ୍ରାହ୍ମଣୀପାଳ ଗ୍ରାମକୁ ଗୋଟିଏ ୧୦୮ଆମ୍ବୁଲାସ ଯୋଗାଇ ଦେବାକୁ ଦାବି ହୋଇଛି । ଖସାପଦାରେ ଥିବା ଉନ୍ନିତ ପ୍ରାଥମିକ ବିଦ୍ୟାଳୟକୁ ସେବାଶ୍ରମ କରିବାକୁ ଦାବି ହୋଇଛି । ଖସାପଦା ଠାରୁ ଡଙ୍ଗାଧର ପ୍ରର୍ଯ୍ୟନ୍ତ ରାସ୍ତା ନିର୍ମାଣ,ପଞ୍ଚମ ଠାରୁ ଡଙ୍ଗାଧର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ତେନ୍ତୁଳିପାଳ ଠାରୁ ଖଜୁରୀଆ ପଞ୍ଚମ ରାସ୍ତା ନିର୍ମାଣ, ଡିହପାଳ ଠାର ଡଙ୍ଗାଧର ରାସ୍ତା ନିର୍ମାଣ ,ଭଳି ଅନେକ ରାସ୍ତା ନିର୍ମାଣ ପାଇଁ ଦାବି ହୋଇଛି । ଆଳୁତୁମା ଅଞ୍ଚଳର ସମ୍ବାରୀ ନାଗ,ପ୍ରମିଳା ସୋରେନ,ପାନ ଚାତାର, ସମ୍ବାରୀ ଚାତାର, ଟୁରୀ ସାୟାଁ,ସଲମା ଟୁଡୁ, ଶ୍ରୀମତୀ ଚାମ୍ପିଆ,ସୁବୁନୀ ତିରିଆ ବିଧବା ଭତ୍ତାରୁ ବଞ୍ଚିତ ଥିବାର ଅଭିଯୋଗ କରିବା ସହ ଜୟଦେବ ବାଳିଆ, ଘାସିରାମ ଖୁଣ୍ଟିଆ ବାର୍ଦ୍ଧକ୍ୟ ବତାରୁ ବଞ୍ଚିତ ଥିବାର ଅଭିଯୋଗ କରିଛନ୍ତି । ଏଥି ସହ ଜମି ପଟ୍ଟା ନଥିବାରୁ ଛାତ୍ର ଛାତ୍ରୀମାନଙ୍କ ପଞ୍ଚମ ଶ୍ରେଣୀ ପରେ ଅନ୍ୟ ସ୍କୁଲରେ ନାମ ଲେଖାଇ ପାରୁ ନଥିବାର ଅଭିଯୋଗ ହୋଇଛି । ଆସନ୍ତା ସୋମବାର ଠାରୁ ତହସିଲଦାର ଓ ଡିଏଫଓ କର୍ମଚାରୀ ପଟ୍ଟା ପାଇଁ ସର୍ବେ କରିବା ସହ ମେ ମାସ ସୁଧା ଭତ୍ତା ସମସ୍ତ ଆବେଦନକାରୀଙ୍କୁ ଦିଆଯିବା ସହ ଶିକ୍ଷା ,ସ୍ୱାସ୍ଥ୍ୟ,ପାନୀୟ ଜଳ, ଗମନାଗମନର ବ୍ୟବସ୍ଥା ଯଥାଶିଘ୍ର କରାଯିବାର ପ୍ରତିସୃତି ଦେଇଛନ୍ତି ଜିଲାପାଳ । ଆସନ୍ତା ଶନିବାର ଦିନ ସେ ଅଞ୍ଚଳର ଲୋକମାନଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ବାସ୍ଥ୍ୟ ଅଧିକ ଖରାପ ଥିଲେ ମାଗଣା ଚିକିତ୍ସା ପାଇଁ ବଡ ମେଡିକାଲକୁ ନିଆଯିବାର ପ୍ରତିଶୃତି ମିଳିଲା । ସେଠାରୁ ଫେରୁଥିବା ସମୟରେ କେନ୍ଦୁଝର ଜିଲ୍ଲା ମେଡିକାଲ ଅଫିସରଙ୍କ ଗାଡି ପାହାଡ ମଧ୍ୟରେ ସାଇଟ ହୋଇଯାଇଥିବାର ଦୃଶ୍ୟମାନ ହୋଇଛି । ଏହି କାର୍ଯ୍ୟକ୍ରମଟିକୁ ସରପଞ୍ଚ ନାରଣ ପୂର୍ତ୍ତି,ନାୟବ ସରପଞ୍ଚ ପାର୍ବତୀ ମୁଣ୍ଡା, ୱାଡମେମ୍ବର ମନ୍ମଥ ଦାସ, ଅଙ୍ଗନୱାଡି କର୍ମୀ ସରସ୍ୱତୀ ତିରିଆ,ଆଶା କର୍ମୀ ପ୍ରିୟଦର୍ଶିନୀ ବାଙ୍କିରା ,ପୁରୁଷ ସ୍ୱାସ୍ଥ୍ୟ କର୍ମୀ ନୀଳମାଧବ ସେଠୀଙ୍କ ନେତୃତ୍ୱରେ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top