ଏନ୍.ଟି.ପି.ସି କଣିହାଁରେ ପୃଥିବୀ ଦିବସ ପାଳିତ

ତାଳଚେର,୨୬/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି କଣିହାଁସ୍ଥିତ ଡିଏଭି ସ୍କୁଲଠାରେ ଚଳିତ ୨୨ତାରିଖରେ ପୃଥିବୀ ଦିବସ ପାଳିତ ହୋଇଯାଇଛି । ବିଶ୍ୱର ପରିବେଶକୁ ସୁରକ୍ଷା କରିବା ଉଦେ୍ଦଶ୍ୟରେ ପ୍ରତି ବର୍ଷ ଏହି ଦିବସକୁ ପାଳନ କରାଯାଇଥାଏ । ଡିଏଭି ସ୍କୁଲର ୩ୟ ପ୍ରତିଷ୍ଠା ଦିବସ ତଥା ପୃଥିବୀ ଦିବସ ଅବସରରେ ଧରିତ୍ରୀ ମାତାର ସୁରକ୍ଷା ନିମନ୍ତେ ବ୍ୟକ୍ତିଗତ ଦାୟିତ୍ୱ ସମ୍ପର୍କରେ ଅବଗତ ହେବା ପାଇଁ ଏହି ଦିବସ ପାଳନ କରାଯାଇଥିଲା । ‘ଗୋ ସାଇକିଲିଂ ଗୋ ଗ୍ରୀନ’ ଶୀର୍ଷକ ସ୍ଲୋଗାନ ନେଇ ସକାଳେ ଏକ ସାଇକେଲ ଶୋଭାଯାତ୍ରାର ଆୟୋଜନ କରା ଯାଇଥିଲା । । ଏଥିରେ ୩୫୦ଜଣ ସ୍କୁଲ ଛାତ୍ରଛାତ୍ରୀ,କର୍ମଚାରୀ,ଅଭିଭାବକ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଏନ୍.ଟି.ପି.ସି କଣିହାଁର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ରାମ କୁବେର,ତନଭି ସଙ୍ଗମର ଅଧ୍ୟକ୍ଷା ଦିପ୍ତୀ କୁବେର ଯୋଗ ଦେବାସହ ଚାରାରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାପ୍ରବନ୍ଧକ(ଓ ଆଣ୍ଡ ଏମ୍)ଏ.କେ.ତି୍ରପାଠୀ,ଏଜିଏମ୍(ଏଚ ଆର) କେ.ଏସ୍.ସରମା,ଡିଜିଏମ୍(ଏଚ ଆର)ପି.କେ.ସାହୁ,ପ୍ରକଳ୍ପର ଅନ୍ୟାନ୍ୟ ଅଧିକାରୀ,ସ୍କୁଲ କର୍ତୃପକ୍ଷ,ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ । ମୂଖ୍ୟ ଅତିଥି ଶ୍ରୀ କୁବେର ନିଜ ବକ୍ତବ୍ୟରେ ପୃଥିବୀ ଦିବସ ପାଳନର ଆବଶ୍ୟକତା ଏବଂ ଅଭିପ୍ରାୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି ଉପଲକ୍ଷେ ଡିଏଭି ସ୍କୁଲ ପକ୍ଷରୁ ପୋଷ୍ଟର ତିଆରି ଏବଂ ବକ୍ତୃତା ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଏଥିରେ ଡିଏଭି,କେନ୍ଦ୍ରୀୟ ବିଦ୍ୟାଳୟ ଏବଂଶିଶୁମନ୍ଦିରର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରତିଯୋଗିତାରେ କୃତିଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ମେମେେଂଟା ଏବଂ ସାର୍ଟିଫିକେଟ ଦିଆଯାଇ ପୁରସ୍କୃତ କରାଯାଇଥିଲା । ଅନ୍ତିମ ପର୍ଯ୍ୟାୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave a Reply

Your email address will not be published. Required fields are marked *