ଆମ ପର୍ବ ପର୍ବାଣୀ

ମହା ଆଡ଼ମ୍ବରରେ ଅଷ୍ଟମତମ ଶନିଚର ମହାଯଜ୍ଞ ଅନୁଷ୍ଠିତ

ହରିଚନ୍ଦନପୁର,ତା୨୧.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଶନିମନ୍ଦିର ଠାରେ ଆଜି ମହା ଆଡ଼ମ୍ବରରେ ଶନିଦେବଙ୍କ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ଏହି ମହାଯଜ୍ଞକୁ ହଜାର ହଜାର ଲୋକଙ୍କ ସମାଗମ ରହିଛି । ମନ୍ଦିର କମିଟ ତରଫରୁ ହାଜର ହଜାର ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା
କରାଯାଇଛି । ୮ ବର୍ଷ ଧରି ସ୍ଥାନୀୟ ଲୋକମାନେ ଏହି ଶନି ମନ୍ଦିର ଠାରେ ଶନି ବ୍ରତ ଆରମ୍ଭ କରିଛନ୍ତି । ଆଜି ଆରମ୍ଭ ଦିନରେ ସକାଳୁ ସକାଳୁ ଶନି ଠାକୁରଙ୍କ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ଶନିଦେବଙ୍କ ବ୍ରତ ପାଳନ କରୁଥିବା ଭକ୍ତମାନେ ମନ୍ଦିରକୁ ଆସିବା ସହ ଦିନ ୧୧ଟା ସମୟରେ ପାଖରେ ଥିବା ପୋଖରୀକୁ କଳସ ଆଣିବା ପାଇଁ ଯାଇଥିଲେ । ସେଠାରେ ପୂଜାର୍ଚ୍ଚନା କରିବା ପରେ ଭକ୍ତମାନେ କଳସ ଯାତ୍ରାରେ ବାହାରି ମନ୍ଦିରକୁ ଆସିଥିଲେ । ଶିନିଦେବଙ୍କ ବ୍ରତ ଆଜି ଠରୁ ୩ଦିନ ଧରି ଚାଲିବା ସହ ପ୍ରତ୍ୟେକ ରାତିରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଜନା ରହିଥିବାର ମନ୍ଦିର କମିଟ ସଭାପତି ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top