ଅନୁଗୁଳ

ଦେଉଳବେଡା ସରସ୍ୱତୀ ଶିଶୁମନ୍ଦିର ରଜତ ଜୟନ୍ତୀ ସମାରୋହ ଉଦଯାପିତ

ତାଳଚେର,୧୩/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ତାଳଚେର ଦେଉଳବେଡା କୋଲିୟରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ସମାରୋହ ଗୁରୁବାର ସଂଧ୍ୟାରେ ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏମ୍.ସି.ଏଲ୍. ବୁର୍ଲାର ଅର୍ଥ ବିିଭାଗ ନିଦେ୍ର୍ଦଶକ କେ.ଆର.ବାସୁଦେବନ୍ ଓ ସମ୍ମାନୀତ ଅତିଥିଭାବେ ଲିଙ୍ଗରାଜ ଏରିଆ ମହାପ୍ରବନ୍ଧକ ଆର.ଭି.ରିଙ୍ଗେ ଏବଂ ମୁଖ୍ୟବକ୍ତା ଭାବେ ହେମନ୍ତ କୁମାର ଧର ଏବଂ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମହାନ୍ ବ୍ୟକ୍ତି ବୃନ୍ଦ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବର୍ତମାନର ପରିଚାଳନା ସମିତିର ସଦସ୍ୟ ପୂର୍ବତନ ଗୁରୁଜୀ ଗୁରୁମା ତଥା ବର୍ତମାନ ଶିକ୍ଷାଦାନ କରୁଥିବା ଗୁରୁଜୀ ଗୁରୁମା ମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନୀତ କରିବା ସହିତ ୧୫୨ଜଣଙ୍କୁ ସମ୍ମାନୀତ କରାଯାଇଥିଲା । ବିଦ୍ୟାଳୟର ସଭାପତି ନିରୋଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ତାରା ସିଂହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ବାବୁଲି ସାମଲ ସ୍ୱାଗତ ଭାଷଣ ଏବଂ ଶେଷରେ ସଂଗୀତା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top