ଭାରସାମ୍ୟ ହରାଇ ଅଲଟୋ କାର ପିଟିଲା ଗଛରେ, ଚାଳକଙ୍କ ମୃତ୍ୟୁ

ହରିଚନ୍ଦନପୁର, ତା୦୪.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ବ୍ରାହ୍ମଣୀପାଳ ଠାରୁ ନରଣପୁର ଭିଆଇପି ରାସ୍ତାର ମଙ୍ଗଳପୁର ଛକ ନିକଟରେ ଭାରସାମ୍ୟ ହରାଇ ଅଲଟୋ କାର ପିଟିଲା ଗଛରେ ଚାଳକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଠାକୁରପଡା ଗ୍ରାମପଞ୍ଚାୟତର ବାୟାପିଟା ଗ୍ରାମର ଯୁଗଳ ମହାନ୍ତ(୪୦) କୌଣସି କାମରେ ବୁଧବାର ଦିନ ନିଜ ଅଲଟୋ କାର (OR 02X 3725)କୁ ନେଇ ଶଗଡପଟା ଯାଇଥିଲେ । ସେଠାରୁ କାମ ସାରି ଫେରୁଥିବା ରାତି୯.୩୦ ସମୟରେ ମଙ୍ଗଳପୁର ଛକ ନିକଟରେ ଅଚାନକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗୋଟିଏ ଗଛରେ ଗାଡିଟିକୁ ପିଟି ଦେଇଥିଲେ । ସେଠାର ସେ ଗୁରୁତର ହୋଇଯାଇଥିଲେ ଏବାବଦରେ ଦମକଳ ବିଭାଗ ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁଗଳକୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବାର ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପୋଲିସ ବିଭାଗକୁ ଜଣାଇବା ପରେ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବଟିକୁ ନିଜ ଅକ୍ତିଆରକୁ ନେଇଥିବାର ଜଣାପଡିଛି । ଗୁରୁବାର ଦିନ ଶବଟିକୁ ବେବଚ୍ଛଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ଅଧିକ ତଦନ୍ତ କରାଯିବାର ପୋଲିସ ପକ୍ଷରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *