ଓଡ଼ିଶା

୫ ଅଗଷ୍ଟ ରବିବାର: ଜାଣନ୍ତୁ ଆପଣଙ୍କର ରାଶିଫଳ

ମେଷ : ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ପରିଜନ, ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସମାରୋହରେ ଉପସ୍ଥିତ ରହି ପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ସାହ ରହିବ, କିନ୍ତୁ ଅତି ଉତ୍ସାହରେ କ୍ଷତି ନ ହେଉ ଏହାର ଧ୍ୟାନ ରଖିବେ।

ବୃଷ : ଶାରୀରିକ ତଥା ମାନସିକ ରୂପରେ ଆଜି ଆପଣ ବ୍ୟଗ୍ର ରହିବେ। ଚିନ୍ତାର କାରଣରୁ ମାନସିକ ଭାର ରହିପାରେ, ଯାହା ଆପଣଙ୍କୁ ମାନସିକ ରୂପରେ ଅସୁସ୍ଥ ରଖିପାରେ। ପରିଜନମାନଙ୍କ ସହିତ ମଧ୍ୟ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। ବିନା ଭାବି ଚିନ୍ତି ନିର୍ଣ୍ଣୟ ନିଅନ୍ତୁ ନାହିଁ।

ମିଥୁନ : ଆଜି ଆପଣଙ୍କ ଦିନ ବହୁତ ଲାଭଦାୟୀ ଅଟେ। ଅବିବାହିତମାନଙ୍କୁ ଯୋଗ୍ୟ ଜୀବନସାଥୀ ମିଳିବାର ଯୋଗ ଅଛି। ଧନପ୍ରାପ୍ତି ପାଇଁ ଦିନ ଶୁଭ ଅଟେ। ମିତ୍ରମାନଙ୍କସହିତ ଅଚାନକ ହୋଇଥିବା ସାକ୍ଷାତ ଆନନ୍ଦଦାୟୀ ରହିବ। ମିତ୍ରମାନଙ୍କଠାରୁ ଲାଭ ହେବ। ପରିଜନମାନଙ୍କଠାରୁ ଲାଭ ହେବାର ସଙ୍କେତ ଅଛି। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ।

କର୍କଟ : ଆଜିର ଦିନ ଆପଣଙ୍କପାଇଁ ଅନୁକୂଳ ଅଟେ। ଆପଣ ଆଜି ପ୍ରତ୍ୟେକ କାମ ସରଳତାରେ ସଂପନ୍ନ କରି ପାରିବେ। ଚାକିରିରେ ଆପଣଙ୍କ ଉପରେ ଉଚ୍ଚ ପଦାଧିକାରୀ ଖୁସି ହେବେ। ଆପଣଙ୍କ ପ୍ରମୋଶନର ଯୋଗ ଅଛି। ପରିଜନମାନଙ୍କ ସହିତ ମୁକ୍ତ ମନରେ କଥାବାର୍ତ୍ତା ହେବ। ମାତାଙ୍କ ସହିତ ସମ୍ବନ୍ଧ ଭଲ ରହିବ।

ସିଂହ : ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ଆପଣଙ୍କ ବ୍ୟବହାର ନ୍ୟାୟପୂର୍ଣ୍ଣ ରହିବ। ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବାର ସମ୍ଭାବନା ଦେଖାଯାଉଛି। ଧାର୍ମିକ ଯାତ୍ରାର ଆୟୋଜନ ମଧ୍ୟ ହୋଇପାରେ। ବିଦେଶରେ ରହୁଥିବା ସ୍ଵଜନମାନଙ୍କଠାରୁ ଭଲ ସମାଚାର ମିଳିବ।

କନ୍ୟା : ଆଜିର ଦିନ କୌଣସି ମଧ୍ୟ ନୂଆ କାର୍ଯ୍ୟର ଆରମ୍ଭ କରିବା ପାଇଁ ଯୋଗ୍ୟ ଅଟେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ବାହରର ଖାଦ୍ୟ-ପାନୀୟକୁ ଦୂରରେ ରଖିବେ। କ୍ରୋଧର ମାତ୍ରା ଅଧିକ ରହିବ, ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ପରିଜନମାନଙ୍କର ସହ ଉଗ୍ର ଚର୍ଚ୍ଚାର କାରଣରୁ ମନମାଳିନ୍ୟ ନ ହେଉ ଏହାର ବିଶେଷ ଧ୍ୟାନ ରଖିବେ।

ତୁଳା : ଆଜି ଆପଣଙ୍କ ଦିନ ଆମୋଦ-ପ୍ରମୋଦରେ କଟିବ। ପ୍ରଣୟ ପାଇଁ ଆଜିର ଦିନ ଭଲ ଅଟେ। ମିତ୍ର ଆପଣଙ୍କ ସହ ଯାତ୍ରା ଆନନ୍ଦ ଭରି ଦେବ। ନୂଆ ବସ୍ତ୍ରର କ୍ରୟ କରିବାର ଯୋଗ ଅଛି। ମନ ପ୍ରଫୁଲ୍ଲିତ ରହିବ। ମାନ-ସମ୍ମାନ ମିଳିବ। ବୈବାହିକ ସୁଖର ଅନୁଭୂତି ହେବ।

ବିଚ୍ଛା : ଆଜି ଆପଣ ଅନିଶ୍ଚିତତା ଏବଂ ସୁଖ-ଶାନ୍ତି ସହିତ ଘରେ ସମୟ ଦେବେ। ଶାରୀରିକ ତଥା ମାନସିକ ପ୍ରସନ୍ନତା କାର୍ଯ୍ୟ କରିବାରେ ଉତ୍ସାହ ପ୍ରଦାନ କରିବ। ଅଫିସ୍ ରେ ଷ୍ଟାଫମାନଙ୍କର ସହାୟତାରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ। ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ଧନୁ : ଆଜି କାର୍ଯ୍ୟ ସିଦ୍ଧି ଏବଂ ସଫଳତା ନ ମିଳିଲେ ହତାଶ ହୁଅନ୍ତୁ ନାହିଁ, ସଫଳତା ନିଶ୍ଚିତ ମିଳିବ। ପରିଜନମାନଙ୍କ ସହିତ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। ଆଜି କୌଣସି ଯାତ୍ରା ନ କରିବା ପାଇଁ ଉପଦେଶ। ଆଜି କୌଣସି ମଧ୍ୟ ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ।

ମକର : ଆପଣଙ୍କ ଆଜିର ଦିନ ମିଶ୍ରିତ ଫଳଦାୟୀ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ସଂପତ୍ତି ସମ୍ବନ୍ଧିତ ବିଷୟରେ ମନ ଚିନ୍ତିତ ହୋଇପାରେ। ଆଜି କୌଣସି ଯାତ୍ରା କରନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ବାହନ ଚଲାଇବା ସମୟରେ ସାବଧାନ ରହିବେ। ଆକସ୍ମିକ ଧନଖର୍ଚ୍ଚ ହୋଇପାରେ।

କୁମ୍ଭ : ଚିନ୍ତାର ବାଦଲ ହଟିବାରେ ଆପଣ ମାନସିକ ହାଲୁକାପଣ ଅନୁଭବ କରିବେ। ମନରେ ଉତ୍ସାହର ସଞ୍ଚାର ହେବ। ଦିନ ଆନନ୍ଦ ପୂର୍ବକ କଟିବ। ଭାଇ-ବନ୍ଧୁ ଏବଂ ସ୍ନେହୀଜନମାନଙ୍କ ସହିତ ମିଳାମିଶା ବଢ଼ିବ। ଆଜି କୌଣସି ମହତ୍ତ୍ଵପୂର୍ଣ୍ଣ ଯୋଜନା ମଧ୍ୟ ବନାଇ ପାରନ୍ତି।

ମୀନ : ଆଜି ଆପଣ ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ଧନ ସମ୍ବନ୍ଧିତ ଦେବା-ନେବାରେ ସାବଧାନର ଆବଶ୍ୟକତା ଅଛି। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ପରିଜନମାନଙ୍କ ସହ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top