ଅନୁଗୁଳ

ହିଙ୍ଗୁଳା ଡିଗ୍ରୀ କଲେଜରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ତାଳଚେର, ୧୪/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ପଂଚାୟତ ଅନ୍ତର୍ଗତ ହିଙ୍ଗୁଳା ଡିଗ୍ରୀ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏହି ଅବସରରେ ଅଧ୍ୟାପିକା ବୀଣାପାଣି ପ୍ରଧାନ ଛାତ୍ରୀମାନଙ୍କୁ ସମ୍ବୋଧନ କରି ସାମ୍ପ୍ରତିକ ପରିସ୍ଥିତିରେ ଝିଅମାନେ ଆତ୍ମରକ୍ଷାର କୌଶଳ ଶିକ୍ଷା ଲାଭ କରିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ଏହି ଶିବିରରେ ୩୦ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେହିପରି ହିଙ୍ଗୁଳା ଜୁନିୟର କଲେଜର ୮୦ଜଣ ଛାତ୍ରୀମାନଙ୍କୁ ନେଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ ଶିବିର ଉଦଘାଟନ କରି ଆତ୍ମରକ୍ଷା ପ୍ରଶିକ୍ଷଣ ଦ୍ୱାରା ଛାତ୍ରୀମାନେ କିଭଳି ଭାବରେ ଅସାମାଜିକ ବ୍ୟକ୍ତିଙ୍କ ଠାରୁ ନିଜକୁ ରକ୍ଷା କରି ପାରିବେ, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପିକା ଶାନ୍ତିଲତା ପ୍ରଧାନ ନିଜ ଅଭିଭାଷଣରେ ଦୃଢ଼ ମନୋବଳ ସହ ଆତ୍ମରକ୍ଷାର କୌଶଳକୁ ସଠିକ୍ ଭାବରେ ପ୍ରୟୋଗ କରିବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଶିକ୍ଷିକା ଗୀତାଞ୍ଜଳୀ ଦେହୁରୀ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର କୌଶଳ ଉପରେ ଛାତ୍ରୀମାନଙ୍କୁ ଶିକ୍ଷା ଦେଇଥିଲେ। ଏହି ଶିବିର ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବାବେଳେ ୧୬ ତାରିଖ ଦିନ ଉଦଯାପିତ ହେବ ବୋଲି ଜଣାପଡିଛି। ଶିବିର ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ କର୍ମଚାରୀମାନେ ସହଯୋଗ କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top