ଓଡ଼ିଶା

ଜୁନାଗଡ ଏଲ-ନିସି ମିସନ ସ୍କୁଲ ପ୍ରିନ୍ସପାଲ ଙ୍କ ଅସାମ୍ବିଧାନିକ ବ୍ୟବହାର ର ବିରୋଧ, ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ତାଲା ବନ୍ଦ ଆନେ୍ଦାଳନ

କଳାହାଣ୍ଡି -୦୯/୦୨/୨୦୧୮ (ଓଡିଆପୁଅ)
ଜୁନାଗଡ ସହର ସ୍ଥିତ ଏଲ-ନିସି ମିସନ ସ୍କୁଲ ର ପ୍ରିନ୍ସପାଲ ବିଭିନ୍ନ ସମୟରେ ଉଭୟ ଛାତ୍ର ଓ ଶିକ୍ଷକ ଙ୍କୁ ଅସାମ୍ବିଧାନିକ ବ୍ୟବହାର କରୁ ଥିବା ର ପ୍ରତିବାଦ କରି ଶୁକ୍ରବାର ସକାଳେ ଶିକ୍ଷୟତ୍ରୀ ଶିକ୍ଷକ ସ୍କୁଲ ର ମୂଖ୍ୟ ଫାଟକରେ ତାଲା ବନ୍ଦ କରି ଧାରଣାରେ ବସିଥିଲେ । ପରେ ଛାତ୍ରୀଛାତ୍ର ମାନେ ଏଥିରେ ସାମିଲ ହୋଇଥିଲେ । ସ୍କୁଲ ର ନିଦେ୍ର୍ଦଶକ ଧର୍ମଗଡରୁ ଆସି ଘଟଣା ସ୍ଥଳରେ ପହଂଚି ଅବିଭାବକ ମାନଙ୍କ ସହ ଆଲୋଚନା କରି ପ୍ରିନ୍ସପାଲ ଙ୍କୁ ଅପସାରଣ କରିବାକୁ ପ୍ରତିଶୃତି ଦେବା ପରେ କ୍ୟାମ୍ପସ ଶାନ୍ତ ହୋଇଥିଲା ।
ଘଟଣାରୁ ପ୍ରକାଶ ଜୁନାଗଡ ସହରର ହଣ୍ଡାଖାଲ ପଡା ଠାରେ ଏଲ-ନିସି ମିସନ ସ୍କୁଲର ପ୍ରିନ୍ସପାଲ ଲିସାମା ଜର୍ଜ ବିଭିନ୍ନ ସମୟରେ ଛାତ୍ରୀଛାତ୍ର ଙ୍କୁ ମାଡ ମାରିବା ସଂଗେ ସଂଗେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ମଧ୍ୟ ଅସାମ୍ବିଧାନିକ ଭାଷା ବ୍ୟବହାର କରି ଅପମାନିତ କରୁଥିଲେ । ଏପରିକି ଛାତ୍ରୀ ମାନଙ୍କ ପ୍ରତି ମଧ୍ୟ ଅସହ୍ୟ ଭାଷା ପ୍ରୟୋଗ କରୁଥିବା ସହିତ ମାନସିକ ସ୍ତରରେ ଆଘାତ ପାଇବା ଭଲି ମନ୍ତବ୍ୟ ଦେଉଥିଲେ । ଏସବୁର ପ୍ରତିବାଦ କରି ଶିକ୍ଷକ ଶିକ୍ଷୟତ୍ରୀ ମାନେ ପୂର୍ବରୁ ଅନେକବାର ସ୍କୁଲ ପ୍ରତିଷ୍ଠାତା ତଥା ନିଦେ୍ର୍ଦଶକଙ୍କୁ ଜଣାଇଥିଲେ ହେଁ କୌଣସି ପ୍ରକାରେ ସମସ୍ୟାର ସମାଧାନ ହୋଇନ ପାରିବାରୁ ଜୁନାଗଡ ଥାନାକୁ ଜଣାଇଦେବା ସହ ଶୁକ୍ରବାର ସକାଳେ ମୂଖ୍ୟ ଫାଟକ ସମ୍ମୁଖରେ ବ୍ୟାନର ଲଗାଇ ଆନେ୍ଦାଳନ କୁ ଓହ୍ଲାଇଥିଲେ । ନିଜ ନିଜ ପିଲାଙ୍କୁ ସ୍କୁଲ ଆଣିବା ପାଇଁ ନିଦେ୍ର୍ଦଶକ ଅନେକ ଅବିଭାବକ ଆସି ଘଟଣା ସଂପର୍କରେ ଅବଗତ ହୋଇ ଏହାକୁ ନୈତିକ ସମର୍ଥନ ଦେବା ସହିତ ଛାତ୍ରୀଛାତ୍ର ମାନେ ମଧ୍ୟ ଆନେ୍ଦାଳନରେ ସାମିଲ ହେଲେ । ନୀରିହ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ କରିବାକୁ ଅଭିଭାବକମାନେ ଏହି ସ୍କୁଲ ଉପରେ ନିର୍ଭର କରୁଥିବା ବେଳେ ସ୍କୁଲ ପକ୍ଷରୁ ଏଭଲି ଆଶାଳୀନ ବ୍ୟବହାର ଅଭିଭାବକମାନଙ୍କ ମନରେ ଗଭୀର ରେଖାପାତ କରିଥିଲା । ଏହି ସମୟରେ ଧର୍ମଗଡରେ ରହୁଥିବା ସ୍କୁଲର ପ୍ରତିଷ୍ଠାତା ତଥା ନିଦେ୍ର୍ଦଶକ ଜୟ କୁଟ୍ଟି ସସ୍ତ୍ରୀକ ଧର୍ମଗଡ ରୁ ଆସି ଗେଟ ସମ୍ମୁଖରେ ଲାଗିଥିବା ବ୍ୟାନରକୁ ଫାଡି ଦେବା ସହ ଆନେ୍ଦାଳନରତ ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କୁ ଗାଳି କରି ଗେଟଆଉଟ ବୋଲି କହି ଯୋର ଜବରଦସ୍ତ ଗେଟ ଖୋଲିି କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରିଥିଲେ । ନିଦେ୍ର୍ଦଶକଙ୍କ ଏଭଲି ଔଦ୍ଧତ୍ୟପୂର୍ଣ୍ଣ ବ୍ୟବହାର ଯୋଗୁଁ ଅବିଭାବକମାନେ ଅସହ୍ୟ ହୋଇ ନିଦେ୍ର୍ଦଶକଙ୍କୁ ଘେରି ସ୍କୁଲରେ କାହିଁକି ଏଭଲି ଅଶାନ୍ତିକର ବାତାବରଣ ସୃଷ୍ଟି ହେଉଥିବା ସଂପର୍କରେ ପ୍ରଶ୍ନ କରିଥିଲେ ।

ଛାତ୍ରମାନଙ୍କ ଠାରୁ ଆଡମିସନ ଫିଜ ଠାରୁ ଆରମ୍ଭ କରି ମାସିକ ଫିଜ ସଂଗ୍ରହ କରି ସ୍କୁଲ ଚାଲୁଥିବା ବେଳେ ସରକାରୀ ନିୟମ କାନୁନକୁ ଆଖିଠାର ମାରି ଏହାର ନିଦେ୍ର୍ଦଶକ ଜୟକୁଟ୍ଟି ନିଜକୁ ସୁହାଇବା ଢଙ୍ଗରେ ସ୍କୁଲ ପରିଚାଲନା କରୁଥିବା ହେତୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ସରକାରୀ ନିୟମାନୁସାରେ କୌଣସି କମିଟି ଗଠନ କରିନଥିବା ବେଳେ କେବଳ ହାତଗଣତି କିଛି ନ୍ୟସ୍ତ ସ୍ୱାର୍ଥବାଦୀ ବ୍ୟକ୍ତିତ୍ୱ ଙ୍କୁ ହାତ କରି ସବୁପ୍ରକାର କାଗଜାତ ଦାଖଲ କରୁଥିବା ସନେ୍ଦହ ପ୍ରକାଶ ପାଇଥିଲା । ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତନିଧିମାନେ ପହଂଚିବାରେ ଜନୈକ ଅଭିଭାବକ ସେମାନଙ୍କୁ ତମର ଏଠାରେ କି କାମ ଅଛି ବୋଲି କହି ବାହାରକୁ ଡାକି ଆଣିଥିଲେ,ଏପରିକି ସ୍କୁଲର ପ୍ରତିଷ୍ଠାତା ତଥା ନିଦେ୍ର୍ଦଶକ ଜୟ କୁଟ୍ଟିଙ୍କ ସପକ୍ଷରେ ଯୁକ୍ତି ବାଢୁଥିବା ଦେଖାଯାଇଥିଲା । ନିଦେ୍ର୍ଦଶକ ଜୟ କୁଟ୍ଟି ନିଜ ହିସାବରେ ସ୍କୁଲ ପ୍ରତିଷ୍ଠା କରିଛି ଏବଂ ଯାହାର ପିଲାଙ୍କୁ ପାଠ ପଢାଇବାର ଅଛି ସେମାନେ ପଢାଅ ନଚେତ ନେଇଯାଅ ବୋଲି ମଧ୍ୟ ସେହି ଅଭିଭାବକ ପ୍ରକାଶ କରୁଥିଲେ । ସ୍କୁଲରେ ସରକାରୀ ନିୟମାନୁସାରେ ଅଭିଭାବକ ମାନଙ୍କୁ ନେଇ ବିଭିନ୍ନ କମିଟି କାହିଁକ ଗଠନ କରାଯାଉନାହିଁ ବୋଲି ଅଭିଭାବକ ମାନେ ପଚାରୁଥିବା ବେଳେ ସଂପୃକ୍ତ ଅଭିଭାବକ ଜଣକ ନିଦେ୍ର୍ଦଶକ ଜୟ କୁଟ୍ଟିଙ୍କ ସପକ୍ଷରେ ଯୁକ୍ତି କରିବା ସହିତ ପିଲାମାନଙ୍କ କିଛି ଅସୁବିଧା ହେଲେ ସେହି କମିଟୀ ହିଁ ଦାୟୀ ରହିବେ ତେଣୁ କମିଟୀ କଣପାଇଁ କରାଯିବ ବୋଲି ଅଭିଭାବକ ମାନଙ୍କୁ ହତୋତ୍ସାହ କରୁଥିବା ଦେଖାଯାଇଥିଲା । ଅନ୍ୟପକ୍ଷରେ ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ କୌଣସି ପ୍ରକାର ଅଭୀଭାବକ କମିଟୀ ଗଠନ କରାନଯାଇ କିପରି ସରକାରୀ ନିୟମକୁ ପାଳନ କରାଯାଉଛି ତାହା ମୂଖ୍ୟ ଆଲୋଚନାର ବିଷୟ ହୋଇପଡିଛି । ହାତ ଗଣତି କିଛି ଅଭିଭାବକ ଏଲନିଶି ମିଶନ ସ୍କୁଲର ପ୍ରତିଷ୍ଠାତା ତଥା ନିଦେ୍ର୍ଦଶକ ଜୟ କୁଟ୍ଟି ଙ୍କୁ ସୁରକ୍ଷା ଦେଉଥିବା ହେତୁ ଏଭଲି ଭାବେ ଅନିୟମିତତା ଦେଖା ଦେଉଥିବା ଅଭିଯୋଗ ହେଉଛି । କ୍ୱାଲିଟି ଶିକ୍ଷା ପାଇଁ ଅଭିଭାବକ ମାନେ ଏହି ସ୍କୁଲରେ ନିଜ ପିଲାଙ୍କୁ ପାଠ ପଢିବାକୁ ଛାଡୁଥିବା ବେଳେ ଏଭଲି ଅବ୍ୟବସ୍ଥା ହେତୁ ନୀରିହ ପିଲାଙ୍କ ମାନସିକ ସ୍ତରରେ ଆଘାତ ସୃଷ୍ଟି ହେବା ସହ ଅଣତାଲିମ ପ୍ରାପ୍ତ ଶିକ୍ଷକ ଦ୍ୱାରା ପାଠ ପଢା ଯାଉଥିବା ହେତୁ ପିଲାଙ୍କ ପାଠପଢାରେ ବ୍ୟାଘାତ ହେବ ବୋଲି ଅଭିଭାବକ ମହଲରେ ଚିନ୍ତିତ ଥିବା ଜଣାପଡିଛି ।
ସୂଚନା ଯୋଗ୍ୟ ଯେ,ଏହି ସ୍କୁଲରେ ନର୍ସରୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪ଶହ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଟାଟା ଏଜ ଡିଜିଟାଲ କ୍ଲାସ ନାମରେ ଛାତ୍ର ଙ୍କ ଠାରୁ ମାସକୁ ଅତିକମ ରେ ୨୫୦ ଟଙ୍କା ସହିତ କମ୍ପ୍ୟୁଟର କ୍ଲାସ, ବିଜ୍ଞାନ ଲାବ ନାମରେ ଟଙ୍କା ସଂଗ୍ରହ କରୁଥିବା ବେଳେ ଏସବୁ ବ୍ୟବସ୍ଥା ନଥିବା ଅବିଭାବକ ଅଭିଯୋଗ କରୁଛନ୍ତି । ପ୍ରତି ବର୍ଷ ଦେଢ ଗୁଣ ଫି ବୃଦ୍ଧି କରୁଥିବା ବେଳେ ଫେକଲ୍ଟି ଅଭାବ ଅନ୍ୟ ଏକ ମୂଖ୍ୟ ସମସ୍ୟା ହୋଇଥିବା ଅଭିଯୋଗ କରିଥିଲେ । ଅନ୍ୟ ପକ୍ଷରେ ୧୫ ବର୍ଷ ରୁ ଉର୍ଦ୍ଧ ଏହି ସ୍କୁଲ ଚାଲିଥିବା ବେଳେ ସ୍କୁଲ ପରିଚାଳାନ କମିଟି ଗଠନ ହୋଇ ନାହିଁ । ଘଟଣା ସଂପର୍କରେ ଶିକ୍ଷା ବିଭାଗ ଅଧିକାରୀ ଏବଂ ଜୁନାଗଡ ତହସିଲଦାର ଦାୟୀତ୍ୱରେ ଥିବା ବିଡିଓ ପରମବ୍ରହ୍ମ ଯୋଷୀ ସ୍କୁଲ କୁ ଆସି ସମସ୍ତଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top