ଗଜପତି

ଜୋର ଧରୁଛି ମିଜେଲ୍ସ ରୁବେଲା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୮ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲାରେ ଗତ ଜାନୁଆରୀ ୨୯ତାରିଖ ଠାରୁ ଆରମ୍ଭ ହୋଇଥିବା ମିଜେଲ୍ସ ରୁବେଲା ଟୀକାକରଣ କାର୍ଯ୍ୟକ୍ରମ ଦିନଦିନକୁ ଜୋର ଧରୁଥିବାର ଦୃଷ୍ଟିକୁ ଆସୁଛି । ଚଳିତ ମାସ ୬ତାରିଖ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ସହରାଞ୍ଚଳରେ ଏହା ୮୩ ଶତକଡା ସଫଳ ହୋଇଥିବା ବେଳେ ସାରା ଜିଲାରେ ଗ୍ରାମାଞ୍ଚଳମାନଙ୍କରେ ମୋଟ ୭୬ ଶତକଡା ସଫଳତା ହୋଇଥିବାର ଦୃଷ୍ଟିକୁ ଆସିଛି । ଟୀକାକରଣଙ୍କୁ ନେଇ କିଛି ଅପପ୍ରଚାର ବା ଗୁଜବ ପ୍ରଚାରିତ ହେବା ପରେ ଜିଲାର ଗୁମ୍ମା ବ୍ଳକ ଓ ନୁଆଗଡ ବ୍ଳକରେ ଏହି କାର୍ଯ୍ୟକ୍ରମ ମନ୍ଥର ରହିଥିବାର ଦୃଷ୍ଟିକୁ ଆସିଛି । ଗୁମ୍ମା ବ୍ଳକରେ ସର୍ବନିମ୍ନ ୪୭ଶତକଡା ଟୀକାକରଣ ହୋଇଥିବା ବେଳେ ନୁଆଗଡ ବ୍ଳକରେ ୪୯ଶତକଡା ଟୀକାକରଣ ହୋଇପାରିଛି । ଅନ୍ୟପକ୍ଷରେ ଗୋଷାଣୀ ବ୍ଳକରେ ସର୍ବାଧିକ ୯୪ଶତକଡା, କାଶୀନଗର ୭୯ଶତକଡା, ମୋହନା ବ୍ଳକରେ ୭୫ଶତକଡା, ଆର.ଉଦୟଗିରି ବ୍ଳକରେ ୯୧ଶତକଡା, ରାୟଗଡ ବ୍ଳକରେ ୮୧ଶତକଡା ଅର୍ଥାତ ସଫଳତାର ସହ ଏହି କାର୍ଯ୍ୟକ୍ରମ ଚାଲୁରହିଛି । ଗୁଜବକୁ ବିଶ୍ୱାସ ନକରି ଏହି ଟୀକାକରଣରେ ଶିଶୁମାନଙ୍କୁ ସାମିଲ କରି ଏହାକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ସଚେତନତା ପରେ ପଛୁଆ ରହିଥିବା ବ୍ଳକଗୁଡିକରେ ମଧ୍ୟ ଶିଶୁମାନେ ଆଗକୁ ଏଥିରେ ସାମିଲ ହୋଇ ଏହାକୁ ସଫଳ କରାଇବେ ବୋଲି ଜଣାପଡୁଛି । ଜିଲାରେ ମୋଟ ୬ତାରିଖ ପର୍ଯ୍ୟନ୍ତ ୧୦୫୩୫୦ ଶିଶୁଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ମୋଟ ୭୯୮୮୯ ଶିଶୁ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି, ଯାହାକି ଲକ୍ଷ ଧାର୍ଯ୍ୟର ୭୬ଶତକଡା ଅଟେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top