ad
ଆନ୍ତର୍ଜାତୀୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଆଜି ଗୋଟିଏ ଦିନରେ ୫ଟି ପଦକ- ଦୁଇଟି ସ୍ୱର୍ଣ୍ଣ ଗୋଟିଏ ରୌପ୍ୟ ଏବଂ ଦୁଇଟି କାଂସ୍ୟ

ନୂଆ ଦିଲ୍ଲୀ ୮-୪ (ଓଡ଼ିଆ ପୁଅ) ଆଜି ଭାରତ ପାଇଁ ଭଲ ଦିନ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାରଦିନ ଗୋଟିଏ ଦିନରେ ୫ଟି ପଦକ ହାତେଇଛି ଭାରତ। ସେଥିମଧ୍ୟରୁ ଦୁଇଟି ସ୍ୱର୍ଣ୍ଣ ଗୋଟିଏ ରୌପ୍ୟ ଏବଂ ଦୁଇଟି କାଂସ୍ୟ ପଦକ। ତେଣୁ ଆସନ୍ତୁ ଜାଣିବା କିଏ କିଏ ପାଇଲେ କେଉଁ କେଉଁ ପଦକ:

ପୂନମ ଯାଦବଙ୍କୁ ସ୍ୱର୍ଣ୍ଣ:

୨୧ତମ କ।ମନବେଲ୍ଥ ଗେମ୍ସରେ ଭାରତର ପୂନମ ଯାଦବ ମହିଳା ୱେଟଲିଫ୍ଟିଙ୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି। ପୂନମ ଯାଦବ ସର୍ବମୋଟ ୨୨୨ କିଲୋଗ୍ରାମ ଭାର ଉଠାଇକରି ସ୍ୱର୍ଣ୍ଣ ପଦକ ଉପରେ କବ୍ଜା କରିଛନ୍ତି। ସେ ଇଲଣ୍ଡର ସାରା ଡେବିସଙ୍କୁ ପଛରେ ପକାଇ ସ୍ଵର୍ଣ୍ଣ ପଦକ ଉପରେ କବ୍ଜା କରିଛନ୍ତି। ପୂନମ ଯାଦବ ଆଗକୁ ଆସିବା ପାଇଁ ସାରାଙ୍କୁ ଶେଷ ରାଉଂଡରେ ସର୍ବମୋଟ ୧୨୮ କିଲୋଗ୍ରାମ ଭାର ଉଠାଇଥିଲେ। କିନ୍ତୁ ତାଙ୍କର ଅସଫଳ ପ୍ରୟାସ ଯୋଗୁଁ ପୂନମଙ୍କ ଖାତାରେ ସ୍ୱର୍ଣ୍ଣ ଆସିଥିଲା।

ମନୁ ଭାକରଙ୍କୁ ସ୍ୱର୍ଣ୍ଣ: ହୀନା ସିଦ୍ଧୁଙ୍କୁ ରୌପ୍ୟ:

ମହିଳାଙ୍କର ୧୦ ମିଟର ଏଆର ପିସ୍ତଲରେ ଭାରତର ମନୁ ଭାକର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଶେଷ ଶଟରେ ଭାକର ୧୦.୪ ପ।ଇଣ୍ଟ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଅନ୍ୟ ପକ୍ଷରେ, ହୀନା ସିଦ୍ଧୁ ରୌପ୍ୟ ପଦକ ଜିତିଛନ୍ତି। ମୁକାବିଲାରେ ୧୬ ବର୍ଷର ମନୁ ରେକର୍ଡ ସର୍ବମୋଟ ୨୪୦.୯ ଅଙ୍କ ସହିତ ସ୍ୱର୍ଣ୍ଣ ଉପରେ କବ୍ଜା କରିଥିଲେ। ହୀନା ୨୩୪.୦ ଅଙ୍କ ସହିତ ରୌପ୍ୟ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ, ଅଷ୍ଟ୍ରେଲିଆ ଏଲେନା ଗାଲୀବବିଚଙ୍କୁକୁ କାଂସ୍ୟ ପଦକରେ ସନ୍ତୋଷ ହେବାକୁ ପଡ଼ିଛି।

ରବି କୁମାରଙ୍କୁ କାଂସ୍ୟ:

ଭାରତୀୟ ଶୁଟର ରବି କୁମାର ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷଙ୍କର ୧୦ ମିଟର ଏୟାର ରାଇଫଲ ପ୍ରତିଦ୍ୱନ୍ଦିତାରେ କାଂସ୍ୟ ପଦକ ଜିତିଛନ୍ତି। ରବି ୨୨୪.୧ ସ୍କୋର କରି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଅଷ୍ଟ୍ରେଲିଆର ଡେନ ସୈମ୍ପସନ ୨୪୫ ର ସ୍କୋର କରି ସ୍ଵର୍ଣ୍ଣ ପଦକ ଜିତିଥିବା ବେଳେ ବାଂଗ୍ଲାଦେଶର ଅବ୍ଦୁଲ୍ଲା ହେଲ ବାକୀ ୨୪୪.୭ ର ସ୍କୋର ସହିତ ରଜତ ପଦକ ହାସଲ କରିଛନ୍ତି।

୧୦ ମିଟର ଏୟାର ରାଇଫଲରେ ଭାରତର ଦୀପକ କୁମାର ୧୬୨.୩ ର ସ୍କୋର ସହିତ ଷଷ୍ଠ ସ୍ଥାନରେ ରହିଲେ। ରବି ମୈକ୍ସିକୋରେ ଆଇଏସଏସଏଫ ବିଶ୍ଵ କପରେ କାଂସ୍ୟ ପଦକ ଜିତିଥିଲେ। ରବି ଶେଷ ପ୍ରୟାସରେ ୧୦.୩ ସ୍କୋର କଲେ ଯାହା ସ୍ଵର୍ଣ୍ଣ କିମ୍ବା ରୌପ୍ୟ ଶୂଟ ପାଇଁ ଅଧିକ ନଥିଲା କିନ୍ତୁ କାଂସ୍ୟ ତାଙ୍କର ନାମ ରହିଲା।

ବିକାସ ଠାକୁରଙ୍କୁ କାଂସ୍ୟ:

ଭାରତୀୟ ପୁରୁଷ ଭାର ଉତ୍ତୋଳନରେ ବିକାସ ଠାକୁର ପୁରୁଷଙ୍କର ୯୪ କିଲୋଗ୍ରାମ କ୍ୟାଟେଗୋରୀରେ କାଂସ୍ୟ ପଦକ ଜିତିଛନ୍ତି। ବିକାସ ସର୍ବମୋଟ ୩୫୨ କିଗ୍ରା ଭାର ଉଠାଇ କାଂସ୍ୟ ପଦକ ଉପରେ କବ୍ଜା କରିଛନ୍ତି। ସେ ପ୍ରଥମ ପ୍ରୟାସ ସ୍ନୈଚ ରାଉଂଡରେ ୧୫୯ ଏବଂ କ୍ଲିନ ଆଣ୍ଡ ଜର୍କ ରାଉଂଡରେ ୧୯୨ କିଗ୍ରାର ଓଜନ ଉଠାଇଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ପାପୁଆ ନ୍ୟୁ ଗିନୀର ଷ୍ଟେବନ କୈରୀ ସର୍ବମୋଟ ୩୭୦ କିଗ୍ରା ସହିତ ସ୍ୱର୍ଣ୍ଣ ଉପରେ କବ୍ଜା କରିଛନ୍ତି। ସେ କ୍ଲିନ ଆଣ୍ଡ ଜର୍କରେ ୨୧୬ କିଗ୍ରାର ଓଜନ ଉଠାଇଥିଲେ, ଯାହାକି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ ସ୍କୋର ଅଟେ। ଦ୍ୱିତୀୟ ସ୍ଥାନରେ କନାଡାର ଭାର ଉତ୍ତୋଳନକାରୀ ବୋଡୀ ସନ୍ତାବୀଙ୍କୁ ସିଲଭର ମେଡାଲ ମିଳିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top