Home ଓଡ଼ିଶା ସୁନ୍ଦରପଦାରୁ ଆରମ୍ଭ:୪ ବର୍ଷ ୬ ମାସର କାମ,୬ ମାସରେ ପାରିବେ ଅପରାଜିତା!

ସୁନ୍ଦରପଦାରୁ ଆରମ୍ଭ:୪ ବର୍ଷ ୬ ମାସର କାମ,୬ ମାସରେ ପାରିବେ ଅପରାଜିତା!

1134

ଭୁବନେଶ୍ୱର:୪ ବର୍ଷ ୬ ମାସର କାମ,କିନ୍ତୁ ସମୟ ମାତ୍ର ୬ ମାସ।୪ ବର୍ଷ ୬ ମାସର କାମ ୬ ମାସରେ କରିବାକୁ ପଡ଼ିବ ଅପରାଜିତା ଷଡ଼ଙ୍ଗୀଙ୍କୁ।ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ବିଧାନସଭା କ୍ଷେତ୍ର ସୁନ୍ଦରପଦାରୁ ଅପରାଜିତା ଆରମ୍ଭ କରିଛନ୍ତି ଜନ ପରାମର୍ଶ ପଦଯାତ୍ରା।ପଦଯାତ୍ରାରେ ବାହାରିବା ସହ ଅପରାଜିତା ଲୋକଙ୍କ ସହ ମିଶି ତାଙ୍କଠୁ ଶୁଣୁଛନ୍ତି,ଆଲୋଚନା କରୁଛନ୍ତି।ଏହାପରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା କ୍ଷେତ୍ର ପର୍ଯ୍ୟାୟ କ୍ରମେ ବୁଲି ଅପରାଜିତା ପଦଯାତ୍ରା ଏବଂ ଜନ ସଂପର୍କ କରିବେ।ଏଥିନେଇ ଅପରାଜିତା ବିଭିନ୍ନ ବିଧାନସଭା କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରି ରୂପରେଖ ଚୂଡାନ୍ତ କରି ସାରିଛନ୍ତି।

ଅପରାଜିତା ଷଡ଼ଙ୍ଗୀଙ୍କ ବିଜେପିର ଯୋଗଦାନ ପରେ ବିଭିନ୍ନ ଦିଗକୁ ଅନୁଧ୍ୟାନ କଲେ,ଅପରାଜିତା ଯେ’ ଓଡ଼ିଶା ବିଜେପିରେ ଏକ ଗୁରୁ ଦାୟିତ୍ୱ ନେଉଛନ୍ତି,ତାହା ଜଣାପଡ଼ି ଯାଉଛି।ଅପରାଜିତାଙ୍କ ପରି ବ୍ୟକ୍ତିତ୍ୱ,ଜଣେ ଆଇଏଏସ ଅଧିକାରୀ,୧୧ ବର୍ଷର ଚାକିରୀ ଛାଡ଼ି କେବଳ ଗୋଟେ ସାଂସଦ ହେବା ପାଇଁ ଯେ’ ରାଜନୀତିକୁ ଆସିଛନ୍ତି, ତାହା କେବେ ନୁହେଁ।ତେବେ ପୂର୍ବରୁ ସରିଥିବା ଯୋଜନା ଅନୁଯାୟୀ ଅପରାଜିତା ଏବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କାମ ଆରମ୍ଭ କରିଦେଇଛନ୍ତି।ଭୁବନେଶ୍ୱର ଏମପି ସିଟରୁ ଲଢ଼ିବା ନେଇ ଅପରାଜିତା କିଛି ସ୍ପଷ୍ଟ ଭାବରେ କହି ନଥିଲେ ମଧ୍ୟ ସେ ଯେ ଭୁବନେଶ୍ୱରରୁ ଏମପି ପାର୍ଥି ହେବା ଜଣାପଡ଼ି ଯାଉଛି।

ତେବେ,ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେପିର ସ୍ଥିତି ସେପରି ଭଲ ନାହିଁ।୨୦୧୪ ନିର୍ବାଚକୁ ଲକ୍ଷ କଲେ ଏଠାରୁ ପ୍ରସନ୍ନ ପାଟ୍ଟଶାଣୀ ୪୯.୨୫% ହାରରେ ୪ ଲକ୍ଷ ୩୯ ହଜାର ୨୫୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ।ଅର୍ଥାତ୍ ବିଜେଡି ପ୍ରାୟ ଅଧାଭାଗ (ଶତକଡ଼ା ୫୦ ଭାଗ) ଭୋଟ ପାଇଥିଲା।ବାକି ସବୁ ବିରୋଧୀ ମିଶି ପ୍ରାୟ ସେତିକି ଭୋଟ ପାଇଥିଲେ।ଦ୍ଵିତୀୟ ସ୍ଥାନରେ ଥିଲା ବିଜେପି।ବିଜେପିର ପୃଥ୍ୱୀରାଜ ହରିଚନ୍ଦନ ୨୮% ହାରରେ ୨ ଲକ୍ଷ ୪୯ ହଜାର ୭୭୫ ଖଣ୍ଡ ଭୋଟ ପାଇଥିଲେ।ଅର୍ଥାତ୍ ବିଜୟଠାରୁ ୧ ଲକ୍ଷ ୮୯ ହଜାର ୪୭୭ ଭୋଟ ପଛରେ।ଏକ ବଡ଼ ବ୍ୟବଧାନ।କଂଗ୍ରେସ ପକ୍ଷରୁ ବିଜୟ ମହାନ୍ତି ୧୬.୩୪% ହାରରେ ୧ ଲକ୍ଷ ୪୫ ହଜାର ୭୮୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।

କଂଗ୍ରେସ ସ୍ଥିତି ତ’ ଦୁର୍ବଳ।ତା’ କଥା ଛାଡ଼ନ୍ତୁ,କିନ୍ତୁ ବିଜେପିକୁ ତ’ ଭୁବନେଶ୍ୱର ଆସନ ହାତେଇବାର ଅଛି?ଅପରାଜିତା ଏବେ ସଙ୍ଗଠନ ଆରମ୍ଭ କରିଦେଇଛନ୍ତି।କିନ୍ତୁ ଗତ ନିର୍ବାଚନ ପରଠାରୁ ବିଜେପି ପୂରା ଶିଥିଳ ପଡ଼ି ଯାଇଥିଲା।ଭୁବନେଶ୍ୱର ସଂସଦୀୟ କ୍ଷେତ୍ର କଥା ଦେଖିଲେ, ନିଜ ସାଂସଦ ପାର୍ଥି ବା ନେତା ଭାବରେ କାର୍ଯ୍ୟକର୍ତ୍ତା କାହାକୁ ଦେଖି ପାରୁନଥିଲେ।୨୦୦୯ରେ ବିଜେଡିରୁ ଟିକେଟ ନ’ପାଇ ଅର୍ଚ୍ଚନା ନାୟକ ବିଜେପିକୁ ଚାଲି ଆସିଲେ।ବିଜେପି ଟିକେଟରେ ଲଢ଼ିଲେ ଏବଂ ହାରିଗଲେ।ନିର୍ବାଚନ ପରେ ପୁଣି କୁଆଡ଼େ ଚାଲିଗଲେ।ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ପୁଅ ହିସାବରେ ଆସି ୨୦୧୪ରେ ଲଢ଼ି ପୃଥ୍ୱୀରାଜ ହାରିଗଲେ।ଗ୍ରହଣୀୟ ହେଲେନି ପୃଥ୍ୱୀରାଜ।ତେଣୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେପି କାର୍ଯ୍ୟକର୍ତ୍ତା କୌଣସି ଚେହେରା ବା ନେତୃତ୍ୱ ପାଉନଥିଲେ।କେବଳ ବିଧାନସଭା କ୍ଷେତ୍ର ଗୁଡ଼ିକରେ ଗୋଷ୍ଠୀ ବିବାଦ ଭିତରେ ନିଜ ନିଜ ସମର୍ଥିତ ନେତାଙ୍କ ଭିତରେ ରହି ଯାଇଥିଲେ।ଏବେ ଏକ ଚେହେରା,ଏକ ନେତୃତ୍ୱ ମିଳି ଯାଇଛି।ଅପରାଜିତାଙ୍କ କାର୍ଯ୍ୟଶୈଳୀରେ ମଧ୍ୟ କାର୍ଯ୍ୟକର୍ତ୍ତା ଉତ୍ସାହିତ ହୋଇ ପଡ଼ିଛନ୍ତି।ତାଙ୍କ ଠାରୁ କାର୍ଯ୍ୟକର୍ତ୍ତା ଏକ ବଡ଼ ଆଶା କରୁଛନ୍ତି।ତା’ ଭିତରେ ଦୃବଳ ସ୍ଥିତି ଏବଂ ଗୋଷ୍ଠୀ ବିବାଦରେ ସଙ୍ଗଠନ ପେଶୀ ହୋଇ ରହିଛି।ବୁଥ ସ୍ତର ଯାଏଁ ସାଙ୍ଗଠନିକ ବୃତ୍ତ ନେଇ ଭୁଲ ତଥ୍ୟ ଆଦି ରହିଛି।ଏହାକୁ ସବୁ ପ୍ରତିହତ କରି ଅପରାଜିତାଙ୍କୁ ୪ ବର୍ଷ ୬ ମାସର କାମ ୬ ମାସରେ ଯେ’ କରିବାର ଅଛି।ପାରିବେ ଅପରାଜିତା?/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.