ଅନେକ ସମସ୍ୟା ମଧ୍ୟରେ ହରିଚନ୍ଦନପୁର ପୋଲିସ ଷ୍ଟେସନ

ହରିଚନ୍ଦନପୁର, ତା ୧୦.୦୧(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପୋଲିସ ଷ୍ଟେସନ ସମସ୍ୟା ଘେରରେ ଗତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅନୁସନ୍ଧାନରୁ ଜଣାପଡିଛି କି ହରିଚନ୍ଦନପୁର ପୋଲିସ ଷ୍ଟେସନରେ ଆବଶ୍ୟକ ଠାରୁ କମ୍ କର୍ମଚାରୀ ଥିବାରୁ ପୋଲିସ ଚୋର ଧରିବାରେ ବାରମ୍ବାର ବିଫଳ ହୋଉଛି। ନିୟମ ଅନୁଯାୟୀ ଏହି ଷ୍ଟେସନରେ ୨ଟି ସବଇନିପେକ୍ଟର ପଦ ଥିବା ବେଳେ ସେଥିରେ ଗୋଟିଏ ପଦ ଖାଲିରହିଛି। ସେହିଭଳି ୪ଟି ଆସିଷ୍ଟାଣ୍ଡ ସବଇନିପେକ୍ଟର ପଦ ଥିବା ବେଳେ ୨ଟି ପଦ ଖାଲି ରହିଛି। ଓ ଗୋଟିଏ ହାବିଲଦାର ୪ଟି କନେଷ୍ଟବଳ ପଦ ଖାଲିରହିଛି ସହ ୨୭ ହୋମଗାର୍ଡ ପଦ ଥିବା ବେଳେ ୭ଟି ପଦ ଖାଲିପଡିଥିବାର ଜଣାପଡିଛି। ୨୦ଟି ହୋମଗାର୍ଡ ମଧ୍ୟରୁ ୨ଟି ହୋମଗାର୍ଡକୁ ଅନ୍ୟତ୍ର ପଠାଇ ଦେଇଥିବାର ସୂଚନା ମିଳିଛି। ହରିଚନ୍ଦନପୁର ବ୍ଲକଟି ମାଓପ୍ରବଣ ଇଲାକା ଭାବେ ପରିଲକ୍ଷିତ ହୋଇଥିବା ବେଳେ ଏହି ପୋଲିସ ଷ୍ଟେସନରେ ନିୟମିତ ଭାବେ କୈାଣସି ପ୍ରକାରର ଫୋର୍ସ ଷ୍ଟେସନ ମଧ୍ୟରେ ନିୟୋଜିତ କରାଯାଇନାହିଁ। ଏବଂ ସ୍ୱଛତା ଦିଗରେ ଏହି ପୋଲିସ ଷ୍ଟେସନ ବହୁତ ପଛରେ ରହିଛି।

ଦୀର୍ଘବର୍ଷ ଧରି ଥାନା ପରିସର ମଧ୍ୟରେ ହଜାର ହଜାର ସଂଖ୍ୟାରେ ଜବତ ହୋଇଥିବା ବାଇକ ଗଦା ହୋଇ ରହିଥିବାର ଦେଖିବାକୁ ମିଳିଛି। ବାଇକ ଗୁଡିକୁ ପ୍ରକୃତ ମାଲିକ ମାନଙ୍କୁ ଫେରାଇବା ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ବିଭିନ୍ନ ଜିଲ୍ଲାର ଏସ୍ପି ମାନଙ୍କୁ କଡା ନିର୍ଦେଶ ହୋଇଥିବାର ଜଣାପଡିଛି। ଦୁର୍ଘଟଣାଗ୍ରସ୍ଥ, ଚୋରୀ, ବିନା କାଗଜପତ୍ର ଥିବା ବାଇକଗୁଡିକ ଥାନା ପରିସର ମଧ୍ୟରେ ରହି ସଙ୍କୁଚିତ ହେଉଛି। ଖରା ବର୍ଷା ଶୀତ କାକରରେ ବାଇକ ଗୁଡିକ ପଡି ଦିନକୁ ଦିନ ନଷ୍ଟ ହେବାକୁ ବସିଛି। ବାଇକରେ ଥିବା ନମ୍ବର କିମ୍ବା ଚେଚିସି ନମ୍ବରକୁ ଆଧାର କରି ଆରଟିଓ କର୍ତ୍ତୃପକ୍ଷ ସହଯୋଗରେ ସଠିକ ମାଲିକର ଠିକଣା ପାଇବା ସହ ବାଇକଗୁଡିକୁ ଫେରାଇବାରେ ସଫଳ ହୋଇପାରନ୍ତେ। କିମ୍ବା ଗାଡି ମାଲିକ ମାନଙ୍କର ସଠିକ୍ ଘର ଠିକଣା ଓ ପ୍ରକୃତ ମାଲିକ ନାମରେ ସରକାରଙ୍କ ତରଫରୁ ଚିଠି ପଠାଇ ଗାଡିଗୁଡିକୁ ଦେବାରେ ପୋଲିସ ବହୁତ ପଛରେ ରହିଛି। ହରିଚନ୍ଦନପୁର ପୋଲିସର ବିଭିନ୍ନ କର୍ମଚାରୀ ପଦ ଖାଲି ଥିବାକୁ ନେଇ ପୋଲିସ ଚୋର ଧରିବାରେ ବାରମ୍ବାର ବିଫଳ ହେଉଥିବାର ଦେଖାଯାଇଛି। ସାଧାରଣତଃ କର୍ମଚାରୀ ଅଭାବକୁ ନଜର କରି ଚୋର ଓ ନାନା ପ୍ରକାରର ମାଫିଆ ସକ୍ରିୟ ହେବାକୁ ଲାଗିଛନ୍ତି। ଏମିତିକି ହରିଚନ୍ଦନପୁର ବଜାର ମଧ୍ୟରୁ ଦୋକାନରୁ ଚୋରୀ, ଅଞ୍ଚଳରୁ ଚନ୍ଦନଗଛ ମାଫିଆ, କଳାପଲସର ଆତଙ୍କ ବଢିବାରେ ଲାଗିଥିବା ବେଳେ ଅଞ୍ଚଳବାସୀ ଭୟରେ ରହୁଥିବାର ଦେଖିବାକୁ ମିଳିଛି। ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଖାଲିଥିବା ପଦଗୁଡିକର କର୍ମଚାରୀ ପୂରଣ କରିବାକୁ ଜନସାଧାରଣ ଓ ଅଞ୍ଚଳବାସୀ ଦାବି କରିଛନ୍ତି।


Leave a Reply

Your email address will not be published. Required fields are marked *