ଅନୁଗୁଳ

ଗରିବ ମହିଳା ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ

ତାଳଚେର, ୪/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଯୁବ ସମାଜସେବୀ ବାପି ମହାନ୍ତି ଜନୈକ ଗରିବ ମହିଳା ରୋଗୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସୂଚନାରୁ ପ୍ରକାଶ, ତାଳଚେର ପୌରପରିଷଦର ୧୦ନମ୍ବର ୱାର୍ଡ଼ର ଲିଲି ବେହେରା (୪୨) ଆଜକୁ ୨୦ବର୍ଷରୁ ଉର୍ଦ୍ଧ୍ୱ ହେବ ଅନୁଗୋଳ ଜିଲ୍ଲାର ବନ୍ତଳା ଅଂଚଳରେ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ହେବା ପରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। ସେବେଠାରୁ ସେ ଦୁଃଖ, ଦୁର୍ଦ୍ଦଶାରେ କାଳ କାଟୁଥିଲେ। ମୃତ ସ୍ୱାମୀଙ୍କର ରୋଜଗାର ଆଗରୁ ସେପରି ସ୍ୱଚ୍ଛଳ ନଥିଲା। ସ୍ୱାମୀ ଆରପାରିକୁ ଚାଲିଯିବା ପରେ ଲିଲିର ଶ୍ୱଶୁରଘର ଲୋକେ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦେବାରୁ ସେ ଛୁଆଙ୍କୁ ଧରି ତାଳଚେର ପୈାରାଂଚଳ ସ୍ଥିତ ତାଙ୍କ ବାପଘରକୁ ପଳାଇ ଆସିଥିଲେ। ତେବେ ଏଠାରେ ତାଙ୍କ ବାପାଙ୍କର ରୋଜଗାର ମଧ୍ୟ ସେତେ ଭଲ ନଥିବାରୁ ଦୁଃଖକଷ୍ଟରେ ଦିନଗୁଡ଼ିକ ଅତିବାହିତ ହେଉଥିଲା। ଏହିପରି ୫ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯିବା ପରେ ତାଙ୍କୁ ହଠାତ୍ ହୃଦଘାତ ଜନିତ ରୋଗ ଆକ୍ରାନ୍ତ କରିଥିଲା। ଚିକିତ୍ସା ନିମନ୍ତେ ତାଙ୍କର ଅର୍ଥ ବାଧକ ସାଜ୍ଜିଥିଲା। ତେବେ ବାପଘର ପକ୍ଷରୁ ଲିଲିଙ୍କୁ ଯଥାସମ୍ଭବ ସାହାଯ୍ୟ କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ପାଇଁ ଅର୍ଥ ବାଧକ ସାଜ୍ଜିଥିଲା। ଉକ୍ତ ଖବର ସମାଜସେବୀ ବାପି ମହାନ୍ତିଙ୍କ ଦୃଷ୍ଟିକୁ ଆସିଥିଲା। ସେ ସ୍ଥାନୀୟ ବଳରାମ କୋଇଲାଖଣିର କିଛି ବଦାନ୍ୟ ବ୍ୟକ୍ତିଙ୍କୁ ରୋଗୀଣା ଲିଲିଙ୍କୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲେ। ଏହାପରେ ଖଣିର କର୍ମଚାରୀ ସୁକୁମାର ମହାନ୍ତ, ମାୟାଧର ଦେହୁରୀ, ପ୍ରକାଶ ଚନ୍ଦ୍ର ଭୂତିଆ, ସୁଧାଂଶୁ ଶେଖର ସାହୁ, ଦଣ୍ଡଧର ସ୍ୱାଇଁ ଓ ବିନୟ ସାହୁ ପ୍ରମୁଖ ନୂତନବର୍ଷରେ ଉକ୍ତ ମହିଳାଙ୍କୁ ଔଷଧ କିଣିବା ପାଇଁ ୪ହଜାର ଟଙ୍କା ସମାଜସେବୀଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top