ଓଡ଼ିଶା

ବନ୍ଦୁକ ମୁନରେ ରାଉରକେଲାରେ ବ୍ୟାଙ୍କ ଡକାୟତି

ରାଉରକେଲା ୧୯/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲାର ବ୍ୟସ୍ତବହୁଳ ମୁଖ୍ୟମାର୍ଗରୁ ଆଜି ସକାଳ ୧୦ଟା ରେ ବନ୍ଦୁକ ମୁନରେ ବ୍ୟାଙ୍କ ଡକାୟତି ସ୍ଥାନିୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି। ରାଉରକେଲା ଷ୍ଟେସନ ଠାରୁ ମାତ୍ର ୫୦ ମିଟର ବ୍ୟବଧାନରେ ମଧୁସୁଦନ ମାର୍ଗ ଠାରେ ଥିବା ଇଣ୍ଡିଆନ ଓଭରସିସ୍ ବ୍ୟାଙ୍କ ଖୋଲିବାର ୫ ମିନିଟ ପରେ ପ୍ରାୟ ୮ରୁ ୧୦ ଜଣ ଲୋକ ବିଭିନ୍ନ ପ୍ରକାର ବନ୍ଦୁକ ସହିତ ବ୍ୟାଙ୍କ ମଧ୍ୟକୁ ପଶି ଆସିବା ସହିତ ଉପସ୍ଥିତ ଗ୍ରାହକ ଓ କର୍ମଚାରୀଙ୍କୁ ବନ୍ଦୁକ ମୁନରେ ଭୟଭିତ କରାଇ ମୋବାଇଲ ନେଇ ଯାଇଥିଲେ। ଏଭଳିକି ପୁରୁଷ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀଙ୍କୁ ନିସ୍ତୁକ ପିଟିଥିଲେ ଓ ଜଣେ ମହିଳାଙ୍କ ସୁନାଚେନ ଛଡାଇ ନେଇଥିବା ମଧ୍ୟ କିଛି ପ୍ରତକ୍ଷ୍ୟଦର୍ଶିଙ୍କ ନିକଟରୁ ଜଣାପଡିଛି। ବ୍ୟାଙ୍କ ମେନେଜରଙ୍କୁ ଡକାୟତ ମାନେ ମାଡମାରି ଲକର ଚାବି ନେଇ ପ୍ରାୟ ୪୪ ଲକ୍ଷ ଟଙ୍କା ଲକରରୁ ଲୁଟି ନେଇଥିବା ଯିବାବେଳେ ଲୁଟପାଟର ରେକଡିଂ କରୁଥିବା ସିସି କେମେରାର ହାର୍ଡ ଡିସ୍କ ମଧ୍ୟ ନେଇଯାଇଛନ୍ତି। ଡକାୟତମାନେ ହିନ୍ଦିରେ କଥା ହେଉଥିବା ବେଳେ ତମ୍ନଧ୍ୟରୁ ଜଣେ ହେଲମେଟ ଓ ଜଣେ ଟୋପି ପିନ୍ଦିଥିବା ବ୍ୟାଙ୍କ କର୍ମଚାରୀଙ୍କ ନିକଟରୁ ଜଣାପଡିଛି। ଘଟଣାର ଖବର ପାଇ ରାଉରକେଲା ଏସପି ଡ. ଉମାଶଙ୍କର ଦାଶ ଓ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ବ୍ୟାଙ୍କରେ ପହଞ୍ଚି ତଦନ୍ତକୁ ତ୍ୱରାନିତ କରିବା ସହିତ ରାଉରକେଲାର ବିଭିନ୍ନ ପ୍ରବେଶ ପଥ ସିଲ କରାଯାଇଥିବା ପୋଲିସ ସୁତ୍ରରୁ ପ୍ରକାଶ। ତେବେ ଓଡିଶା ଓ ଝାରଖଣ୍ଡ ର ସିମାନ୍ତ ଅଞ୍ଚଳ ହୋଇଥିବାରୁ ପୋଲିସ ପଡୋଷି ରାଜ୍ୟର ଡକାୟତ ଥିବା ସନ୍ଦେହ କରୁଥିବାବେଳେ ସକାଳେ ବନ୍ଦୁକ ମୁନରେ ମୁଖ୍ୟମାର୍ଗରେ ବ୍ୟାଙ୍କ ଡକାୟତି ପୋଲିସର ପାରିବାପଣିଆକୁ ପଦାରେ ପକାଇଛି।

 

 

 

 

 

 

 

 

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top