ଓଡ଼ିଶା

ଜନସଧାରଣ ଏକ୍ସପ୍ରେସ ଲାଇନଚ୍ୟୁତ: ଚାରିଟା ବଗି ରେଳ ଧାରଣାରୁ ଖସିଲା

ପାଟନା ୪-୧୧ (ଓଡ଼ିଆ ପୁଅ) ଦାନାପୁର ଷ୍ଟେସନର ପ୍ଲାଟଫର୍ମ ନମ୍ବର ଚାରିରୁ ଦିଲ୍ଲୀ ପାଇଁ ଯାତ୍ରାରମ୍ଭ କରିଥିବା ଜନସଧାରଣ ଏକ୍ସ୍ପେସ ନିୟମିତ ସମୟରେ ଯାତ୍ରାରମ୍ଭ କରିଥିଲା। କିନ୍ତୁ ଟ୍ରେନର ଚାରୋଟି ବଗି ଷ୍ଟେସନ ବାହରେ ଧାରଣାଚ୍ୟୁତ ହୋଇଯାଇଛି। ଏହି ଦୁର୍ଘଟଣା ପରେ ଦିଲ୍ଲୀ ଯିବାକୁଥିବା ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇ ଯାଇଥିଲେ। ଅବଶ୍ୟ ଦୁର୍ଘଟଣାରେ କୌଣସି ଯାତ୍ରୀ ଗମ୍ଭୀର ରୂପରେ ଆହତ ହୋଇନାହାଁନ୍ତି। କିଛି ଯାତ୍ରୀଙ୍କୁ ସାଧାରଣ ଆଗାତ ଲାଗିଛି। ଏହି ଦୁର୍ଘଟଣା ପରେ ଷ୍ଟେସନରେ ଉପସ୍ଥିତ ଜିଆରପି, ଆରପିଏଫ ଏବଂ ରେଳ ଅଧିକାରୀ ସେଠାରେ ପହଁଞ୍ଚିଛନ୍ତି। ଏହି ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ।

ଜନସଧାରଣ ଏକ୍ସ୍ପ୍ରେସ ଡିରେଲ ବଗୀକୁ ହଟାଇବାର କାମ ଆରମ୍ଭ ହୋଇଛି। ଆଶା କରାଯାଉଛି କି ରାତିରେ ଜନସଧାରଣ ଏକ୍ସ୍ପ୍ରେସକୁ ଦିଲ୍ଲୀ ପାଇଁ ଯାତ୍ରାରମ୍ଭ କରିବ। ବର୍ତ୍ତମାନ ଚାରି ନମ୍ବର ପ୍ଲାଟଫର୍ମର ରେଲ ଟ୍ରାକକୁ ବନ୍ଦ କରି ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top