ଅପରାଧ

ହନୁମାନ ପଇସା କାରବାର – ପୁଲିସ ଏସଆଇ ସମେତ ୪ ଗିରଫ

ରାୟଗଡା ୨୦/୦୪ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ହନୁମାନ ଚିତ୍ର ଥିବା ପଇସା ଦେବା ନାମରେ ଆନ୍ଧ୍ରପ୍ରଦେଶର ଜଣେ ବ୍ୟବସାୟ ଟି.ରାଙ୍ଗା ରାଓଙ୍କ ଠାରୁ ୫ ଲକ୍ଷ ୪୫ ହଜାର ଠକେଇ ହୋଇଥିବା ଅଭିଯୋଗ ଆସିଛି। ଅଭିଯୋଗ ପ୍ରକାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଆସାମୀ ଙ୍କ ମଧ୍ୟରୁ ଜଣେ ପୁଲିସ ଏସ.ଆଇ ରୋହିତ ମଲ୍ଲିକ, ଆର.ପ୍ରସାଦ ରାଓ, ରାମା ରାଓ ଓ ଧନୁର୍ଜୟ ବାଗ ରହିଛନ୍ତି। ଅନ୍ୟ ଜଣେ ଷଡଯନ୍ତ୍ରକାରୀ ଅଜିତ ଭାତ୍ରା ଫେରାର ଥିବା ଜଣାପଡିଛି।

୧୮୧୮ ମସିହାର ହନୁମାନ ପଇସା ଦେବାକୁ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶର) ବ୍ୟବସାୟୀ ଟି.ରାଙ୍ଗା ରାଓଙ୍କ ସହ ଏମାନେ କଥାବାର୍ତ୍ତା କରିଥିଲେ। ଫେବ୍ରୃୟାରୀ ମାସରୁ ବର୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ୫ ଲ କ୍ଷ ୪୫ ହଜାର ଟଙ୍କା ଶ୍ରୀ ରାଓ ଙ୍କ ଠାରୁ ନେଇଥିବା ଜଣାପଡିଛି। ଟଙ୍କା ପାଇବା ପରେ ବ୍ୟବସାୟୀଙ୍କୁ ଶ୍ରୀ ରାଓ ଙ୍କୁ ହନୁମାନ ପଇସା ଦେବାରେ ବିଳମ୍ବ କରିବା ସହ ଦିନ ଗଡାଇ ଚାଲିଥିବେ। ଦୀର୍ଘ ୩ ମାସ ପରେ ଠକେଇର ଶୀକାର ହୋଇଥିବା ଜାଣିବା ପରେ ରାଙ୍ଗା ରାଓ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ରାୟଗଡା ଏସ.ପି ରାହୁଲ ପି.ଆର ଓ ଏସଡିପିଓ ରାଜକିଶୋର ଦାସ ଘଟଣାର ତଦନ୍ତ କରିଥିଲେ। ମୋବାଇଲ କଲ ରେକର୍ଡସ ସଂଗ୍ରହ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିଲା। ରାୟଗଡା ଥାନା ଆଇ.ଆଇ.ସି ରବିନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ପୁଲିସର ସ୍ୱତନ୍ତ୍ର ଟିମ ପ୍ରସାଦ ରାଓ, ଉମା ରାଓ, ଧନୁର୍ଜୟ ବାଗ ଓ ରୋହିତ ମଲିକଙ୍କ ଘରେ ଚଢଉ କରି ଗିରଫ କରିଥିଲା। ଗିରଫ ପରେ ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇ.ଆଇ.ସି ସୂଚନା ଦେଇଛନ୍ତି। ଜଣେ ପୁଲିସ କର୍ମଚାରୀ ଏଭଳି ଏକ ଯୋଜନାରେ ସଂପୃକ୍ତ ଥିବାରୁ ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଗିରଫ ହୋଇଥିବା ପୁଲିସ କର୍ମଚାରୀ ଏଥି ପୂର୍ବରୁ ରାୟଗଡା ଥାନା ଓ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top