୧୦ ଜିଲ୍ଲାରେ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ MODI ଉତ୍ସବ

ଭୁବନେଶ୍ୱର ୧୬-୬ (ଓଡ଼ିଆ ପୁଅ) ରାଜ୍ୟର ଆଉ ୧୦ ଜିଲ୍ଲା ସଦର ମହକୁମାରେ ଶୁକ୍ରବାରଠାରୁ MODI ଉତ୍ସବ ଆରମ୍ଭ ହୋଇଛି। ଏହି ସ୍ଥାନଗୁଡିକ ହେଲା – ନୟାଗଡ, କେନ୍ଦ୍ରାପଡା, ଯାଜପୁର, ବାରିପଦା (ମୟୁରଭଞ୍ଜ), ସମ୍ବଲପୁର, ଫୁଲବାଣୀ (କନ୍ଧମାଳ), ନୂଆପଡା, ମାଲକାନଗିରି, ବଲାଙ୍ଗିର, ପଦମପୁର (ବରଗଡ)। ତିନିଦିନ ଧରି ଚାଲୁଥିବା ଏହି ଉତ୍ସବକୁ ଜାତୀୟ ଚଳଚିତ୍ର ଉନ୍ନୟନ ନିଗମ ଆୟୋଜନ କରୁଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡିଏ ସରକାରଙ୍କ ତିନି ବର୍ଷର ସଫଳତା ଏବଂ ନୂଆ ନୂଆ ଜନମଙ୍ଗଳ କାର୍ଯ୍ୟକ୍ରମଗୁଡିକ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ହେଲା MODI ଉତ୍ସବର ମୁଖ୍ୟ ଉଦ୍ଦେଶ। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ ଏହାର ସଫଳ ରୂପାୟନ ସମ୍ପର୍କରେ ପ୍ରଦର୍ଶନୀ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। ଜନ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଠାରୁ ଅଭିମତ ସଂଗ୍ରହ କରାଯାଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯିବ। ଏହାଛଡା ବିଭିନ୍ନ କୁଇଜ୍, ପ୍ରତିଯୋଗୀତା, ଲିଖୋ କାଲ କି କାହାନୀ ଆଦି ଆୟୋଜିତ ହେଉଛି। ଏକ ସୂଚନା ଷ୍ଟଲ ଖୋଲାଯାଇ ଆଗ୍ରହୀ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ଆପ ଡାଉନଲୋଡ ସମ୍ପର୍କରେ ଶିକ୍ଷିତ ଓ ସଚେତନ କରାଯାଉଛି।

MODI ଉତ୍ସବର ମୁଖ୍ୟ ମଂଚରେ ଏକ ବଡ ଟେଲିଭିଜନ ସ୍କ୍ରିନ୍ ମାଧ୍ୟମରେ ନରେନ୍ଦ୍ର ମୋଦୀ ସରକାରଙ୍କ ସଫଳତା ସମ୍ପର୍କରେ କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ରମାନ ପ୍ରଦର୍ଶୀତ ହେଉଛି। ଏଥିପୂର୍ବରୁ ୧୭ଟି ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ MODI ଉତ୍ସବ ଅନୁଷ୍ଠିତ ହୋଇସାରିଛି।

Leave a Reply

Your email address will not be published. Required fields are marked *