୩ ଲୁଟେରା ଗିରଫ : ୧୦ ବାଇକ୍ ଜବତ

ପୁରୀ ୨୪/୪ (ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ)ଏକ ବାଇକ୍ ଚୋରୀ  ର୍ୟାକେଟ୍ ରପର୍ଦ୍ଧାଫାସ୍ କରିଛି କୁମ୍ଭାରପଡ଼ା ଥାନା ପୋଲିସ। ସହରର ବିଭିନନ ସ୍ଥାନରୁ ଚୋରି ଯାଉଥିବା ୧୦ଟି ବାଇକ୍ କୁ ପୋଲିସ ଜବତ କରିବା ସହ ଏହି ଘଟଣାରେ ସଂପୃକ୍ତ ୩ ଜଣ ଯୁବକଙ୍କୁ ଗିରଫ କରିଛି।  ସେମାନେ ହେଲେ ବ୍ରହ୍ମଗିରି ଥାନା ଅନ୍ତର୍ଗତ  ଷଣ୍ଢିଆତଳ ଗ୍ରାମର ୧୯ ବର୍ଷିୟ ବୁଲୁ ଓରଫ ପ୍ରଦ୍ୟୁମ୍ନ ବେହେରା,  ସୁନ୍ଦରାସାହିର ୨୫ବର୍ଷିୟ ସିପୁନ ଓରଫ୍ ବିଶ୍ୱଜି ନାୟକ ଏବଂ ବ୍ରହ୍ମଗିରି ବ୍ଳକ ଛକ  ସିଲୁ ଓରଫ ସୁନୀଲ ନାୟକ। ଥାନାଧିକାରୀଙ୍କ ସୂଚନା ଅନୁଯାୟୀ ଗତ ୨ ମାସ ମଧ୍ୟରେ ଏହି ତିନିଜଣ ଯୁବକ, ବଡ଼ଶଙ୍ଖ, ଡାକ୍ତରଖାନା ଛକ ଏବଂ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରୁ ୧୦ଟି ବାଇକ୍ ଚୋରୀ କରି ନେଇ ଫେରାର ହୋଇଯାଇଥିଲେ।  ୧୦ଟି ଚୋରୀ ବାଇକକୁ ମଧ୍ୟ ଏମାନଙ୍କ ଠାରୁ  ଉଦ୍ଧାର କରାଯାଇଛି।  ଏହି ବାଇକ୍ ମଧ୍ୟରେ ଗୋଟିଏ ପଲସର, ଗୋଟିଏ ହିରୋହଣ୍ଡା ସ୍ପେଣ୍ଡର, ଗୋଟିଏ ହୁଣ୍ଡା ଡ୍ରିମ, ୩ଟି ହିରୋ ଗ୍ଲାମର ଏବଂ ୩ଟି ପ୍ୟାସନ ପ୍ରୋ ବାଇକ୍ ରହିଛି। ଏ   ସଂକ୍ରାନ୍ତରେ ଥାନାରେ  ୮ଟି ମୋକଦ୍ଧମା ଋଜୁ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଦଣ୍ଡବିଧି ଆଇନ ଧାରା ୩୭୯ ଓ ୩୯୪ ଦଫାରେ ମୋକଦ୍ଧମା ଋଜୁ କରାଯାଇ ୩ ଅଭିଯୁକ୍ତଙ୍କୁ କୋର୍ଟ ଜାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *