ad
ଓଡ଼ିଶା

ରଜରେ ବୁଲିବା ହେଲା କାଳ: ପୋଲ ତଳକୁ ବାଇକ ଖସି ତିନି ମୃତ

ବାରିପଦା ୧୪/୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଂଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଦୋରୋଚିପୁର ପୋଲରେ ଏକ ସ୍କୁଟି ବାଡେଇ ହେବା ଫଳରେ ଗାଡ଼ିରେ ବସିଥିବା ତିନି ଜଣ ପୋଲ ତଳେ ଖସିପଡି ମୃତ୍ୟୁ ବରଣ କରିଛନ୍ତି। ମୃତକ ମାନେ ହେଲେ ସ୍ଥାନୀୟ କ୍ଷୀରୋପଦା ଗ୍ରାମର ସୋମନାଥ ସିଂ (୨୦) ପୂଜା ସିଂ (୧୫) ବର୍ଷା ସିଂ (୧୭)। ଘଟଣା ମୁତାବକ ସୋମନାଥ ନିଜର ଦୁଇ ଝିଆରୀଙ୍କୁ ନେଇ ଭୋଳାପୋଖରୀ ଛକକୁ ଆସୁଥିବା ସମୟରେ ଗାଡିର ଭାରସାମ୍ୟ ହରାଇ ପୋଲରେ ପିଟି ହୋଇଥିଲା। ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବଗୁଡିକୁ ଉଦ୍ଧାର କରିବାସହ କୂଆମରା ହସ୍ପିଟାଲକୁ ଆଣିଛି। ଆସନ୍ତା କାଲି ଶବ ବ୍ୟବଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରାଯିବାର ସୂଚନା ମିଳିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top