ଓଡ଼ିଶା

୨୮ ମଇ ସୋମବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜିର ଦିନ ଆମୋଦ-ପ୍ରମୋଦରେ କଟିବ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବାପାଇଁ ଉପଦେଶ ଦିଆଯାଉଛି। ବାଣୀ ଏବଂ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବେ।

ବୃଷ : ଚାକିରି କରୁଥିବା ଲୋକଙ୍କୁ ଯଶ ଏବଂ ସଫଳତା ମିଳିବ। ଆର୍ଥିକ ଲାଭ ହେବ। ମଧ୍ୟାହ୍ନ ପରେ ମନୋରଞ୍ଜନର ଦୁନିଆକୁ ଆପଣ ଯାଇପାରନ୍ତି। ନୂଆ ବସ୍ତ୍ର ଏବଂ ଘର ସମ୍ବନ୍ଧିତ ସାମାନ କିଣିବା ପଛରେ ଧନ ଖର୍ଚ୍ଚ ହୋଇପାରେ। ମାନ-ସମ୍ମାନ ମିଳିବ।

ମିଥୁନ : ଆଜି ଆପଣଙ୍କ ଦିନ ବୌଦ୍ଧିକ କାର୍ଯ୍ୟ ଏବଂ ଚର୍ଚ୍ଚାରେ କଟିବ। ଆପଣ ନିଜର କଳ୍ପନାଶକ୍ତି ଏବଂ ସୃଜନଶକ୍ତିକୁ କାର୍ଯ୍ୟରେ ଜୋଡ଼ିବେ। ଶାରୀରିକ ଏବଂ ମାନସିକ ରୂପରେ ସାବଧାନ ରହିବେ। ଘରେ ଶାନ୍ତିର ବାତାବରଣ ବନି ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷରେ ବିଜୟୀ ହେବେ।

କର୍କଟ : ଶାରୀରିକ ଏବଂ ମାନସିକ ରୂପରେ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ମଧ୍ୟାହ୍ନ ପରେ ଆପଣ ସୁଖ-ଶାନ୍ତିରେ ଅନୁଭବ କରିବେ। ମିତ୍ରମାନଙ୍କଠାରୁ ଲାଭ ହେବ, ଶାରୀରିକ ଫୁର୍ତ୍ତି ଅନୁଭବ ହେବ। ଅଧିକ ବିଚାର ଆପଣଙ୍କ ମନକୁ ବିଚଲିତ କରିପାରେ।

ସିଂହ : ବିଦେଶରୁ ଭଲ ସମାଚାର ମିଳିବ। ଧନ ଲାଭ ହେବ। ନୂଆ କାର୍ଯ୍ୟ ପାଇଁ ଭଲ ସମୟ ଅଟେ। ନିବେଶକାରୀମାନଙ୍କ ପାଇଁ ଦିନ ଲାଭଦାୟୀଅଟେ। ମଧ୍ୟାହ୍ନର ପରେ ଆପଣ ଅଧିକ ସହନଶୀଲ ବନିବେ। ଶାରୀରିକ ସ୍ଵାସ୍ଥ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ।

କନ୍ୟା : ଆଜିର ଦିନ ଆପଣଙ୍କପାଇଁ ଶୁଭ ଫଳଦାୟୀ ଅଟେ। କାର୍ଯ୍ୟରେ ସଫଳତା ମିଳିବ, ଧନ ଲାଭ ହୋଇପାରେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଆନନ୍ଦିତ ରହିବେ। ମଧ୍ୟାହ୍ନ ପରେ କିଛି ଦ୍ୱନ୍ଦ୍ୱ ରହିବ। ଅଧିକ ଖର୍ଚ୍ଚ ହୋଇପାରେ। ବାହନ ସୁଖ ମିଳିବ।

ତୁଳା : ଶାରୀରିକ ଏବଂ ମାନସିକ ରୂପରେ ସଂପୂର୍ଣ୍ଣ ସୁସ୍ଥ ରହିବେ। ବସ୍ତ୍ରାଭୂଷଣ ତଥା ମନୋରଞ୍ଜନ ପଛରେ ଧନ ଖର୍ଚ୍ଚ ହୋଇପାରେ। ମଧ୍ୟାହ୍ନ ପରେ ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି।

ବିଚ୍ଛା : ଆଜି ଶାରୀରିକକ୍ଷେତ୍ରରେ ଉର୍ଜାର ଅଭାବ ଅନୁଭବ କରିବେ। ଧନହାନିର ଆଶଂକା ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଶାରୀରିକ, ମାନସିକ ସ୍ଵାସ୍ଥ୍ୟର ଧ୍ୟାନ ରଖି ପାରିବେ। ଆର୍ଥିକ ବିଷୟଗୁଡ଼ିକର ବ୍ୟବସ୍ଥିତ ରୂପରେ ଆୟୋଜନ କରି ପାରିବେ।

ଧନୁ : ବ୍ୟବସାୟ କ୍ଷେତ୍ରରେ ଆଜି ଆପଣଙ୍କପାଇଁ ଲାଭକାରୀ ଦିନ ଅଟେ। ପାରିବାରିକ ଜୀବନରେ ଆନନ୍ଦର ବାତାବରଣ ରହିବ। ମିତ୍ରମାନଙ୍କ ସହିତ ବାହର ଯିବାକୁ ହେବ। ବ୍ୟାପାରୀ ବର୍ଗଙ୍କୁ ମଧ୍ୟ ଲାଭ ହେବ। ପରନ୍ତୁ ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟଙ୍କ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

ମକର : ଚାକିରିରେ ପ୍ରମୋସନର ଯୋଗ ଅଛି। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନୁକୂଳ ବାତାବରଣ ରହିବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କ ସହିତ ସାକ୍ଷାତକରି ହେବ ଏବଂ ପର୍ଯ୍ୟଟକ ସ୍ଥଳକୁ ଯିବାର ସମ୍ଭାବନା ମଧ୍ୟ ଅଛି। ଆୟରେ ବୃଦ୍ଧି ହେବାର ଯୋଗ ଅଛି। ବ୍ୟାପାରୀ ବର୍ଗଙ୍କୁ ବ୍ୟାପାରରେ ଲାଭ ହେବ।

କୁମ୍ଭ : ନୂଆ କାର୍ଯ୍ୟର ଆଜି ପ୍ରାରମ୍ଭ କରିପାରନ୍ତି। ଧାର୍ମିକ ଯାତ୍ରାର ଆୟୋଜନ ହେବାର ସମ୍ଭାବନା ଅଛି। ବ୍ୟବସାୟରେ ଲାଭର ଅବସର ମିଳିବ। ଟିକେ ସମ୍ଭାଳିକରି ଚାଲିବାକୁ ପଡ଼ିବ। ସ୍ଵାସ୍ଥ୍ୟପ୍ରତି ଧ୍ୟାନ ରଖିବେ। ମାତାଙ୍କ ତରଫରୁ ଲାଭ ହେବ। ଉତ୍ତମ ସୁଖ ପ୍ରାପ୍ତ ହେବ।

ମୀନ : ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ବିଦେଶ ସ୍ଥିତ ମିତ୍ର ତଥା ସ୍ନେହୀଜନମାନଙ୍କଠାରୁ ଭଲ ସମାଚାର ଆପଣଙ୍କୁ ମିଳିବ। ବ୍ୟବସାୟ ସ୍ଥଳ ଉପରେ ସହଯୋଗ ମିଳିବ। କାହା ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top