୨୮ ଜୁନ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଆପଣ ନିର୍ଦ୍ଧାରିତ କାର୍ଯ୍ୟ ସହଜରେ ସମ୍ପୂର୍ଣ୍ଣ କରି ପାରିବେ। ଧାର୍ମିକ ଏବଂ ମାଙ୍ଗଳିକ ମୁହୂର୍ତ୍ତ ଉପସ୍ଥିତ ହେବ। ତୀର୍ଥଯାତ୍ରାର ଯୋଗ ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କ୍ରୋଧର କାରଣରୁ ଅପିସ୍ କିମ୍ବା ଘରେ ମନମାଳିନ୍ୟ ହେବାର ଆଶଙ୍କା ରହିବ।

ବୃଷ : ହାତକୁ ନେଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାଯୋଗୁଁ ହତାଶା ଅନୁଭବ କରିପାରନ୍ତି। ସମୟରେ କାର୍ଯ୍ୟରେ ସଫଳତା ମିଳିବ। ଖାଇବା ପିଇବା ଏବଂ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ସମୟ ଉଚିତ ନୁହେଁ। ଅଫିସ୍ କିମ୍ବା ବ୍ୟବସାୟରେ ଅତ୍ୟଧିକ କାର୍ଯ୍ୟର କାରଣରୁ ଥକା ଲାଗିବ।

ମିଥୁନ : ଦିନର ଆରମ୍ଭ ଭଲ ରହିବ। ମିତ୍ରମାନଙ୍କ ସହିତ ପାର୍ଟୀ, ପିକନିକର ଆୟୋଜନ କରିପାରନ୍ତି। ନୂଆ କପଡ଼ା, ଗହଣା ଏବଂ ବାହନ କ୍ରୟର ଯୋଗ ଅଛି। ମନ ଆନନ୍ଦପୂର୍ଣ୍ଣ ରହିବ। ସାର୍ବଜନିକ ଜୀବନରେ ସମ୍ମାନ ମିଳିବ। ବ୍ୟାପାରରେ ଭାଗିଦାରୀଙ୍କ ଠାରୁ ଲାଭ ହେବ।

କର୍କଟ : ଆଜିର ଦିନ ଆପଣଙ୍କୁ ଚିନ୍ତା ରହିତ ଏବଂ ଖୁସି ମିଳିବ। ପାରିବାରିକ ସଦସ୍ୟମାନଙ୍କ ସହିତ ବିଶେଷ ସମୟ ବିତାଇବେ। କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବ। ଚାକିରିକରୁଥିବା ଲୋକମାନଙ୍କୁ ଚାକିରିରେ ଲାଭ ହେବ। ସହକର୍ମିମାନଙ୍କର ସହଯୋଗ ମିଳିବ। ସ୍ଵାସ୍ଥ୍ୟ ଭଲ ରହିବ।

ସିଂହ : ଆଜିର ଦିନ ଆପଣ ହୃଦୟ ଏବଂ ମନରେ ସୁସ୍ଥ ରହିବେ। ସାହିତ୍ୟରେ ଆପଣଙ୍କ ରୁଚି ରହିବ, ଲେଖନ କାର୍ଯ୍ୟ କରିପାରନ୍ତି। ପ୍ରିୟ ବ୍ୟକ୍ତିଙ୍କର ସହିତ ସାକ୍ଷାତକରି ଖୁସି ରହିବେ। ସନ୍ତାନମାନଙ୍କର ପ୍ରଗତିର ସମାଚାର ମିଳିବ। ବିଦ୍ୟାର୍ଥିମାନଙ୍କପାଇଁ ବହୁତ ଭଲ ଯୋଗ ଅଛି।

କନ୍ୟା : ଆଜି କିଛି ମାମଲାରେ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟ ହାଲୁକା ନରମ ରହିବ। ମାତାଙ୍କ ସହିତ ସମ୍ବନ୍ଧରେ ଚିନ୍ତା ହୋଇପାରେ। ସ୍ଵଜନମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ। ସ୍ଵାଭିମାନ ଭଙ୍ଗ ନ ହେଉ ଧ୍ୟାନ ରଖିବେ।

ତୁଳା : ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଦିନ ଅନୁକୂଳ ଅଟେ। ଭାଗ୍ୟବୃଦ୍ଧି ଏବଂ ଧନଲାଭର ସମ୍ଭାବନା ଅଛି। ପାରିବାରିକ କିମ୍ବା ବ୍ୟାବହାରିକ କାର୍ଯ୍ୟରେ ବାହରକୁ ଯାତ୍ରା କରିବାକୁ ପଡ଼ିପାରେ। ନିକଟସ୍ଥ ସ୍ଥାନକୁ ଧାର୍ମିକ ଯାତ୍ରାର ସଫଳ ଆୟୋଜନ ହେବ।

ବିଚ୍ଛା : ପରିବାରରେ ସୁଖ-ଶାନ୍ତି ରହିବ। ପରିଜନ ଏବଂ ମିତ୍ରମାନଙ୍କ ଆଗମନ ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚ ହୋଇପାରେ। ବାଣୀର ପ୍ରଭାବରୁ ଅନ୍ୟ ଲୋକମାନଙ୍କୁ ମୋହିତ କରି ପାରିବେ। ଧନ ଲାଭ ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସଫଳତା ମିଳିବ।

ଧନୁ : ସନ୍ତାନମାନଙ୍କର ସ୍ଵାସ୍ଥ୍ୟରେ ସୁଧାର ଏବଂ ପାଠପଢ଼ାରେ ସଫଳତା ପାଇଁ ଉତ୍ତମ ସମୟ ଅଟେ। ବିଦେଶ ବ୍ୟାପାରରେ ଲାଭ ହେବ। ଆପଣଙ୍କ ହାତରେ ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟ ହେବ। ସ୍ନେହୀଜନ ଏବଂ ମିତ୍ରମାନଙ୍କର ମିଳନ ଆନନ୍ଦପ୍ରଦ ହେବ। ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ତରଫରୁ ସୁଖ ମିଳିବ।

ମକର : ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଅସୁବିଧା ହୋଇପାରେ। ବ୍ୟବସାୟରେ ସରକାରଙ୍କର ହସ୍ତକ୍ଷେପ ବଢ଼ିବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ। ଆଧ୍ୟାତ୍ମିକ ଏବଂ ଧାର୍ମିକ ବ୍ୟବହାରରେ ବୃଦ୍ଧି ହେବ। ବାମ ଆଖିରେ ଅସୁବିଧା ଏବଂ ଯନ୍ତ୍ରଣାର ଆଶଂକା ଅଛି। ସ୍ତ୍ରୀ ତଥା ସନ୍ତାନଙ୍କର ଚିନ୍ତା ରହିବ।

କୁମ୍ଭ : ମାଙ୍ଗଳିକ କାର୍ଯ୍ୟ ଏବଂ ନୂଆ କାର୍ଯ୍ୟଗୁଡ଼ିକର ଆୟୋଜନ କରିବା ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ। ଅବିବାହିତମାନଙ୍କର ବିବାହର ପ୍ରସଙ୍ଗ ବନିବ। ଜୀବନସାଥୀ ଏବଂ ସନ୍ତାନମାନଙ୍କଠାରୁ ଶୁଭ ସମାଚାର ପ୍ରାପ୍ତ ହେବ। ଗୃହସ୍ଥ ଜୀବନ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ସନ୍ତୋଷର ଭାବନାର ଅନୁଭବ ହେବ।

ମୀନ : ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସଫଳତା ପୂର୍ବକ ସମ୍ପର୍ଣ୍ଣ ହେବ। ଚାକିରି ଏବଂ ବ୍ୟବସାୟରେ ପ୍ରମୋଶନ ଏବଂ ବୃଦ୍ଧି ହେବ। ବ୍ୟାପାରିମାନଙ୍କ ରୋକିଥିବା ଧନ ମିଳିବ। ପିତା ତଥା ବୃଦ୍ଧବର୍ଗଙ୍କଠାରୁ ଲାଭ ହେବ। ଆର୍ଥିକ ଲାଭ ଏବଂ ପରିବାରରେ ଆନନ୍ଦ ରହିବ। ସରକାରଙ୍କର ତରଫରୁ ଲାଭ ମିଳିବ।

Leave a Reply

Your email address will not be published. Required fields are marked *