୨୫ ଜୁନ, ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ସୁଖମୟ ଦାମ୍ପତ୍ୟ ଜୀବନ ସହିତ ବାହରକୁ ବୁଲିବାକୁ ଯିବାର ଯୋଗ ଅଛି। ବ୍ୟାପାରିମାନଙ୍କୁ କ୍ରୟରେ ଲାଭ ଏବଂ ସଫଳତା ମିଳିବ। ଆପଣଙ୍କ ହଜି ଯାଇଥିବା ବସ୍ତୁ ମିଳିବାର ସମ୍ଭାବନା ଅଛି। ପ୍ରିୟ ବ୍ୟକ୍ତିଙ୍କ ସହିତ ପ୍ରେମର ସୁଖଦ ଅନୁଭବ ପ୍ରାପ୍ତ ହେବ।

ବୃଷ : ଆଜିର ଦିନ ଶୁଭଫଳ ଦାୟକ ପ୍ରମାଣିତ ହେବ। ନିର୍ଦ୍ଧାରିତ କାର୍ଯ୍ୟ ସଫଳତା ପୂର୍ବକ ସମ୍ପୂର୍ଣ୍ଣ ହେବ। ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶାରୀରିକ, ମାନସିକ ସୁସ୍ଥତା ରହିବ। ଆର୍ଥିକ ଲାଭ ହେବ। ଆଇଘର ତରଫରୁ ଆନନ୍ଦପୂର୍ଣ୍ଣ ସମାଚାର ମିଳିବ। ସ୍ଵାସ୍ଥ୍ୟ ଅନୁକୂଳ ରହିବ।

ମିଥୁନ : ଆଜି ସନ୍ତାନ ଏବଂ ଜୀବନସାଥୀଙ୍କ ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତା ହୋଇପାରେ। ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ନ ପଡ଼ିଲେ, ହିତରେ ରହିବେ। ମହିଳା ମିତ୍ରମାନଙ୍କ ଦ୍ଵାରା ଖର୍ଚ୍ଚ କିମ୍ବା କ୍ଷତିଗ୍ରସ୍ତ ହେବାର ଆଶଂକା ଅଛି। ପେଟ ସମ୍ବନ୍ଧିତ ରୋଗରେ ଯନ୍ତ୍ରଣା ହେବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଏବଂ ଯାତ୍ରା ଆଜି କରନ୍ତୁନାହିଁ।

କର୍କଟ : ଶାରୀରିକ-ମାନସିକ ଅସୁସ୍ଥତା ଅନୁଭବ ହୋଇପାରେ। ଛାତିରେ ଯନ୍ତ୍ରଣା କିମ୍ବା କୌଣସି କାରଣରୁ ପରିବାରରେ ଅଶାନ୍ତି ହୋଇପାରେ। କୌଣସି ମହିଳାଙ୍କ ସହିତ ମନମାଳିନ୍ୟ ଏବଂ ଯୁକ୍ତି ହେବାର ଆଶଂକା ଅଛି। ସାର୍ବଜନିକ ରୂପରେ ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ।

ସିଂହ : କାର୍ଯ୍ୟରେ ସଫଳତା ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟର ନିଶା ଆପଣଙ୍କର ମୁଣ୍ଡରେ ରହିବ, ପ୍ରସନ୍ନତା ଅନୁଭବ କରିବେ। ଭାଇ-ଭଉଣୀମାନଙ୍କ ସହିତ ମିଶି ଘରେ କୌଣସି ଆୟୋଜନ କରିବେ। ସ୍ଵାସ୍ଥ୍ୟ ଉତ୍ତମ ରହିବ। ଆର୍ଥିକ ଲାଭ ମିଳିବ, ପ୍ରିୟଜନମାନଙ୍କର ସାକ୍ଷାତ ହେବ।

କନ୍ୟା : ପରିବାରରେ ଆଜି ଆନନ୍ଦର ବାତାବରଣ ରହିବ। ବାଣୀର ମଧୁରତା ଏବଂ ନ୍ୟାୟପ୍ରିୟ ବ୍ୟବହାରରେ ଆପଣ ଲୋକପ୍ରିୟତା ପ୍ରାପ୍ତ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ମିଷ୍ଟାନ୍ନ ଭୋଜନ ମିଳିବ। ବିଦ୍ୟାର୍ଥିମାନଙ୍କପାଇଁ ବିଦ୍ୟାଧ୍ୟୟନ ପାଇଁ ଅନୁକୂଳ ସମୟ ଅଟେ।

ତୁଳା : ନିଜର କଳାତ୍ମକ କ୍ଷମତାକୁ ନିଖାରିବାକୁ ପ୍ରୟାସ କରନ୍ତୁ। ଆପଣଙ୍କ ରଚନାତ୍ମକ ଯୋଗ୍ୟତା କାରଣରୁ ଆପଣ ପ୍ରଶଂସା ପ୍ରାପ୍ତ କରି ପାରିବେ। ଶାରୀରିକ, ମାନସିକ ସୁସ୍ଥତା ବନି ରହିବ। ମନୋରଞ୍ଜନର ପ୍ରବୃତ୍ତିରେ ସାଙ୍ଗ ତଥା ପରିଜନମାନଙ୍କ ସହିତ ଭାଗ ନେବେ। ଆର୍ଥିକ ଲାଭ ହେବ।

ବିଚ୍ଛା : ଆମୋଦ-ପ୍ରମୋଦ, ମନୋରଞ୍ଜନ ପଛରେ ଧନ ବ୍ୟୟ ହୋଇପାରେ। ମାନସିକ ଚିନ୍ତା ଏବଂ ଶାରୀରିକ କଷ୍ଟର କାରଣରୁ ଚିନ୍ତିତ ହୋଇପାରନ୍ତି। କଥାବାର୍ତ୍ତାରେ କାହା ସହିତ ଭୁଲ ବୁଝାବଣା ନ ହେଉ, ଏହାର ବିଶେଷ ଧ୍ୟାନ ରଖିବେ। କ୍ରୋଧ ଏବଂ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବେ।

ଧନୁ : ଆର୍ଥିକ, ସାମାଜିକ ଏବଂ ପାରିବାରିକ ଦୃଷ୍ଟିରୁ ଆପଣଙ୍କପାଇଁ ଆଜିର ଦିନ ଲାଭଦାୟୀ ଅଟେ। ଗୃହସ୍ଥ ଜୀବନର ଆନନ୍ଦ ଆପଣ ପ୍ରାପ୍ତ କରି ପାରିବେ। ପ୍ରେମର ସୁଖଦ ଅନୁଭୂତି ହେବ। ମିତ୍ରମାନଙ୍କ ସହିତ କୌଣସି ରମଣୀୟ ସ୍ଥଳକୁ ବୁଲିବାକୁ ଯାଇପାରନ୍ତି। ଜୀବନସାଥୀ ଖୋଜୁଥିବା ଲୋକଙ୍କ ପାଇଁ ବିବାହର ଯୋଗ ଅଛି।

ମକର : ବ୍ୟାପାର କ୍ଷେତ୍ରରେ ଲାଭ ହେବ। ଅସୂଲ, ଯାତ୍ରା, ଆୟ ଆଦି ପାଇଁ ଶୁଭ ଦିନ ଅଟେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ କିମ୍ବା ଚାକିରିରେ ଉଚ୍ଚ ପଦାଧିକାରିମାନଙ୍କ ଦ୍ଵାରା ଆପଣଙ୍କ କାମର ପ୍ରଶଂସା ହେବ। ପ୍ରମୋସନର ସମ୍ଭାବନା ବଢ଼ିବ। ପିତାଙ୍କଠାରୁ ଲାଭ ହେବ। ମାନ ସମ୍ମାନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ।

କୁମ୍ଭ : ଆଜି ଆଳସ୍ୟ ଅନୁଭବ କରିପାରନ୍ତି। ମାନସିକ ସୁସ୍ଥତା ବନାଇ ରଖିବେ। ଶରୀରରେ ଫୂର୍ତ୍ତିର ଅଭାବ ହୋଇପାରେ। ଅଫିସ୍ ତଥା କାମ-କାର୍ଯ୍ୟର ଜାଗା ଉଚ୍ଚ ପଦାଧିକାରିମାନଙ୍କର ଅସନ୍ତୋଷ ହୋଇପାରେ। କିଛି ଲୋକଙ୍କର ଲମ୍ବା ଯାତ୍ରାର ସଂଯୋଗ ବନିବ। ବିଦେଶରୁ ଭଲ ସମାଚାର ମିଳିପାରେ।

ମୀନ : ସ୍ଵାସ୍ଥ୍ୟ ସମ୍ବନ୍ଧରେ ବିଶେଷ ଧ୍ୟାନ ଦେବେ। ଅଚାନକ ଧନ ଖର୍ଚ୍ଚ ହୋଇପାରେ। କାମକାର୍ଯ୍ୟରେ ଆପଣଙ୍କୁ ଟିକେ ପ୍ରତିକୂଳତା ଅନୁଭବ କରିବାକୁ ପଡ଼ିପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟର ଆଶଂକା ଅଛି।

Leave a Reply

Your email address will not be published. Required fields are marked *