Home Top News ୨୫ ଅଗଷ୍ଟ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

୨୫ ଅଗଷ୍ଟ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

284

ମେଷ : ସ୍ଵଭାବରେ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଶାରୀରିକ ତଥା ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। କମ ସଫଳତା ମିଳିବାରୁ ନିରାଶା ହୋଇପାରନ୍ତି। ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ କରିବା ପାଇଁ ବହୁତ ଭଲ ଯୋଗ ଅଛି। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ବାଦ-ବିବାଦରେ ପଡ଼ନ୍ତୁ ନାହିଁ।

ବୃଷ : ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ଵାସ ଏବଂ ଅଟଳ ମନୋବଳର ସହିତ କରନ୍ତୁ, ନିଶ୍ଚିତ ସଫଳତା ମିଳିବ। ପିତା କିମ୍ବା ପୈତୃକ ସଂପତ୍ତିରେ ଲାଭ ହେବ। ସରକାରଙ୍କଠାରୁ ଆର୍ଥିକ ଲାଭ ହେବ। ବିଦ୍ୟାର୍ଥୀମାନେ ନିଜର ପଢ଼ାରେ ଭଲ ପ୍ରଦର୍ଶନ କରିବେ। ଖେଳକୁଦ ଏବଂ କଳା କ୍ଷେତ୍ରରେ କଲାକାରମାନଙ୍କୁ ନିଜର ପ୍ରତିଭା ଦର୍ଶାଇବାପାଇଁ ମୌକା ମିଳିବ। ସନ୍ତାନମାନଙ୍କ କାମରେ ଖର୍ଚ୍ଚ ହୋଇପାରେ।

ମିଥୁନ : ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଶୁଭ ଦିନ ଅଟେ। ଚାକିରିପେଶା ଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କ ତଥା ସରକାରଙ୍କ ତରଫରୁ ପରିଶ୍ରମର ଭଲ ଫଳ ମିଳିବ। ଭାଇ-ଭଉଣୀମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ। ଭାଗ୍ୟବୃଦ୍ଧି ହେବ। ଆପଣ ସଚେତ ରୁହନ୍ତୁ। ଯାତ୍ରାର ସଂଭାବନା ଅଛି, ସେଥିରେ ଲାଭ ମଧ୍ୟ ହେବ।

କର୍କଟ : ଭୁଲ ବୁଝାବଣା ଏବଂ ନକାରାତ୍ମକ ବ୍ୟବହାର ଆପଣଙ୍କ ଚିତ୍ତରେ ଗ୍ଲାନିର ଭାବ ସୃଷ୍ଟି କରିବ। ସ୍ଵାସ୍ଥ୍ୟରେ ବିଶେଷରୂପରେ ଆଖିରେ ଅସୁବିଧା ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବ। କାମରେ ସନ୍ତୋଷର ଭାବନା ଆସିବ। ଧନ ଖର୍ଚ୍ଚ ହେବ। ଅନୈତିକ ପ୍ରବୃତ୍ତିଗୁଡ଼ିକର ସୃଷ୍ଟି ହେଲେ ମନକୁ ନିୟନ୍ତ୍ରଣରେ ରଖିବାପାଇଁ ଉପଦେଶ। ବିଦ୍ୟାର୍ଥିମାନଙ୍କ ପାଇଁ ବିଦ୍ୟାଭ୍ୟାସରେ ନିର୍ଦ୍ଧାରିତ ସଫଳତା ମିଳିବ ନାହିଁ।

ସିଂହ : ମଉଜ-ମସ୍ତୀ ଏବଂ ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କ ବିଶେଷ ରୁଚି ରହିବ। ପିତା ତଥା ବରିଷ୍ଠ ନାଗରୀକମାନଙ୍କ ସହଯୋଗ ପ୍ରାପ୍ତ କରିବେ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଆପଣଙ୍କ ସ୍ଵଭାବରେ କ୍ରୋଧ ଏବଂ ବ୍ୟବହାରରେ ଉଗ୍ରତା ରହିବ, ଏହା ଉପରେ ଅଂକୁଶ ରଖିବାକୁ ଉପଦେଶ। ମୁଣ୍ଡବ୍ୟଥା ତଥା ପେଟ ସମ୍ବନ୍ଧୀତ ଅଭିଯୋଗ ହୋଇପାରେ। ଦାମ୍ପତ୍ୟଜୀବନରେ ମିଳାମିଶା ରହିବ।

କନ୍ୟା : ଆଜି ଆପଣଙ୍କ ଅହଂକାରର କାରଣରୁ ଝଗଡ଼ା ହେବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନ କଟିବ। ସ୍ଵଭାବରେ ଉତ୍ତେଜନାଯୋଗୁଁ କାମ ବିଗିଡ଼ିବାର ଆଶଂକା ଅଛି। ମିତ୍ରମାନଙ୍କ ସହିତ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାର ଅବସର ଆସିବ।

ତୁଳା : ଗୃହସ୍ଥ ଜୀବନରେ ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ। ଆୟ ବୃଦ୍ଧିର ଯୋଗ ଅଛି। ଅଫିସ୍, ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ବାତାବରଣ ରହିବ। ପ୍ରମୋସନ ମିଳିବାରର ସଂକେତ ଅଛି। ପାରିବାରିକ ସଦସ୍ୟ ତଥା ମିତ୍ର ମାନଙ୍କ ସହିତ ଖୁସି ରହିବେ। ଆନନ୍ଦଦାୟକ ପର୍ଯ୍ୟଟନ ହେବ। ବ୍ୟାପାର ବର୍ଗଙ୍କୁ ଲାଭଦାୟକ ବ୍ୟାପାର ହେବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।

ବିଚ୍ଛା : ଜରନ୍ନାଥଙ୍କର କୃପାରୁ ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ଗୃହସ୍ଥ ଜୀବନରେ ଆନନ୍ଦ ଏବଂ ସନ୍ତୋଷର ଅନୁଭବ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ସମାଜରେ ମାନ-ସମ୍ମାନ ମିଳିବ। ଉଚ୍ଚ ପଦାଧିକାରି ଏବଂ ବରିଷ୍ଠ ନାଗରୀକମାନଙ୍କ କୃପା ଆପଣ ଉପରେ ରହିବ। ସନ୍ତାନମାନଙ୍କର ସନ୍ତୋଷଜନକ ପ୍ରଗତିରେ ଆନନ୍ଦ ଅନୁଭବ ହେବ।

ଧନୁ : ଶରୀରରେ ଆଳସ୍ୟ, ଏବଂ ଅଣନିଶ୍ୱାସୀ ହୋଇପାରେ। ସ୍ଵାସ୍ଥ୍ୟ ନରମ-ଗରମ ରହିବ। କୌଣସି ବିଷୟରେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପରିଶ୍ରମରେ ଶେଷରେ ସବୁ ଠିକ ହୋଇଯିବ। ସନ୍ତାନମାନଙ୍କ ବିଷୟରେ ଟିକେ ଚିନ୍ତା ହୋଇପାରେ। ଚାକିରି-ଧନ୍ଦାରେ ଉଚ୍ଚ ପଦାଧିକାରିମାନଙ୍କର କ୍ରୋଧର ଶିକାର ହୋଇପାରନ୍ତି। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦକୁ ଟାଳିବାକୁ ଚେଷ୍ଟା କରନ୍ତୁ।

ମକର : ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଅଚାନକ ଧନ ଖର୍ଚ୍ଚ ହୋଇପାରେ। ଚିକିତ୍ସାରେ ଖର୍ଚ୍ଚ ହେବାର ଆଶଂକା ଅଛି। ବ୍ୟାପାରରେ ଭାଗିଦାରୀମାନଙ୍କ ସହିତ ଆନ୍ତରିକ ମତଭେଦ ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ସାହିତ୍ୟ ଏବଂ କଳା କ୍ଷେତ୍ରରେ କିଛି ନୂଆ ସୃଜନ କରିବାର ପ୍ରେରଣା ମିଳିବ। ପ୍ରେମୀଜନ ଏବଂ ପ୍ରିୟ ବ୍ୟକ୍ତିମାନଙ୍କ ସହିତ ମିଳନ ତଥା ସାକ୍ଷାତ ସମ୍ଭବ।

କୁମ୍ଭ : ପ୍ରଣୟ, ରୋମାନ୍ସ, ଯାତ୍ରା, ପର୍ଯ୍ୟଟନ ଏବଂ ମନୋରଞ୍ଜନରେ ଆପଣଙ୍କ ଆଜିର ଦିନ କଟିବ। ମିତ୍ରମାନଙ୍କ ସହିତ ଭୋଜନ କରିବାର ଅବସର ଆସିବ। ବସ୍ତ୍ରାଭୂଷଣ ଏବଂ ବାହନ ପ୍ରାପ୍ତିର ଯୋଗ ଅଛି। ଭାଗିଦାରୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ। ସାର୍ବଜନିକ ଜୀବନରେ ନାମ ଏବଂ ପ୍ରତିଷ୍ଠା ପ୍ରାପ୍ତି ହେବ। ଦୃଢ଼ ଆତ୍ମ ବିଶ୍ଵାସ ଯୋଗୁଁ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଜଗନ୍ନାଥଙ୍କର ଆଶୀର୍ବାଦ ଆପଣଙ୍କ ସହିତ ଅଛି।

ମୀନ : ଦୈନିକ କାର୍ଯ୍ୟ ବିନା କୌଣସି ଅବରୋଧରେ ସମ୍ପୂର୍ଣ୍ଣ ହେବ। ଘରେ ସୁଖ-ଶାନ୍ତି ଙ୍କର ବାତାବରଣ ରହିବ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖି ସମ୍ଭାଳିକରି କାର୍ଯ୍ୟ କରିବା ପାଇଁ ଉପଦେଶ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ। ସହକର୍ମିମାନଙ୍କର ସହଯୋଗ ଆପଣଙ୍କ ବ୍ୟବସାୟ କ୍ଷେତ୍ରର କାର୍ଯ୍ୟକୁ ସରଳ ବନାଇବ। ମାମୁଁଘର ତରଫରୁ ଲାଭ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.