ଓଡ଼ିଶା

ସଂକ୍ଷେପରେ ତାଜା ଖବର: ସିଦ୍ଧାରମୈୟାଙ୍କ ଝଟକା ୨୫ଜଣ କଂଗ୍ରେସ ନେତା ଜେଡି(ଏସ) ରେ ସାମିଲ ହେଲେ

କର୍ଣ୍ଣାଟକ/ନୂଆଦିଲ୍ଲୀ ୪-୪ (ଓଡ଼ିଆ ପୁଅ) କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକ ଉଷ୍ମତାର ମହଲ। ଆଜି ସିଦ୍ଧାରମୈୟାଙ୍କର ୨୫ଜଣ କଂଗ୍ରେସ ନେତା ଜେଡି(ଏସ) ରେ ସାମିଲ ହେଲେ। ଅନ୍ୟପକ୍ଷରେ, ଦୁଇଜଣ ଜେଡି(ଏସ), ଜଣେ କଂଗ୍ରେସ ଏବଂ ଜଣେ ନିର୍ଦ୍ଦଳୀୟ ନେତା ଶିଘ୍ର ହିଁ ବିଜେପିରେ ଯୋଗ ଦେବେ ବୋଲି ଖବର ମିଳିଛି। କର୍ଣ୍ଣାଟକ ଗସ୍ତରେ ପ୍ରଥମ ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟେଦୁରପ୍ପାଙ୍କର ଗଡ଼ ଶିମୋଗା ଯାଇଥିଲେ ସେ ଆଜି ଦେବନଗରୀରେ ବ୍ଲକ କଂଗ୍ରେସ ଅଧ୍ୟକ୍ଷମାନଙ୍କ ସହିତ ସାକ୍ଷାତକରିବେ ଏବଂ ତା’ ପରେ ରାହୁଲ ଲିଙ୍ଗାୟତ ଏବଂ ଦଲିତ ବହୁଳ କ୍ଷେତ୍ର ଚିତ୍ରଦୁର୍ଗର ହୋଲାଲକିରୀରେ ସାଧାରଣ ସଭାରେ ଭାଷଣ ଦେବେ। ତା’ ପରେ ରାହୁଲ ଗାନ୍ଧୀ ତୁଙ୍କୁର ଯିବେ। ଯେଉଁଠାରେ ସିଦ୍ଧଗଙ୍ଗା ମଠରେ ଏକ ହଜାର ଏକ ପରମପୂଜ୍ୟନୀୟ ଲିଂଗାଯତ ସନ୍ଥ ଶିବକୁମାର ସ୍ଵାମୀଙ୍କୁ ସାକ୍ଷାତକରିବେ। କଂଗ୍ରେସ ଅଧ୍ୟକ୍ଷ କର୍ଣ୍ଣାଟକରେ ପ୍ରାୟତଃ ୭୦ ପ୍ରତିଶତ ଜିଲ୍ଲା ଯାଇସାରିଲେଣି ଏବଂ ୨୦୦୦ କିଲୋମିଟରର ଯାତ୍ରା କରିସାରିଲେଣି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top