ଓଡ଼ିଶା

୨୩ ସେପ୍ଟେମ୍ବର ରବିବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଉଗ୍ର ସ୍ଵଭାବ ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ଏବଂ ମାନସିକ ସ୍ତରରେ ଶିଥିଳତା ଅନୁଭବ କରିବେ। ଅଧିକ ପରିଶ୍ରମ ପରେ ମଧ୍ୟ ଅଳ୍ପ ସଫଳତା ପ୍ରାପ୍ତ ହେବ। ସନ୍ତାନମାନଙ୍କର ବିଷୟରେ ମଧ୍ୟ ଆପଣଙ୍କୁ ଚିନ୍ତା ରହିବ। ବ୍ୟସ୍ତତା ଯୋଗୁଁ ପରିଜନମାନଙ୍କ ଉପରେ କମ ଧ୍ୟାନ ଦେଇ ପାରିବେ। ଉଦର ରୋଗରେ ପେଟରେ ଯନ୍ତ୍ରଣାର ଆଶଂକା ଅଛି। ଯାତ୍ରା ଯଦି ହୁଏ ତେବେ ଆଜି ଟାଳିବାକୁ ଚେଷ୍ଟା କରିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ପ୍ରାପ୍ତ ହେବ।

ବୃଷ : ଆଜି ଆପଣଙ୍କ ମନୋବଳ ଉଚ୍ଚା ରହିବା ସହିତ ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ୍ଣ ରହିବେ। ମା’ଘରୁ ଲାଭଦାୟୀ ସମାଚାର ପ୍ରାପ୍ତ ହେବ। ପାଠପଢ଼ାରେ ବିଦ୍ୟାର୍ଥିମାନଙ୍କର ରୁଚି ରହିବ। ସରକାରୀ କ୍ଷେତ୍ରରେ ଲାଭ ହେବ ତଥା ଆର୍ଥିକ ବ୍ୟବହାରରେ ସଫଳତା ପ୍ରାପ୍ତ ହେବ। ସନ୍ତାନମାନଙ୍କ ପଛରେ ଖର୍ଚ୍ଚ ହେବ।

ମିଥୁନ : ନୂଆ ପରିଯୋଜନାର ପ୍ରାରମ୍ଭ କରିବା ପାଇଁ ଆଜି ଦିନ ଶୁଭ ଅଟେ। ସରକାରଙ୍କର ତରଫରୁ ଲାଭ ହେବାର ମଧ୍ୟ ସମ୍ଭାବନା ଅଛି। ବ୍ୟବସାୟ କିମ୍ବା ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଉପର ଅଧିକାରୀମାନଙ୍କ ସାଥି ପ୍ରାପ୍ତ ହେବ। ବୈଚାରିକ ରୂପରେ ଆପଣଙ୍କର ଶୀଘ୍ର ପରିବର୍ତ୍ତନ ଆସିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ।

କର୍କଟ : ଆଜି ନକାରାତ୍ମକ ମାନସିକତା ସହିତ ବ୍ୟବହାର ନ କରିବାକୁ ଉପଦେଶ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥ ରହିବେ। ମନରେ ଦୁଃଖ ଏବଂ ଅସନ୍ତୋଷର ଭାବନା ରହିବ। ଆଖିରେ ପୀଡ଼ା ହେବାର ଆଶଂକା ଅଛି। ପାରିବାରିକ ବାତାବରଣ ଅନୁକୂଳ ରହିବ ନାହିଁ। ଧନର ଅଧିକ ଖର୍ଚ୍ଚ ହେବ।

ସିଂହ : ଆଜି ଆତ୍ମବିଶ୍ଵାସର ମାତ୍ରା ଆପଣଙ୍କର ଅଧିକ ରହିବ। କୌଣସି କାର୍ଯ୍ୟକୁ କରିବା ପାଇଁ ନିର୍ଣ୍ଣୟ ତୁରନ୍ତ ନେବେ। ପିତା ଏବଂ ବଡ଼ମାନଙ୍କଠାରୁ ଲାଭ ହେବ। ସାମାଜିକ ରୂପରେ ମାନ-ସମ୍ମାନରେ ବୃଦ୍ଧି ହେବ। ବାଣୀ ଏବଂ ବ୍ୟବହାର ଉଗ୍ରତାପୂର୍ଣ୍ଣ ନ କରିବା ପାଇଁ ଉପଦେଶ। କ୍ରୋଧର ମାତ୍ରା ଅପେକ୍ଷାକୃତ ଅଧିକ ରହିବ। ସ୍ୟାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କନ୍ୟା : ଆଜି ଆପଣଙ୍କୁ କୌଣସି ଆଘାତ ନ ପହଁଞ୍ଚୁ ଏବଂ ଆପଣଙ୍କ କୌଣସି ଝଗଡ଼ା ନ ହେଉ ଏହାର ଧ୍ୟାନ ରଖିବେ। ଶାରୀରିକ ରୂପରେ ଶିଥିଲତା ଏବଂ ମାନସିକ ରୂପରେ ଚିନ୍ତା ରହିବ। ସ୍ଵଭାବରେ ଉଗ୍ରତା ଏବଂ କ୍ରୋଧର ମାତ୍ରା ବିଶେଷ ରହିବ। ଧନର ଆକସ୍ମିକ ବ୍ୟୟ ହୋଇପାରେ।

ତୁଳା : ଆଜିର ଦିନ ଶୁଭଫଳଦାୟୀ ହେବ। ବିବିଧ କ୍ଷେତ୍ରରେ ହେଉଥିବା ଲାଭରେ ଆପଣଙ୍କୁ ପ୍ରସନ୍ନତା ହେବ। ଆୟରେ ମଧ୍ୟ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କର ଲାଭ ହେବ ଏବଂ ତାଙ୍କର ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ଆପଣଙ୍କୁ ରୋମାଞ୍ଚିତ କରିବ। ଉତ୍ତମ ଭୋଜନ ପ୍ରାପ୍ତି ହେବ।

ବିଚ୍ଛା : ଆଜିର ଦିନ ଶୁଭଫଳଦାୟୀ ଅଟେ। ବ୍ୟବସାୟ ସ୍ଥଳର ବାତାବରଣ ଅନୁକୂଳ ରହିବ। ଉଚ୍ଚ ଅଧିକାରୀ ଆପଣ ଉପରେ ପ୍ରସନ୍ନ ରହିବେ। ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ଆଜି ସଫଳତାପୂର୍ବକ ସଂପନ୍ନ ହେବ। ଆପଣଙ୍କ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଚାକିରିରେ ପଦୋନ୍ନତି ମଧ୍ୟ ହୋଇପାରେ।

ଧନୁ : ଆଜି ଆପଣ ଯାତ୍ରା ସ୍ଥଗିତ ରଖିବେ। ଆଜି ଆପଣଙ୍କ ଶରୀରରେ ଆଳସ୍ୟ ରହିବ। ସ୍ଵାସ୍ଥ୍ୟ କିଛି ନରମ-ଗରମ ରହିବ। ମନରେ ଚିନ୍ତା ଏବଂ ବ୍ୟାକୁଳତା ରହିବ। ସନ୍ତାନମାନଙ୍କ ବିଷୟରେ ଚିନ୍ତା ହେବ। ବ୍ୟବସାୟରେ ବାଧା ଉପସ୍ଥିତ ହେବ। ଭାଗ୍ୟ ସାଥି ନ ଦେବା ପରି ପ୍ରତୀୟମାନ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦ ଟାଳନ୍ତୁ।

ମକର : ଆଜି ଅଚାନକ ଧନ ଖର୍ଚ୍ଚର ଯୋଗ ଅଛି। ଏହି ଖର୍ଚ୍ଚ ସ୍ଵାସ୍ଥ୍ୟଗତ କାରଣରୁ ମଧ୍ୟ ହୋଇପାରେ କିମ୍ବା କୌଣସି ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ହୋଇପାରେ। ଖାଇବା ପିଇବା ଉପରେ ଧ୍ୟାନ ରଖିବେ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଚାକିରି କିମ୍ବା ବ୍ୟବସାୟରେ ଅନୁକୂଳତା ରହିବ।

କୁମ୍ଭ : ପ୍ରଣୟ ପାଇଁ ଆଜି ଅନୁକୂଳ ଦିନ ଅଟେ। ଆଜିର ପ୍ରତ୍ୟେକ କାର୍ଯ୍ୟ ଆପଣ ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ଵାସ ପୂର୍ବକ କରିବେ। ଯାତ୍ରା-ପର୍ଯ୍ୟଟନର ସମ୍ଭାବନା ଅଛି। ଭଲ ଭୋଜନ ଏବଂ ନୂଆ ବସ୍ତ୍ର ପରିଧାନ ପ୍ରାପ୍ତିର ପ୍ରସଂଗ ଉପସ୍ଥିତ ହେବ। ଭାଗୀଦାରୀରେ ଲାଭ ହେବ। ବାହନ ସୁଖ ମିଳିବ।

ମୀନ : ଆଜିର ଦିନ ଆପଣଙ୍କପାଇଁ ଶୁଭଫଳଦାୟୀ ଅଟେ। ଆଜି ଆପଣଙ୍କ ମନୋବଳ ଏବଂ ଆତ୍ମବିଶ୍ଵାସରେ ଦୃଢ଼ତା ଅନୁଭବ ହେବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ଘରେ ସୁଖ-ଶାନ୍ତିର ବାତାବରଣ ରହିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top