୨୨ ସେପ୍ଟେମ୍ବର ଶନିବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଶାରୀରିକ ଏବଂ ମାନସିକ ଆଳସ୍ୟ ଅନୁଭବ କରିପାରନ୍ତି। ଯଦି ସମ୍ଭବ ହୁଏ ତେବେ ଯାତ୍ରାକୁ ଟାଳି ଦିଅନ୍ତୁ। ଆପଣଙ୍କ ବ୍ୟବହାର କାହାକୁ କ୍ଷତି ନ ପହଁଚାଉ, ଏହାର ଧ୍ୟାନ ରଖିବେ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ମଧ୍ୟମ ଅଟେ। ମନର ଶାନ୍ତି ପାଇଁ ଆଧ୍ୟାତ୍ମ ହିଁ ଉତ୍ତମ ଉପାୟ ରହିବ।

ବୃଷ : ଆଜି ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ଵାସ ଏବଂ ମନୋବଳରେ ସମ୍ପୂର୍ଣ୍ଣ କରିବେ ଏବଂ ସେଥିରେ ସଫଳତା ମଧ୍ୟ ମିଳିବ। ପିତାଙ୍କ ତରଫରୁ ଆପଣଙ୍କୁ କୌଣସି ଲାଭ ମିଳିବ। କଳାକାର ତଥା ଖେଳାଳିମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ଉତ୍ତମ ସମୟଅଟେ। ସରକାରଙ୍କ ତରଫରୁ ଲାଭ ହେବ।

ମିଥୁନ : ନୂଆ ଯୋଜନା ଆରମ୍ଭ କରିବା ପାଇଁ ଆଜି ଅନୁକୂଳ ଦିନଅଟେ। ବ୍ୟବସାୟ କରୁଥିବା ଲୋକଙ୍କୁ ସରକାରଙ୍କ ତରଫରୁ ଲାଭ ମିଳିବ ଏବଂ ଚାକିରି ପେଶା ତଥା ଉଚ୍ଚ ପଦାଧିକାରିମାନଙ୍କର କୃପାଦୃଷ୍ଟି ପାଇବାର ଯୋଗ ଅଛି। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରି ପାରିବେ।

କର୍କଟ : ଆଜି ଆପଣ ଶାରୀରିକ ଏବଂ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ମନରେ ନକାରାତ୍ମକ ବିଚାର ସୃଷ୍ଚି ନ ହେଉ ଏହାର ଧ୍ୟାନ ଦିଅନ୍ତୁ। ଭୁଲ ବୁଝାବଣା କାରଣରୁ ମନମାଳିନ୍ୟ ହୋଇପାରେ। ଧନ ଅଧିକ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ। ଭଲ ଭୋଜନ କରିବାର ଅବସର ମିଳିବ।

ସିଂହ : ଆତ୍ମବିଶ୍ଵାସ ଏବଂ ନିର୍ଣ୍ଣୟ ଶକ୍ତିର କାରଣରୁ ଆଜି ଆପଣ କୌଣସି ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। ପିତା ତଥା ଅଭିଭାବକଙ୍କର ସହଯୋଗ ପ୍ରାପ୍ତ ହେବ। ମନ ଆନନ୍ଦିତ ରହିବ। ଆଜି ଆପଣ ଅଧିକ ଭାବୁକ ରହିବେ। ମହିଳାମାନେ ସମ୍ଭାଳିକରି ବ୍ୟବହାର କରନ୍ତୁ।

କନ୍ୟା: ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ଚାକିରି ପେଶାଲୋକମାନଙ୍କୁ ନିଜ ଅଧୀନସ୍ଥ କର୍ମଚାରିମାନଙ୍କଠାରୁ ସଂଭାଳିକରି ରହିବାକୁ ହେବ। ନକାରାତ୍ମକ ବିଚାର ମନରେ ଆଣିବାକୁ ପ୍ରଶୟ ଦିଅନ୍ତୁ ନାହିଁ।

ତୁଳା : ଆପଣଙ୍କପାଇଁ ଆଜିର ଦିନ ଶୁଭଫଳଦାୟୀ ହେବ। ବିବିଧ କ୍ଷେତ୍ରରୁ ମିଳିବାକୁ ଥିବା ଲାଭରେ ଆପଣଙ୍କ ପ୍ରସନ୍ନତାରେ ବୃଦ୍ଧି ହେବ। ଆପଣଙ୍କ ଆୟରେ ବୃଦ୍ଧି ହେବ। ମିତ୍ରମାନଙ୍କ ପଛରେ ଖର୍ଚ୍ଚ ମଧ୍ୟ ହେବ ଏବଂ ତାଙ୍କଠାରୁ ଲାଭ ମଧ୍ୟ ପ୍ରାପ୍ତ ହେବ। ରୁଚିକର ଭୋଜନ ପ୍ରାପ୍ତ ହେବ।

ବିଚ୍ଛା : ଆଜିର ଦିନ ଆପଣଙ୍କପାଇଁ ଶୁଭ ଫଳଦାୟୀ ହେବ। ବ୍ୟବସାୟ ଉପରେ ବାତାବରଣ ଅନୁକୂଳ ହେବ। ଉଚ୍ଚ ଅଧିକାରୀଗଣ ପ୍ରସନ୍ନ ରହିବେ। ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଚାକିରିରେ ପ୍ରମୋଶନ ମିଳିବ। ଗୃହସ୍ଥଜୀବନରେ ଆନନ୍ଦର ବାତାବରଣ ରହିବ।

ଧନୁ : ଆଜି ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟମ ଧରଣର ରହିବ। ଶାରୀରିକ ରୂପରେ ଆଲସ୍ୟ ଅନୁଭବ କରିପାରନ୍ତି। ମନରେ ବ୍ୟଗ୍ରତା ରହିପାରେ। ବ୍ୟବସାୟ ରୂପରେ ବାଧା ଉପସ୍ଥିତ ହୋଇପାରେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଏବଂ ବିରୋଧିମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ।

ମକର : ଆଜି ଆପଣଙ୍କପାଇଁ ଆକସ୍ମିକ ଧନ ଖର୍ଚ୍ଚର ଯୋଗ ଅଛି। ନକାରାତ୍ମକ ଭାବନାକୁ ସକାରାତ୍ମକତାରେ ଦୂର କରନ୍ତୁ। ବ୍ୟବସାୟ ସ୍ଥଳ ଉପରେ ଅନୁକୂଳତା ରହିବ। ଭାଗିଦାରୀ ସହିତ ମତଭେଦ ନ ହେଉ, ଏହାର ଧ୍ୟାନ ରଖିବେ। ସରକାରୀ କ୍ଷେତ୍ରରେ ଯୋଗ୍ୟତାର ଲାଭ ନେଇ ପାରିବେ।

କୁମ୍ଭ : ପ୍ରତ୍ୟେକ କାର୍ଯ୍ୟ ମନୋବଳ ଏବଂ ଆତ୍ମବିଶ୍ଵାସରେ କରିବେ। ଭାଗିଦାରୀରେ ଲାଭ ହେବ। ବାହନସୁଖ ପ୍ରାପ୍ତ ହେବ। ସାଙ୍ଗମାନଙ୍କ ସହିତ ବୁଲିବାକୁ ଯିବେ। ପ୍ରବଳ ଧନ ଲାଭର ଯୋଗ ଅଛି। ବ୍ୟାପାରରେ ବୃଦ୍ଧି ହେବ।

ମୀନ : ଆଜିର ଦିନ ଶୁଭଫଳଦାୟୀ ଅଟେ। ମନୋବଳ ଏବଂ ଆତ୍ମବିଶ୍ଵାସ ଅଧିକ ରହିବ। ଶାରୀରିକ ରୂପରେ ଆପଣ ସୁସ୍ଥ ରହିବେ। ପରିବାରର ବାତାବରଣ ମଧ୍ୟ ଶାନ୍ତିପ୍ରଦ ରହିବ। ବାଣୀ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ। ବ୍ୟବସାୟ ସ୍ଥଳରେ ସାଥିରେ କାମ କରୁଥିବା ଲୋକଙ୍କର ବ୍ୟବହାର ଆଜି ଭଲ ରହିବ।

Leave a Reply

Your email address will not be published. Required fields are marked *