୨୨ ଜୁନ୍ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ପରିବାରର ଆନନ୍ଦଦାୟୀ ବାତାବରଣ ମଧ୍ୟ ଆପଣଙ୍କ ମନକୁ ପ୍ରଫୁଲ୍ଲିତ ରଖିବାରେ ସହାୟତା କରିବ। ସ୍ଵାସ୍ଥ୍ୟରେ ବୃଦ୍ଧି ହେବ। ସହଯୋଗିମାନଙ୍କର ଭଲ ସହଯୋଗ ମିଳିବ। ସାମାଜିକ କ୍ଷେତ୍ରରେ ଯଶକୀର୍ତ୍ତି ମିଳିବ।

ବୃଷ : ଆଜି ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ବିଦ୍ୟାର୍ଥିମାନଙ୍କପାଇଁ ସମୟ କଠିନ ଅଟେ। ପେଟ ସମ୍ବନ୍ଧିତ ରୋଗରେ ମଧ୍ୟ ମନ ଚିନ୍ତିତ ହୋଇପାରେ, ପରନ୍ତୁ ମଧ୍ୟାହ୍ନ ପରେ ରୋଗରେ ଆପଣଙ୍କୁ ଆସ୍ୱସ୍ତି ଅନୁଭବ ହେବ। ମାନସିକ ରୂପରେ ମଧ୍ୟ ଆପଣଙ୍କୁ ଭଲ ଲାଗିବ।

ମିଥୁନ : ଆଜି ଆପଣଙ୍କୁ ଫୂର୍ତ୍ତିର ଅଭାବ ରହିବ। ପାରିବାରିକ ସଦସ୍ୟମାନଙ୍କ ମଧ୍ୟରେ କଳହ ହେବାର ମଧ୍ୟ ଆଶଂକା ଅଛି। ସ୍ଥାବର ସଂପତ୍ତିର କାଗଜପତ୍ର ବିଷୟରେ ସାବଧାନ ରହିବେ। ଆକସ୍ମିକ ଧନ ଖର୍ଚ୍ଚର ଆଶଂକା ରହିବ।

କର୍କଟ : କୌଣସି କାର୍ଯ୍ୟ ବିନା ବୁଝି ବିଚାରି କରନ୍ତୁ ନାହିଁ। ଆପଣଙ୍କୁ ସ୍ଵଜନମାନଙ୍କ ସହିତ ହୋଇଥିବା ସାକ୍ଷାତର ଆନନ୍ଦ ମିଳିବ। ତାଙ୍କଠାରୁ ପ୍ରେମପୂର୍ଣ୍ଣ ସମ୍ବନ୍ଧରେ ଆପଣଙ୍କ ଆନନ୍ଦରେ ବୃଦ୍ଧି ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସାମନାରେ ମନୋବଳ ବଢ଼ାନ୍ତୁ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ସିଂହ : ଆଜି ବୌଦ୍ଧିକ କ୍ଷମତାରେ ବୃଦ୍ଧି ହେବାଯୋଗୁଁ ଚର୍ଚ୍ଚାରେ ଭାଗ ନେଇପାରନ୍ତି। ପରନ୍ତୁ ବାଦ-ବିବାଦ ଟାଳନ୍ତୁ। ପାରିବାରିକ ସଦସ୍ୟମାନଙ୍କ ସହିତ ଭଲ ସମୟ ବିତିବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ଭାଇମାନଙ୍କଠାରୁ ଲାଭ ହେବ। ଆଧ୍ୟାତ୍ମିକ କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ।

କନ୍ୟା : ଆଜିର ଦିନ ଆପଣଙ୍କ ବାଣୀର ପ୍ରଭାବରେ ଆପଣଙ୍କୁ ଲାଭ ହେବ। ଏହା ଅନ୍ୟ ଲୋକମାନଙ୍କ ସହିତ ଆପଣଙ୍କ ସମ୍ବନ୍ଧରେ ପ୍ରେମର ମଧ୍ୟ ବୃଦ୍ଧି ହେବ। ପର୍ଯ୍ୟଟନ ଆପଣଙ୍କପାଇଁ ଆନନ୍ଦଦାୟୀ ରହିବ। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଲାଭ ହେବ।

ତୁଳା : କ୍ରୋଧକୁ ନିୟନ୍ତ୍ରଣରେ ରଖିକରି ସ୍ଵଭାବକୁ ମୃଦୁ ବନାଇ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିବାଯୋଗୁଁ ବାତାବରଣକୁ ଶାନ୍ତ ରଖିବାରେ ଆପଣ ସଫଳ ହୋଇପାରନ୍ତି। ଖର୍ଚ୍ଚର ମାତ୍ରା ଅଧିକ ରହିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଆଜି ବିଗିଡ଼ି ପାରେ। ଆର୍ଥିକ ରୂପରେ ଆପଣଙ୍କୁ ଲାଭ ହେବ।

ବିଚ୍ଛା : ଜୀବନସାଥୀ ପ୍ରାପ୍ତ ହେବାପାଇଁ ଆଜିର ଦିନ ଶୁଭ ଅଟେ। ଆୟ ଏବଂ ବ୍ୟାପାରରେ ମଧ୍ୟ ବୃଦ୍ଧିର ଯୋଗ ଅଛି। ମିତ୍ରମାନଙ୍କ ସହିତ ଯାତ୍ରା କରିବାକୁ ଯାଇପାରନ୍ତି, ଯେଉଁଠାରେ ଆପଣଙ୍କ ସମୟ ଅଧିକ ଆନନ୍ଦ ପୂର୍ବକ ବିତିବ। ଆପଣଙ୍କ ସ୍ଵଭାବରେ କ୍ରୋଧ ଏବଂ ଉଗ୍ରତା ନ ହେଉ, ଏହାର ଧ୍ୟାନ ରଖିବେ।

ଧନୁ : ଆଜି ଆପଣଙ୍କ କାର୍ଯ୍ୟର ଯୋଜନା ଭଲ ଭାବରେ ସଂପନ୍ନ ହେବ। ବ୍ୟବସାୟ ରୂପରେ ମଧ୍ୟ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟାଳୟରେ ବାତାବରଣ ଅନୁକୂଳ ରହିବ। ପରିବାରରେ ମଧ୍ୟ ଆନନ୍ଦ-ଉଲ୍ଲାସ ରହିବ। ମିତ୍ରମାନଙ୍କ ସହିତ ହୋଇଥିବା ସାକ୍ଷାତଯୋଗୁଁ ମନ ପ୍ରଫୁଲ୍ଲିତ ରହିବ।

ମକର : ଆଜି ବିଦେଶ ଯିବାର ଇଚ୍ଛୁକ ଲୋକମାନଙ୍କ ପାଇଁ ସମ୍ଭାବନା ବଢ଼ିପାରେ। ପରିଜନମାନଙ୍କ ଆନନ୍ଦ-ଉଲ୍ଲାସର ବାତାବରଣ ରହିବ। ବ୍ୟବସାୟ କ୍ଷେତ୍ରରେ ପ୍ରମୋଶନ ହେବ। ଉଚ୍ଚ ଅଧିକାରୀମାନଙ୍କୁ ମଧ୍ୟ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନତା ହେବ। ଧନ ସହିତ ମାନ-ସମ୍ମାନରେ ମଧ୍ୟ ବୃଦ୍ଧି ହେବ।

କୁମ୍ଭ : ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରନ୍ତୁ ନାହିଁ। ସ୍ଵାସ୍ଥ୍ୟ ଭଲ ରଖିବା ପାଇଁ ଖାଇବା ପିଇବାରେ ଧ୍ୟାନ ରଖିବେ। ଯଦି ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବେ ଆପଣ କାହା ସହିତ ଉଗ୍ର ଚର୍ଚ୍ଚା ମନମାଳିନ୍ୟକୁ ଟାଳିବାରେ ସଫଳ ହୋ ପାରିବେ। ମଧ୍ୟାହ୍ନ ପରେ ଆପଣଙ୍କ ପ୍ରସନ୍ନତାରେ ବୃଦ୍ଧି ହେବ।

ମୀନ : ବ୍ୟାପାରରେ ଭାଗିଦାରୀରେ ଆପଣଙ୍କୁ ଲାଭ ହେବ। କୌଣସି ମନୋରଞ୍ଜନ ସ୍ଥଳକୁ ସ୍ନେହୀଜନମାନଙ୍କ ସହିତ ଯାତ୍ରା କରିବେ, ମନ ପ୍ରଫୁଲ୍ଲିତ ହୋଇଯିବ। ପରନ୍ତୁ ମଧ୍ୟାହ୍ନ ପରେ ପରିସ୍ଥିତିରେ ପରିବର୍ତ୍ତନ ଅନୁଭବ କରିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *