୨୧ ଜୁନ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜିର ଦିନ ଆନନ୍ଦପ୍ରଦ ରହିବ। ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ, ତେଣୁ ଆର୍ଥିକ ଯୋଜନାଗୁଡ଼ିକ ସଫଳ ହେବ। ବ୍ୟବସାୟ କ୍ଷେତ୍ରରେ ମଧ୍ୟ କିଛି କାମ କରି ପାରିବେ। ବୌଦ୍ଧିକ କାର୍ଯ୍ୟ କରିବାରେ ରୁଚି ବଢ଼ିବ। ଛୋଟ ଯାତ୍ରାର ମଧ୍ୟ ସମ୍ଭାବନା ଅଛି।

ବୃଷ : ମଧୁର ବ୍ୟବହାରରେ ଅନ୍ୟ ଲୋକମାନଙ୍କୁ ପ୍ରଭାବିତ କରି ପାରିବେ। ବୈଠକ କିମ୍ବା ଚର୍ଚ୍ଚାରେ ମଧ୍ୟ ଆପଣଙ୍କୁ ସଫଳତା ମିଳିବ। ଉଚ୍ଚ ପଦାଧିକାରିମାନଙ୍କର ସହଯୋଗ ପ୍ରାପ୍ତ ହେବ। ସରକାରୀ ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ଆସିବାରୁ ଆନନ୍ଦିତ ହେବେ। ଗୃହସ୍ଥଜୀବନରେ ସୁଖ-ଶାନ୍ତି ରହିବ।

ମିଥୁନ : ଆପଣଙ୍କ ମନରେ ଅନିର୍ଣ୍ଣାୟକ ସ୍ଥିତି ଉତ୍ପନ୍ନ ହୋଇପାରେ। ଅଧିକ ଭାବୁକତା ମଧ୍ୟ ମନକୁ ଅସୁସ୍ଥ କରିପାରେ। ମାତାଙ୍କ ପ୍ରତି ଅଧିକ ଭାବନାତ୍ମକ ରହିବେ। ବୌଦ୍ଧିକ ଚର୍ଚ୍ଚାର ପ୍ରସଂଗ ଉପସ୍ଥିତ ହୋଇପାରେ, କିନ୍ତୁ ବାଦ-ବିବାଦକୁ ଟାଳନ୍ତୁ।

କର୍କଟ : ଆଜି ଭାଇମାନଙ୍କଠାରୁ ଲାଭ ହେବ। ମିତ୍ରମାନଙ୍କ ସହିତ ହୋଇଥିବା ଭେଟ ଏବଂ ସ୍ଵଜନମାନଙ୍କର ସହବାସର ଆନନ୍ଦ ଆପଣ ନେଇ ପାରିବେ। କୌଣସି ସୁନ୍ଦର ସ୍ଥଳକୁ ଯାତ୍ରାକରିବାର ସମ୍ଭାବନା ଅଛି। ଆଜି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ ହେବ।

ସିଂହ : ପରିଜନମାନଙ୍କ ସହିତ ଭଲ ବାତାବରଣ ପ୍ରାପ୍ତ ହେବାରୁ ଆପଣଙ୍କ ପ୍ରସନ୍ନତାରେ ବୃଦ୍ଧି ହେବ। ଦୂରରେ ଥିବା ବ୍ୟକ୍ତି କିମ୍ବା ସଂସ୍ଥା ସହିତ ସମ୍ବନ୍ଧରେ ଦୃଢତା ଆସିବ, ଯାହା ଆଗକୁ ଲାଭଦାୟୀ ରହିବ। ଅଧିକ ଖର୍ଚ୍ଚରୁ ବଞ୍ଚନ୍ତୁ। ନିର୍ଦ୍ଧାରିତ କାର୍ଯ୍ୟରେ ଅପେକ୍ଷାକୃତ ସଫଳତା ପ୍ରାପ୍ତ ହେବ।

କନ୍ୟା : ଆଜିର ଦିନ ବହୁତ ଭଲ ଭାବରେ ବିତିବ। ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ଏବଂ ପ୍ରସନ୍ନ ରହିବେ। ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ଆନନ୍ଦଦାୟୀ ଭେଟ ହେବ। ଯାତ୍ରା ମଧ୍ୟ ଆନନ୍ଦପ୍ରଦ ରହିବ।

ତୁଳା : କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ, ସମ୍ଭବ ହେଲେ ବାଦ-ବିବାଦରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କୌଣସି କଥା ଉପରେ ବିବାଦ ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ବିଗିଡ଼ି ପାରେ, ଏହାର ଧ୍ୟାନ ରଖିବେ। କୋର୍ଟ-କଚେରୀ କାର୍ଯ୍ୟରେ ଧ୍ୟାନ ରଖିବେ। ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ।

ବିଚ୍ଛା : ଆଜିର ଦିନ ଆପଣଙ୍କପାଇଁ ଲାଭଦାୟୀ ଏବଂ ଶୁଭଫଳ ପ୍ରାପ୍ତ ହେବ। ସାଂସାରିକ ସୁଖ ପ୍ରାପ୍ତ ହେବ। ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଅଛି। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ବିଶେଷ ଲାଭ ହେବ। ଉଚ୍ଚ ପଦାଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ହେବେ।

ଧନୁ : ଆଜି ଆପଣଙ୍କ ଦିନ ଶୁଭ ଅଟେ। ପରୋପକାର ଭାବନା ରହିବାରୁ ଅନ୍ୟ ଲୋକମାନଙ୍କୁ ସହାୟତା ମିଳିବ। ବ୍ୟାପାରରେ ମଧ୍ୟ ଆପଣଙ୍କ ଆୟୋଜନ ବ୍ୟବସ୍ଥିତ ହେବ। ବ୍ୟାପାର କାରଣରୁ ବାହରକୁ ଯାତ୍ରା କରିପାରନ୍ତି। ଉପର ଅଧିକାରୀ ପ୍ରସନ୍ନ ରହିବେ। ପ୍ରମୋସନର ସମ୍ଭାବନା ଅଛି।

ମକର : ଆଜିର ଦିନ ମଧ୍ୟମ ଫଳଦାୟୀ ହେବ। ବୌଦ୍ଧିକ ତଥା ଲେଖନକାର୍ଯ୍ୟରେ ଜଡ଼ିତ ଥିବା ପ୍ରବୃତ୍ତିରେ ଆପଣ ସକ୍ରିୟ ରହିବେ। ମାନସିକ ଉଦ୍ଵେଗରେ ଆପଣ ଚିନ୍ତିତ ରହି ପାରନ୍ତି। ସ୍ଵାସ୍ଥ୍ୟ ଦୃଷ୍ଟିରୁ ଆଳସ୍ୟ ଅନୁଭବ ହୋଇପାରେ।

କୁମ୍ଭ : ଆଜି ଆପଣ ନିଷେଧାତ୍ମକ କାର୍ଯ୍ୟ ତଥା ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଆପଣ ମାନସିକ ଆଳସ୍ୟ ଅନୁଭବ ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କୌଣସି ପ୍ରକାରର ଅନୈତିକ କୃତ୍ୟରୁ ଦୂରରେ ରୁହନ୍ତୁ। ଧ୍ୟାନ ଏବଂ ଆଧ୍ୟାତ୍ମିକତା ଆପଣଙ୍କ ମନକୁ ଶାନ୍ତି ପ୍ରଦାନ କରିବ।

ମୀନ : ଆଜିର ଦିନ ମନୋରଞ୍ଜନ ଏବଂ ଆମୋଦ-ପ୍ରମୋଦରେ ଆପଣ ବୁଡ଼ି ରହିବେ। ବ୍ୟବସାୟରେ ଭାଗିଦାରୀ ପାଇଁ ଉତ୍ତମ ସମୟ ଅଟେ। ସ୍ଵଜନମାନଙ୍କ, ମିତ୍ରମାନଙ୍କ ସହିତ ପର୍ଯ୍ୟଟନର ଆନନ୍ଦ ନେଇ ପାରିବେ। ଦାମ୍ପତ୍ୟଜୀବନରେ ନିକଟତା ଏବଂ ମଧୁରତା ଆସିବ। ସମାଜରେ ଖ୍ୟାତି ମିଳିବ।

Leave a Reply

Your email address will not be published. Required fields are marked *