ଓଡ଼ିଶା

୧୯ ଜୁନ୍ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟମଧରଣର ରହିବ। ସନ୍ତାନମାନଙ୍କର ବିଷୟରେ ଚିନ୍ତିତ ରହିବେ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ବ୍ୟସ୍ତତାର କାରଣରୁ ପରିବାର ପାଇଁ କମ ସମୟ ଦେବେ, ଏହି କାରଣରୁ ପରିଜନମାନଙ୍କ ସାଥିରେ ମନମାଳିନ୍ୟ ହୋଇପାରେ।

ବୃଷ : ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ପିତା ଏବଂ ପୈତୃକ ସଂପତ୍ତିରେ ଲାଭର ଯୋଗ ଅଛି। ଆପଣଙ୍କ ପ୍ରତି ଆପଣଙ୍କ ପିତାଙ୍କର ବ୍ୟବହାର ମଧ୍ୟ ଭଲ ରହିବ। କଳାକାର ତଥା ଖେଳାଳିମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ, କାରଣ ତାଙ୍କୁ ନିଜର ପ୍ରତିଭା ଦିଖାଇବାକୁ ସୁଯୋଗ ମିଳିବ। ସନ୍ତାନମାନଙ୍କ ପଛରେ ଖର୍ଚ୍ଚର ଯୋଗ ଅଛି।

ମିଥୁନ : ଆଜିର ଦିନ ଆପଣଙ୍କପାଇଁ ଭଲ ଏବଂ ଲାଭଦାୟୀ ହେବ। ମିତ୍ର, ବନ୍ଧୁ-ବାନ୍ଧବମାନଙ୍କ ଏବଂ ପଡ଼ୋଶୀମାନଙ୍କ ସାଥିରେ ଆପଣଙ୍କ ସମ୍ବନ୍ଧ ଭଲ ରହିବ। ଆର୍ଥିକ ରୂପରେ ଆଜି ଆପଣ ସଜାଗ ରହିବେ। ଭାବି ବିଚାରି ଧନର ନିବେଶ କରନ୍ତୁ। ବିରୋଧିମାନଙ୍କୁ ଆପଣ ପରାସ୍ତ କରି ପାରିବେ। ଆନନ୍ଦ-ଉଲ୍ଲାସ ଏବଂ ଭାଗ୍ୟବୃଦ୍ଧି ପୂର୍ଣ୍ଣ ଦିନ ଅଟେ।

କର୍କଟ : ଆଜିର ଦିନ ମଧ୍ୟମ ଫଳଦାୟୀ ଅଟେ। ସ୍ଵାସ୍ଥ୍ୟରେ ଖରାପ ହୋଇପାରେ। ଡାହାଣପଟ ଆଖିରେ ଯନ୍ତ୍ରଣା ହୋଇପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ କଡ଼ା ପରିଶ୍ରମ କରିବାକୁ ହେବ। ଅନୈତିକ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରହିବାକୁ ଉପଦେଶ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ।

ସିଂହ : ଆଜି ଆପଣଙ୍କ ଦିନ ଶୁଭ ଫଳଦାୟୀ ହେବ। ଆପଣ ଆତ୍ମବିଶ୍ଵାସରେ ଭରପୂର ରହିବେ। ପ୍ରତ୍ୟେକ କାର୍ଯ୍ୟକୁ ଦୃଢ଼ତାର ସହିତ ସଂପନ୍ନ କରି ପାରିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ଲାଭ ହେବ। ପିତା ଏବଂ ବଡ଼ଙ୍କର ସହଯୋଗ ମିଳିବ। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ମିଳିବ। ସମ୍ପୂର୍ଣ୍ଣ ଦିନ ଆନନ୍ଦରେ ବିତିବ।

କନ୍ୟା : ଆଜି ଆପଣ ଶାରୀରିକ ଏବଂ ମାନସିକ ଆଳସ୍ୟ ଅନୁଭବ କରିବେ। ଆଜି ବାଦ ବିବାଦରେ ପଡ଼ନ୍ତୁ ନାହିଁ। କୋର୍ଟ-କଚେରୀରେ ସାବଧାନ ରହିବେ। ଆକସ୍ମିକ ଧନ ଖର୍ଚ୍ଚ ହେବ। ମିତ୍ରମାନଙ୍କ ସହିତ କୌଣସି ମନମାଳିନ୍ୟ ନ ହେଉ ଏହାର ମଧ୍ୟ ସଂପୂର୍ଣ୍ଣ ଧ୍ୟାନ ରଖିବେ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ।

ତୁଳା : ଆପଣଙ୍କ ଆଜିର ଦିନ ଶୁଭଫଳଦାୟକ ଏବଂ ଲାଭପ୍ରଦ ଅଟେ। ମିତ୍ରମାନଙ୍କ ସହିତ ମିଳାମିଶା ହେବ। କୁଟୁମ୍ବ ମାନଙ୍କ ସହିତ ଆନନ୍ଦର ବାତାବରଣ ରହିବ। ପୁତ୍ର ଏବଂ ପତ୍ନୀଙ୍କ ସୁଖ ସନ୍ତୋଷ ଅନୁଭବ କରିବେ। ଚାକିରି ବ୍ୟବସାୟ କ୍ଷେତ୍ରରେ ଆୟବୃଦ୍ଧି ହେବ। ବ୍ୟାପାରରେ ବିକାସର ସୁଯୋଗ ମିଳିବ। ଅବିବାହିତମାନଙ୍କ ପାଇଁ ବୈବାହିକ ଯୋଗ ଅଛି।

ବିଚ୍ଛା : ଘରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ସମ୍ପୂର୍ଣ୍ଣ ହେବ। ବ୍ୟାପାରିମାନଙ୍କୁ ବ୍ୟାପାରରେ ଭଲ ସୁଯୋଗ ମିଳିବ ଏବଂ ଆୟରେ ବୃଦ୍ଧି ହେବ। ଚାକିରି କରୁଥିବା ଲୋକମାନଙ୍କ ପାଇଁ ପ୍ରଗତିର ମାର୍ଗ ଖୋଲିବ। ଉଚ୍ଚ ପଦାଧିକାରିମାନଙ୍କ ତଥା ବୃଦ୍ଧ ବର୍ଗଙ୍କର ସହଯୋଗ ଏବଂ ପ୍ରୋତ୍ସାହନ ମିଳିବ। ମାନପ୍ରତିଷ୍ଠାରେ ବୃଦ୍ଧି ହେବ।

ଧନୁ : ଆଜି ଉତ୍ସାହର ଅଭାବ ରହିବ। ସନ୍ତାନମାଙ୍କର ସମସ୍ୟା ଏହାର କାରଣ ହୋଇପାରେ। ବ୍ୟବସାୟ ଏବଂ ଚାକିରିରେ ଅସୁବିଧା ସୃଷ୍ଟି ହେବ। କଷ୍ଟ ବିଚାର, ବ୍ୟବହାର କିମ୍ବା ଆୟୋଜନ କରିବା ପୂର୍ବରୁ ବିଚାର କରିବାର ଆବଶ୍ୟକତା ଅଛି। କାର୍ଯ୍ୟରେ କମ ସଫଳତା ମିଳିବ। ବିରୋଧୀ କିମ୍ବା ଉଚ୍ଚ ଅଧିକାରୀମାନଙ୍କ ସହିତ ବିବାଦରେ ପଡ଼ନ୍ତୁ ନାହିଁ।

ମକର : ନକାରାତ୍ମକ ବିଚାରକୁ ହାବି ନ ହେବାପାଇଁ ଚେଷ୍ଟା କରିବେ। କ୍ରୋଧକୁ ନିୟନ୍ତ୍ରଣରେ ରଖିବାରେ ବହୁତ ଅସୁବିଧା ଆସିବ। ଅଚାନକ ଯାତ୍ରା କରିବାର ସଂଯୋଗ ହେବ। ତାଙ୍କର ପଛରେ ଖର୍ଚ୍ଚ କରିବାକୁ ପଡ଼ିବ। ନୂଆ ସମ୍ବନ୍ଧ ସ୍ଥାପନ କରିବା ହିତକର ନୁହେଁ। ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ରଖିବେ। ଅନ୍ୟଥା ସ୍ଵାସ୍ଥ୍ୟ ଖରାପ ହେବ। ଆକସ୍ମିକ ଧନ ଲାଭ ମଧ୍ୟ ହେବ।

କୁମ୍ଭ : ଜଗନ୍ନାଥଙ୍କର କୃପାରେ ଆପଣଙ୍କ ଆଜିର ଦିନ ପ୍ରସନ୍ନତା ପୂର୍ବକ ବିତିବ। ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ। ସ୍ଵଭାବରେ ମୌଜମସ୍ତି ଆପଣଙ୍କୁ ମନରେ ସତେଜ ରଖିବ। ବିପରୀତ ଲିଙ୍ଗ ପାତ୍ରମାନଙ୍କ ସହିତ ପରିଚୟ କିମ୍ବା ପ୍ରଣୟ – ରୋମାନ୍ସର ସମ୍ଭାବନା ଅଛି। ଲଘୁ ପର୍ଯ୍ୟଟନ ହେବ। ସାର୍ବଜନିକ ଜୀବନରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ।

ମୀନ : ମନର ଦୃଢ଼ତା ଏବଂ ଆତ୍ମବିଶ୍ଵାସ ଆପଣଙ୍କ କାର୍ଯ୍ୟ ସଫଳ କରିବେ। ପରିବାରରେ ସୁଖ- ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। କ୍ରୋଧର କାରଣରୁ ଆପଣଙ୍କ ବ୍ୟବହାରରେ ଉଗ୍ରତା ନ ଆସୁ ଏହାର ଧ୍ୟାନ ରଖିବେ। ଚାକିରିରେ ଆପଣଙ୍କ ଯଶ ବୃଦ୍ଧି ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top