୧୬ ଜୁଲାଇ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ସ୍ଵଭାବରେ ଉଗ୍ରତା ଏବଂ ଜିଦ୍ଦୀପଣ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଶାରୀରିକ ଏବଂ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଧିକ ପରିଶ୍ରମ କରିବା ପରେ ଶେଷରେ କମ ସଫଳତା ମିଳିବାରୁ ନିରାଶା ହୋଇପାରେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ।

ବୃଷ : ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ଵାସ ସହିତ କରନ୍ତୁ ସଫଳତା ପ୍ରାପ୍ତ କରିବେ। ପୈତୃକ ସଂପତ୍ତିରେ ଲାଭ ହେବ। ସରକାରରେ ଅଥବା ତାଙ୍କ ସହିତ ଆର୍ଥିକ ବ୍ୟବହାରରେ ଲାଭ ହେବ। ବିଦ୍ୟାର୍ଥୀମାନେ ନିଜ ପାଠପଢ଼ାରେ ଭଲ ପ୍ରଦର୍ଶନ କରି ପାରିବେ। କଳା କ୍ଷେତ୍ରରେ ପ୍ରତିଭା ଦର୍ଶାଇବାର ମୌକା ମିଳିବ।

ମିଥୁନ : ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଶୁଭ ଦିନ ଅଟେ। ଚାକିରିକରୁଥିବା ଲୋକମାନଙ୍କୁ ପଦାଧିକାରିମାନଙ୍କ ତଥା ସରକାରଙ୍କର ତରଫରୁ ଭଲ ଫଳ ମିଳିବ। ପଡ଼ୋଶୀ ଏବଂ ଭାଇ-ଭଉଣୀମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ। ଭାଗ୍ୟ ସମ୍ପୂର୍ଣ୍ଣ ସାଥି ଦେବ। ଲଘୁ ଯାତ୍ରାର ସମ୍ଭାବନା ଅଛି।

କର୍କଟ : ନକାରାତ୍ମକ ଭାବନା ମନରେ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ। ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ପାରିବାରିକ ସଦସ୍ୟମାନଙ୍କ ସାଥିରେ ମନମାଳିନ୍ୟ ହୋଇପାରେ। କାମ ସମ୍ବନ୍ଧରେ ସନ୍ତୋଷର ଭାବନା ଜାଗ୍ରତ ହେବ। ଧନ ଖର୍ଚ୍ଚ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ବିଦ୍ୟାଭ୍ୟାସରେ ନିର୍ଦ୍ଧାରିତ ସଫଳତା କମ ମିଳିବ।

ସିଂହ : ଆଜି କୌଣସି କାମ ସମ୍ବନ୍ଧରେ ଆତ୍ମବିଶ୍ଵାସ ସହିତ ତ୍ଵରିତ ନିର୍ଣ୍ଣୟ ନେଇ ପାରିବେ। ପିତା ତଥା ବୃଦ୍ଧମାନଙ୍କ ସହିତ ସହଯୋଗ ପ୍ରାପ୍ତ ହେବ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ମିଳାମିଶା ରହିବ। ବ୍ୟବସାୟ କାର୍ଯ୍ୟ ପାଇଁ ବାହରକୁ ଯାଇପାରନ୍ତି।

କନ୍ୟା : ଆଜି ଆପଣଙ୍କ ଅହଂକାର କାରଣରୁ ଯୁକ୍ତି ହେବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନ ବ୍ୟତୀତ ହେବ। ସ୍ଵଭାବରେ ଉତ୍ତେଜନାଯୋଗୁଁ କାମ ବିଗିଡ଼ିବାର ଆଶଂକା ରହିବ। କୁଟୁମ୍ବମାନଙ୍କ ଏବଂ ମିତ୍ରମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହେବ।

ତୁଳା : ଗୃହସ୍ଥ ଜୀବନରେ ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ। ଆୟ ବୃଦ୍ଧିର ଯୋଗ ଅଛି। ଅଫିସ୍, ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ବାତାବରଣ ରହିବ। ପ୍ରମୋସନ ମିଳିବାର ସମ୍ଭାବନା ଅଛି। ପାରିବାରିକ ସଦସ୍ୟମାନଙ୍କ ସହିତ ଖୁସିରେ ରହିବେ। ଆନନ୍ଦଦାୟକ ପର୍ଯ୍ୟଟନ ହେବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।

ବିଚ୍ଛା : ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ଗୃହସ୍ଥ ଜୀବନରେ ଆନନ୍ଦ ଏବଂ ସନ୍ତୋଷ ଅନୁଭବ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ସମାଜରେ ମାନ-ସମ୍ମାନ ମିଳିବ। ଉଚ୍ଚ ପଦାଧିକାରିମାନଙ୍କ ଏବଂ ବୃଦ୍ଧମାନଙ୍କର କୃପା ଦୃଷ୍ଟି ରହିବ। ସନ୍ତାନମାନଙ୍କ ସନ୍ତୋଷଜନକ ପ୍ରଗତିରେ ଆନନ୍ଦ ଅନୁଭବ ହେବ।

ଧନୁ : ଶରୀରରେ ଆଳସ୍ୟ, ଏବଂ ଅଣନିଶ୍ୱାସୀ ହୋଇପାରେ। ସ୍ଵାସ୍ଥ୍ୟ ନରମ-ଗରମ ରହିପାରେ। ରିୟଲ ଇଷ୍ଟେଟ ସମ୍ବନ୍ଧିତ କାଗଜପତ୍ରରେ ସାବଧାନ ରହିବେ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ। ସନ୍ତାନମାନଙ୍କର ଭବିଷ୍ୟକୁ ନେଇକରି ଚିନ୍ତା ହୋଇପାରେ। ଭାଗ୍ୟ ସାଥି ନ ଦେଲା ପରି ଲାଗିବ।

ମକର : ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ ଏବଂ ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତୁ। ଅଚାନକ ଧନ ଖର୍ଚ୍ଚ ହେବ। ଚିକିତ୍ସା ପଛରେ ଖର୍ଚ୍ଚ ହେବାର ସମ୍ଭାବନା ଅଛି। ବ୍ୟାପାରରେ ଭାଗୀଦାରୀ ସହିତ ଆନ୍ତରିକ ମତଭେଦ ବଢ଼ିବ। କ୍ରୋଧାବେଶ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶାସନିକ ବୁଦ୍ଧି ଦେଖାଯିବ।

କୁମ୍ଭ : ମିତ୍ରମାନଙ୍କ ସହିତ କେଉଁ ସ୍ଥାନକୁ ଭୋଜନ କରିବାକୁ ଯିବାର ସୁଯୋଗ ଆସିବ। ଉତ୍ତମ ବସ୍ତ୍ରାଭୂଷଣ ଏବଂ ବାହନ ପ୍ରାପ୍ତିର ଯୋଗ ଅଛି। ଭାଗିଦାରୀ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ। ସାର୍ବଜନିକ ଜୀବନରେ ନାମ ଏବଂ ପ୍ରତିଷ୍ଠା ପ୍ରାପ୍ତି ହେବ। ଦିନ ଆନନ୍ଦଦାୟକ ରହିବ।

ମୀନ : ଦୈନିକ କାର୍ଯ୍ୟ ନିର୍ଵିଘ୍ନ ସମ୍ପୂର୍ଣ୍ଣ ହେବ। ଘରେ ସୁଖ-ଶାନ୍ତିର ବାତାବରଣ ରହିବ। ସ୍ଵଭାବରେ ଉଗ୍ରତା ରହିବ। ବାଣୀ ଏବଂ ବ୍ୟବହାରରେ ସମ୍ଭାଳିକରି କାର୍ଯ୍ୟ କରିବାକୁ ଉପଦେଶ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ। ସହକର୍ମିମାନଙ୍କର ସହଯୋଗ ମିଳିବ।

Leave a Reply

Your email address will not be published. Required fields are marked *