ଓଡ଼ିଶା

୧୫ ନଭେମ୍ବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ପରିଜନମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ, ଅନ୍ୟଥା ଅସୁବିଧା ହୋଇପାରେ। ସ୍ଵାସ୍ଥ୍ୟ ଖରାପ ରହିବ, ଥଣ୍ଡା, କଫ, ଜ୍ୱରର ସମସ୍ୟା ହୋଇପାରେ। ନିରର୍ଥକ ଆର୍ଥିକ ଖର୍ଚ୍ଚରୁ ବଞ୍ଚନ୍ତୁ। ଯାତ୍ରା କିମ୍ବା ପର୍ଯ୍ୟଟନକୁ ଟାଳିବାକୁ ଚେଷ୍ଟାକଲେ ଭଲ ହେବ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ : ଆଜି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ଆପଣ ବିଜୟ ପ୍ରାପ୍ତ କରି ପାରିବେ। ମାନ-ସମ୍ମାନ ମିଳିବ। ମଧ୍ୟାହ୍ନ ପରେ ସ୍ଥିତି ଟିକେ ବଦଳିପାରେ। କାହା ସହିତ ଧନ ଦେଣ-ନେଣରେ ଦାୟିତ୍ୱହୀନତା କରନ୍ତୁ ନାହିଁ। ଛୋଟ ଯାତ୍ରା କରିପାରନ୍ତି।

ମିଥୁନ : ଶାରୀରିକ ଏବଂ ମାନସିକ ରୂପରେ ବ୍ୟଗ୍ରତା ଅନୁଭବ ହୋଇପାରେ। ଅଯଥା ଧନର ବ୍ୟୟ ନ ହେଉ, ଏହାର ଧ୍ୟାନ ରଖିବେ। ପରନ୍ତୁ ମଧ୍ୟାହ୍ନ ପରେ ମିତ୍ରମାନଙ୍କ ସହିତ ଭେଟ ହେବ ଏହାଦ୍ୱାରା ଆପଣ ପ୍ରସନ୍ନ ହେବେ। ଆର୍ଥିକ ଲାଭ ହେବ। ଭାଇ-ବନ୍ଧୁମାନଙ୍କ ସହିତ ପ୍ରେମ ବଢ଼ିବ। ଭାଗ୍ୟବୃଦ୍ଧିର ପ୍ରସଙ୍ଗ ବନିବ।

କର୍କଟ : ଦିନ ଆନନ୍ଦରେ କଟିବ। ଆଜିର ଦିନ ଶାରୀରିକ ଏବଂ ମାନସିକ ସୁଖ ଲାଭ ହେବ। ମିତ୍ରମାନଙ୍କସହିତ ଭେଟ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ଅଚାନକ ଧନ ଲାଭ ହୋଇପାରେ। ଭାଗ୍ୟ ଆପଣଙ୍କ ସାଥି ଦେବ। ମଧ୍ୟାହ୍ନ ପରେ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ।

ସିଂହ : କାହାକୁ ଅର୍ଥର ଦେବା-ନେବାରେ ଦାୟିତ୍ୱହୀନତାରୁ ବଞ୍ଚନ୍ତୁ। ସ୍ଵାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ମଧ୍ୟାହ୍ନ ପରେ ସମୟ ଆପଣଙ୍କପାଇଁ ଅନୁକୂଳ ରହିବ। ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ। ଆର୍ଥିକ ଲାଭ ହେବ। ମାନ-ସମ୍ମାନରେ ବୃଦ୍ଧି ହେବ। ପ୍ରମୋସନର ଯୋଗ ଅଛି।

କନ୍ୟା : ଆଜି ଆପଣଙ୍କୁ ଅନେକ କ୍ଷେତ୍ରରୁ ଲାଭ ହେବାର ସମ୍ଭାବନା ଅଛି। ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। ସାଥିରେ କାମ କରିବା ଲୋକମାନଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ମିତ୍ରବର୍ଗମାନଙ୍କ ପାଇଁ ଯାହା ଅର୍ଥ ବ୍ୟୟ ହେବ, ତାହା ଲାଭପ୍ରଦ ରହିବ। ଯାତ୍ରା କିମ୍ବା ପର୍ଯ୍ୟଟନ କରିପାରନ୍ତି। ମଧ୍ୟାହ୍ନ ପରେ ଆପଣଙ୍କ ମନରେ ଦ୍ୱନ୍ଦ୍ୱ ରହିବ।

ତୁଳା : ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ। ଧାର୍ମିକ ଯାତ୍ରା କରିପାରନ୍ତି। ବିବିଧ କ୍ଷେତ୍ରରୁ ଲାଭ ହେବ। ଅଧିକାରୀମାନଙ୍କ ତରଫରୁ ପ୍ରୋତ୍ସାହନ ମିଳିପାରେ। ପ୍ରତିଷ୍ଠା ବଢ଼ିବ। ମିତ୍ରମାନଙ୍କ ସହିତ ସାକ୍ଷାତକରି ହେବ। ସ୍ଵାସ୍ଥ୍ୟରେ ଅନୁକୂଳତା ରହିବ।

ବିଚ୍ଛା : ମନ୍ଦିର ଏବଂ ଧାର୍ମିକ ସ୍ଥଳକୁ ଆଜି ଯାଇପାରନ୍ତି। ବିବିଧ କ୍ଷେତ୍ରରୁ ଲାଭ ମିଳିବାର ସମ୍ଭାବନା ଅଛି। ବିଦେଶ ଗମନ ପାଇଁ ପରିସ୍ଥିତି ଅନୁକୂଳ ହେବ। ଅଧିକାରୀମାନଙ୍କୁ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନତା ହେବ। କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରେ।

ଧନୁ : ଆଜି ଆରମ୍ଭ କରାଯାଇଥିବା ନୂଆ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପରିଜନମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ, କ୍ଷତି ହୋଇପାରେ। ମଧ୍ୟାହ୍ନ ପରେ ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଥିତିରେ ସୁଧାର ହେବାର ସମ୍ଭାବନା ଅଛି। ପାରିବାରିକ ଜୀବନ ସୁଖପ୍ରଦ ରହିବ।

ମକର : ମିତ୍ରମାନଙ୍କ ସହିତ ଦିନ ଆନନ୍ଦପୂର୍ବକ କଟିବ। ଭାଗିଦାରୀରେ ଲାଭ ହେବ। ବ୍ୟାପାର କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଲାଭ ମିଳିବ। ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ହେବ। ନକାରାତ୍ମକ ବିଚାରକୁ ମନରେ ଆଣିବାକୁ ଦିଅନ୍ତୁ ନାହିଁ।

କୁମ୍ଭ : ଦିନ ସମ୍ପୂର୍ଣ୍ଣ ରୂପରେ ଶୁଭ ଫଳଦାୟୀ ହେବ। ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଦିନ ଅନୁକୂଳ ରହିବ। ଶାରୀରିକ ଏବଂ ମାନସିକ ରୂପରେ ସ୍ଵସ୍ଥ ରହିବେ। ସମ୍ପୂର୍ଣ୍ଣ ଦିନ ମନୋରଞ୍ଜନ ପ୍ରବୃତ୍ତିରେ ଆପଣ ବ୍ୟସ୍ତ ରହିବେ। ଭାଇ-ବନ୍ଧୁମାନଙ୍କଠାରୁ ଲାଭ ମିଳିବ। ଆର୍ଥିକ ଲାଭର ଯୋଗ ଅଛି।

ମୀନ : କୌଣସି କାରଣ ବଶତଃ ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ସ୍ଵାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ମଧ୍ୟାହ୍ନ ପରେ ଘରେ ଆନନ୍ଦ ଏବଂ ଶାନ୍ତିର ବାତାବରଣ ରହିବ। କାର୍ଯ୍ୟରେ ଯଶ ଏବଂ କୀର୍ତ୍ତି ମିଳିବ। ବ୍ୟବସାୟ କ୍ଷେତ୍ରରେ ଲାଭ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top